Breaking News

ପରି କେସ ରେ ନୂଆ ଖୁଲସା – ପରି ର ମା ଦେଲେ ଚାଞ୍ଚଲ୍ୟକର ବୟାନ

ବର୍ତ୍ତମାନ ଓଡିଶାରେ ସବୁଠୁ ଚାଞ୍ଚଲ୍ୟକର ଘଟଣା ପାଲଟିଛି ନୟାଗଡର କୁନି ଝିଅ ପରୀର କେସ । ଏହା ସହିତ ପ୍ରତି ଟି ଓଡିଆ ବାସୀ ପରୀ ର ଦୋଷୀ କୁ ଦଣ୍ଡ ମିଳୁ ବୋଲି ଚାହୁଁଥିବା ବେଳେ । ପରୀ କେସରେ ତଦନ୍ତ କରୁଥିବା ଏସଆଇଟି ର ମୁଖ୍ୟ ଅରୁଣ ବୋଥ୍ରା ପରୀର ଗାଁ ନାବାଳକ ସରୋଜ ସେଠୀ ଅଭିଯୁକ୍ତ ବୋଲି ଦାବି କରୁଥିବା ବେଳେ ଏହାକୁ ପରୀଙ୍କର ବାପା ମା ସହଜରେ ଗ୍ରହଣ କରି ପାରୁ ନାହାନ୍ତି ।

ପରୀ ର ବାପା ମାଆ ଙ୍କ ମତ ଅନୁଯାଇ, ଯେଉଁ ମାନଙ୍କ ନାମରେ ଅଭିଯୋଗ କରଯାଇଥିଲା | ସେମାନଙ୍କ ମଧ୍ୟରୁ କାହାକୁ ଏସଆଇଟି ତାର ତଦନ୍ତ ପରିସରକୁ ଏପର୍ଯ୍ୟନ୍ତ ଆଣି ନାହିଁ । ଆଉ ଗୋଟିଏ ପଟେ ପରୀର ମାଆ ଙ୍କର କହିବା କଥା ହେଲା – ପରୀ ସହିତ କୌଣସି ପ୍ରକାର ଦୁ ଷ୍କର୍ମ ହୋଈନାହିଁ।
ପରୀ ର ମାଆ ଙ୍କ କହିବା କଥା ତାଙ୍କ ଝିଅର ଅ ର୍ଗାନ ଚୋରୀ ହୋଇଛି । କାରଣ ତାଙ୍କ ର ସ୍ଵାମୀ ଯାହା ଦେଖିଥିଲେ ସେଥିରେ କେବଳ ୨୫ ଭାଗ ଅଙ୍ଗ ଥିଲା ଆଉ ବାକି ୭୫ ଭାଗ ଅଙ୍ଗ ଗାୟବ ଥିଲା ।

ପରୀ ର ମାଆ ଙ୍କ କହିବା ମୁତାବିକ, ଯଦି ସରୋଜ ଏପରି ଏକାମ କରିଛି ତେବେ ବାକି ୭୫ ଭାଗ ଗଲା କୁଆଡେ?? ସେ କଣ ଏକୁଟିଆ ପିଲା ଏମିତି ଏକା ଏକା କରିବା ସମ୍ଭବ ବୋଲି ପରୀ ର ମାଆ ପ୍ରଶ୍ନ କରିଛନ୍ତି । ପରୀର ମାଆ ଙ୍କ କହିବା ମୁତାବକ ସେ ବସ୍ତା ୧୦ ଦିନ ଯାଏଁ ଥିଲା, ସେଇ ବାଟରେ ଅନେକ କୁକୁର ବିଲେଇ ଯିବା ଆସିବା କରୁଥିଲେ ହେଲେ କୌଣସି ବି ପଶୁ ସେହି ବସ୍ତା ରେ ମୁହଁ ମାରି ନାହାନ୍ତି । ୮ ଦିନ ଡଗ ସ୍କୁଆଡ ଆସିଥିଲା ସେ ବି କିଛି ଖୋଜି ପାଇ ପାରିଲା ନାହିଁ । ସେଇ ବାଟ ତାଙ୍କର ଅନେକ ପଡୋଶୀ ଯିବା ଆସିବା କରିଥିଲେ ହେଲେ କେହି ବି ଏହାକୁ ଦେଖି ପାରି ନଥିଲେ ।

ସେହିଠାରେ ଜେନ ଭେଣ୍ଡି ଫସଲ କରିଥିଲେ ସେ ବି କିଛି ଦେଖି ବାସ୍ନା ଆସୁ ଥିଲା ବୋଲି ଜାଣି ପାରି ନାହାନ୍ତି । ପରୀ ମା କହିଛନ୍ତି ଏସଆଇଟି ଏସବୁ କି ନାଟକ, କି ଗପ ତିଆରି କରୁଛନ୍ତି ଆମେ କିଛି ବୁଝି ପାରୁ ନାହୁଁ । ପରୀ ର ମା କହୁଛନ୍ତି ଝିଅର ଅର୍ଗାନ ଚୋରୀ ହୋଇଛି ଏଥିରେ ବାବୁଲି ନାୟକ, କାହ୍ନୁ ବେହେରା ସାମିଲ ଅଛନ୍ତି । ଏମାନଙ୍କ ଉପରେ ଏସଆଇଟି କୌଣସି ବି କାର୍ଯ୍ୟନୁଷ୍ଠାନ କରି ନାହାନ୍ତି । ଓଲଟି ଆମେ ଯାହାକୁ ଦୋଷୀ ବୋଲି କହୁଛୁ ତାକୁ ନେଇ ସାଥିରେ ସେମାନେ ତଦନ୍ତ କରୁଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *