ପଳାତକ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ଆବେଦନକୁ ମଙ୍ଗଳବାର ଦିନ ବ୍ରିଟେନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।ଏହି ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ମାଲ୍ଯା ଭାରତକୁ ଫେରିବା ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାଇଁ ଟଙ୍କା ଫେରସ୍ତ ହେବାର ଏକ ନୂଆ ଆଶା ସଞ୍ଚାର ହୋଇଛି । ବ୍ରିଟେନ ହାଇ କୋର୍ଟ ମାଲ୍ୟାଙ୍କ ସମ୍ପତ୍ତି ଉପରେ ସୁରକ୍ଷା କଭର ହଟାଇ ଦେଇଛନ୍ତି । ଲଣ୍ଡନ ହାଇକୋର୍ଟର ଏହି ନିଷ୍ପତ୍ତି ବିଜୟ ମାଲ୍ୟାଙ୍କ ପାଇଁ ଏକ ବଡ ପ୍ରତିବନ୍ଧକ ବୋଲି ଚର୍ଚ୍ଚା ହେଉଛି ।ଏହି ବ୍ୟବସାୟୀଙ୍କ ନାମରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ବା ମନି ଲଣ୍ଡରିଂ ଆଦି ଅଭିଯୋଗ ରହିଛି।
ସୂଚନା ଥାଉକି, ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନେକ ବ୍ୟାଙ୍କର ୯ ହଜାର କୋଟି ଟଙ୍କାର ଋଣ ନେଇ ୨୦୧୬ରେ ଦେଶ ଛାଡ଼ି ପଳାଇଛନ୍ତି। ଏବେ ସେ ଲଣ୍ଡନରେ ରହୁଛନ୍ତି। ଲଣ୍ଡନର ଏକ କୋର୍ଟରେ ଏହି ମାମଲା ଚାଲିଛି। ବିଜୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ଏବଂ ଭାରତୀୟ ତଦନ୍ତ ସଂସ୍ଥା ଅନେକ ପ୍ରୟାସ କରୁଛନ୍ତି। ହେଲେ ଏଯାବତ ସଫଳ ହୋଇ ନାହାନ୍ତି। ସୂଚନାଥାଉ କି, ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ମାଲ୍ୟାଙ୍କର ଦେଶରେ କିଙ୍ଗଫିଶର ମଦ, ଏୟାରଲାଇନ୍ସ ଆଦି ବ୍ୟବସାୟ ରହିଛି। ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସ ବର୍ତ୍ତମାନ ବନ୍ଦ ହୋଇଯାଇଛି ।
ତେବେ ବ୍ରିଟେନ କୋର୍ଟ ର ଆବେଦନ ଖାରଜ ପରେ ବର୍ତ୍ତମାନ ଭାରତୀୟ ବ୍ୟାଙ୍କଗୁଡ଼ିକ ଭାରତରେ ମାଲ୍ୟାଙ୍କ ସମ୍ପତ୍ତି ଜବତ କରି ଋଣ ଫେରସ୍ତ କରିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି । ଏହାପୂର୍ବରୁ ଇଣ୍ଡିଆନ୍ ଷ୍ଟେଟ୍ ବ୍ୟାଙ୍ଗଙ୍କ ନେତୃତ୍ୱରେ ଏକ କନ୍ସୋର୍ଟିୟମ୍ ଏପ୍ରିଲ୍ ମାସରେ ଲଣ୍ଡନ ହାଇକୋର୍ଟରେ ଶୁଣାଣି ସମୟରେ ପଳାତକ ବ୍ୟବସାୟୀଙ୍କୁ ଦେବାଳିଆ ଘୋଷଣା କରିବାକୁ ଦୃଢ ଚେଷ୍ଟା କରିଥିଲା । ଅନେକ ବର୍ଷ ଧରି ମାଲ୍ୟା ଙ୍କୁ ଭାରତ ଫେରେଇ ଆଣିବାକୁ ଗୁପ୍ତ ଭାବେ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ବିଫଳ ହେଉଛି।
ପ୍ରତିଥର କୌଣସି ନା କୌଣସି କାରଣ ଦର୍ଶାଇ ମାଲ୍ୟା କୋର୍ଟର ଆଦେଶକୁ ପ୍ରତ୍ୟାହାର କରି ଚାଲିଛନ୍ତି।ତେବେ ବ୍ରିଟେନର ସର୍ବୋଚ୍ଚ ଅଦାଲତ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ କାଏମ ରଖିଛନ୍ତି। କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଏହାର ସ୍ଥିତାବସ୍ଥା ସମ୍ପର୍କରେ ମଧ୍ୟ ଖବର ନାହିଁ।ତେବେ ମାଲ୍ୟାଙ୍କୁ ଭାରତକୁ ଆଣିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଥିବା କୁହାଯାଉଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ