Breaking News

ଗୁରୁତ୍ଵପୂର୍ଣ୍ଣ ଖବର – ଫୁଣି ଆସନ୍ତା ଫେବୃୟାରୀ ୧୫ ତାରିଖରେ ଓଡିଶା ବନ୍ଦ ହେବ, ଏହାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଜାଣନ୍ତୁ କଣ ପାଇଁ ବନ୍ଦ ଡାକର କାରଣ କଣ !

ଏବେ ଆଉ ଏକ ଓଡିଶା ବନ୍ଦ ହେବା ପାଇଁ ଯାଉଛି । କିଛି ଦିନ ତଳେ ଆପଣ ମାନେ ଜାଣିଥିବେ ଚାଷୀ ନେତା ମାନେ ତିନି ଘଣ୍ଟା ପାଇଁ ଭାରତ ବନ୍ଦର ଡାକର ଦେଇଥିଲେ । ତେବେ ସେହି ଚାଷୀ ଭାଇ ମାନଙ୍କ ହିତ ପାଇଁ ଆଉ ଏକ ବନ୍ଦର ଡାକରା ଦିଆ ଯାଇଛି । ତେବେ ଏହି ବନ୍ଦ ଡକାର ଓଡିଶା କଂଗ୍ରେସ ଦେଇଛି । ଏହାର ପ୍ରମୁଖ ଦାବି ହେଲା ଯେ ଦରଦାମ ବୃଦ୍ଧି ହ୍ରାସ କରାଯାଉ ଏବଂ ଚାଷୀ ମାନଙ୍କ ଆଇନକୁ ପ୍ରତ୍ୟାହାର କରାଯାଉ । ତେବେ ଚଳିତ ମାସ ୧୫ ତାରିଖ ଦିନ ଏହି ବନ୍ଦ ଡାକରା ଦିଆ ଯାଇଛି । ଆଜି କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆ ଯାଇଛି । ଆସନ୍ତା ସୋମବାର ଅର୍ଥାତ ୧୫ ତାରିଖ ଦିନ ଓଡିଶା କଂଗ୍ରେସ ତରଫରୁ ବନ୍ଦ ଡାକରା ଦିଆ ଯାଇଛି ।

ଏହି ବନ୍ଦ ଡାକରା ସମଗ୍ର ଓଡିଶାରେ ଦିଆ ଯାଇଛି । ଏହା ପ୍ରଭାବ ରାଜ୍ୟ ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ଅନ୍ୟ ଛୋଟ ବଡ ସହର ଗୁଡିକରେ ଦେଖିବା ପାଇଁ ମିଳିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ ଜନସାଧାରଣଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏହି ୬ ଘଣ୍ଟିଆ ବନ୍ଦ ଡକାର ଦିଆ ଯାଇଛି । ଏହି ବନ୍ଦ ଶାନ୍ତି ପୂର୍ଣ୍ଣ ରହିବ ବୋଲି ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଫେବୃୟାରୀ ୧୫ ତାରିଖ ସକାଳ ୭ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସମଗ୍ର ଓଡିଶା ବନ୍ଦ ରହିବ । ସୂଚନା ଅନୁଯାଇ ଏହି ବନ୍ଦ ଡକାରା ଦେଶର ଅହେତୁକ ତୈଳ ଦର ବୃଦ୍ଧି, କୋଟିଆ ପ୍ରସଙ୍ଗ ଏବଂ ମହାନଦୀ ବିବାଦକୁ ନେଇ ଦଳ ପକ୍ଷରୁ ବନ୍ଦ କରାଯିବ ।

ଏଥି ସହିତ ଏହି ବନ୍ଦ ଡାକର ଚାଷୀ ମାନଙ୍କ ସମସ୍ୟା, ରାଜ୍ୟର ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳୁ ନାହିଁ ଏହାକୁ ପ୍ରତିବାଦ କରି କଂଗ୍ରେସ ତାର ସ୍ଵର ଉତ୍ତୋଳନ କରିବ । କିଛି ଦିନ ହେଲା ହୁ ହୁ ହୁ ତୈଳ ଦର ବଢିବାରେ ଲାଗିଛି ଯେଉଁଥି ପାଇଁ ଅତ୍ୟାବଶକ ସାମଗ୍ରୀ ର ଦର ବି ବଢିବରେ ଲାଗିଛି ତେଣୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ରାଜ୍ୟବାସୀଙ୍କ ସମସ୍ୟା ଏହି ସରକାର ଠିକ ଭାବେ ବୁଝି ପାରୁ ନାହିଁ ଏବଂ ଏହାର ସମସ୍ୟାର ସମାଧାନ କରି ପାରୁ ନାହିଁ, ତେଣୁ ଏହାର ପ୍ରତିବାଦରେ କଂଗ୍ରେସ ବନ୍ଦ ଡାକର ଦେଇଛି ।

ତେବେ ରାଜ୍ୟ ବାସୀ ଏହି ବନ୍ଦକୁ ସହଯୋଗ କରିବେ ବୋଲି ଆଶା ରଖିଛି କଂଗ୍ରେସ । ତେବେ ଏହି ବନ୍ଦ ଡାକର ଅତ୍ୟନ୍ତ ଶାନ୍ତି ପୂର୍ଣ୍ଣ ଭାବେ ହେବ ଏବଂ ଓଡିଶା ବାସୀଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ଵାନ ଦେଇ କହିଛନ୍ତି ରାଜ୍ୟବାସୀ ଏହାକୁ ସହଯୋଗ କରନ୍ତୁ ଓ ବନ୍ଦକୁ ସଫଳ କରାନ୍ତୁ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *