Breaking News

ପେଟ୍ରୋଲ ପରେ ଆକାଶ ଛୁଆଁ ହେଲା କ୍ଷୀର ଦର , ଏତେ ଟଙ୍କା ବଢିଲା ,ଜାଣି ରଖନ୍ତୁ …

କରୋନା ସଂକଟ ବେଳେ ଲୋକମାନେ ବୃତ୍ତି ହରାଇ ରୋଜଗାର ସହ ଲଢେଇ କରୁଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ଅତ୍ୟାବଶକୀୟ ସାମଗ୍ରୀ ଉପରେ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ପର୍ଯ୍ୟନ୍ତ ସବୁ ଜିନିଷର ଦାମ ଦାମ ଆକଶ ଛୁଆଁ ହେବାରେ ଲାଗିଚି। ତା ଭିତରେ ବି ପ୍ରତିଦିନ ଖାଦ୍ୟ ସାମଗ୍ରୀ ର ଦାମ ବି ବଢ଼ୁଚି। ଏସବୁ ଭିତରେ ଆହୁରି ଏକ ଖବର ଆସିଚି ଯାହାକି ଖାଉଟି ମାନଙ୍କ ଉପରେ ନିଶ୍ଚିତ ଅଧିକ ପରିମାଣରେ ପ୍ରଭାବ ପକାଇବ। କାରଣ ଆସନ୍ତା କାଲି ଠାରୁ କ୍ଷୀର କମ୍ପାନୀ ମଦର ଡାୟରୀ କ୍ଷୀରର ଦାମ ଲିଟର ପିଛା ଦୁଇଟଙ୍କା ଲେଖାଏଁ ବୃଦ୍ଧି କରିଛି।

ଯାହାଫଳରେ କି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ର ବେଶି ହଇରାଣ ହେବେ। ଆପଣ ମାନେ ତ ଜାଣିଥିବେ କ୍ଷୀର ଏମିତି ଗୋଟିଏ ଜିନିଷ ଯାହା କି ଘରେ ଘରେ ପ୍ରତେକ ଦିନ ନିହାତି ଆବଶ୍ୟକ। ଆଉ ଯଦି ସରକାର କ୍ଷୀର ଦାମ ବି ବଢ଼ାଇବେ ଲୋକେ ଖାଇବେ କେମିତି ଚଳିବେ କେମିତି। ଖବର ମୁତାବକ ଦିଲ୍ଲୀ ସହ ଅନ୍ୟ ସହର ମାନଙ୍କରେ କ୍ଷୀର ଲିଟର ପିଛା ଦୁଇ ଟଙ୍କା ଲେଖାଏଁ ବଢାଯାଇଛି। ଏହି ମଦର ଡାୟରି କ୍ଷୀର କମ୍ପାନି ୨୦୧୯ ଡିସେମ୍ବର ମାସରେ ଦିଲ୍ଲୀରେ କ୍ଷୀରର ଦାମ ବୃଦ୍ଧି କରାଇଥିଲା

କାରଣ ପ୍ରତିଦିନ ଦିଲ୍ଲୀରେ ୩୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ବିକ୍ରି ହେଇଥାଏ। ତେଣୁ ଏତେ ମାତ୍ରାରେ କ୍ଷୀର ସପ୍ଲାଏ କରିବା ସମ୍ଭବ ହେଇନଥିବାରୁ ମଝିରେ ମଝିରେ ଏମିତି ଦରବୃଦ୍ଧି କରାଯାଇଥାଏ ବୋଲି ସୂଚନା ଦେଇଛନ୍ତି ମଦର ଡାୟାରୀ କମ୍ପାନି ର ମାଲିକ। ବର୍ତ୍ତମାନ ର ମୂଲ୍ୟ ଅନୁଯାୟୀ ମଦର ଡାୟରି କମ୍ପାନୀର ଟୋନ୍ଡ ମିଲ୍କ ଆଗରୁ ଲିଟର ପିଛା ୪୨ ଟଙ୍କା ଥିବା ବେଳେ ଏବେ ହେଇଚି ୪୪ ଟଙ୍କା। ସେହିପରି ଫୁଲ କ୍ରିମ୍ ମିଲ୍କ ର ଦାମ ଲିଟର ପିଛା ୫୫ ଟଙ୍କା ଥିବାବେଳେ ଏବେ ହେଇଚି ୫୭ ଟଙ୍କା।

ଆହୁରି ମଧ୍ୟ ବାହାରେ ଖୋଲାରେ ମିଳୁଥିବା ଗାଈ କ୍ଷୀର ବି ଆଗରୁ ୪୭ ଟଙ୍କା ଥିବା ବେଳେ ଏବେ ହେଇଚି ୪୯ ଟଙ୍କା। ସୂଚନା ଅନୁସାରେ ଏହି ଦର ବୃଦ୍ଧି ସବୁ ପ୍ରକାର ଭ୍ୟାରିଏଣ୍ଟ ର କ୍ଷୀର ଉପରେ କରାଯିବ। ଏନେଇ ମଦର ଡାୟାରୀ କମ୍ପାନୀ ର ସିଇଓ କହିଛନ୍ତି କି କୋରନା ପାଇଁ କ୍ଷୀର ଉତ୍ପାଦନ ବହୁତ ସଙ୍କଟ ରେ ରହିଛି ତେଣୁ ଲୋକଙ୍କ ଯେତିକି ପରିମାଣରେ ଆଵଶ୍ୟକ ସେତିକି ଯୋଗାଇବା ବି ସମ୍ଭବ ହେଉନାହିଁ ତେଣୁ ଆମେ ଦରବୃଦ୍ଧି କରିବାକୁ ବାଧ୍ୟ ହେଉଛୁ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶନି ଦେବଙ୍କ କୃପାରୁ 2023 ରେ ଏହି ୫ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି, ଏହି 5ଟି ରାଶିରେ ଖୁସିର ସମୟ Shani ଙ୍କ କୃପା ପାଇବେ !

ନମସ୍କାର ବନ୍ଧୁଗଣ ଆଜିର ଆମେ ଜାଣିବା ୨୦୨୩ ରେ କେଉଁ ତିନୋଟି ରାଶି ମଲାମାଲ୍ ହେବାକୁ ଯାଉଛନ୍ତି ଜ୍ୟୋତିଷ ମାନକ …

Leave a Reply

Your email address will not be published.