ମଝିରେ ମଝିରେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ,ଯାହାକୁ ଦେଖିଲେ ଆମ ମନ ଭିତରେ ଥିବା ଆତ୍ମବିଶ୍ବାସ ଆହୁରି ଦୃଢ ହୋଈଯାଇଥାଏ। କୁହାଯାଏ ଯେ, ଇଛା ଥିଲେ ଉପାୟ ଆପେ ମିଳିବ । ଯଦି କୌଣସି କାର୍ଯ୍ୟ ପାଇଁ ଯଦି ଆପଣ ଦୃଢ଼ ଇଛା ରଖିଛନ୍ତି ତେବେ ସେହି କାର୍ଯ୍ୟ କୁ କରିବା ପାଇଁ ଆପଣ ଙ୍କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ଏମିତି ଏକ ଏହାର ଅନେକ ଉଦାହରଣ ଆମକୁ ଅନେକ ସମୟ ରେ ଦେଖିବାକୁ ମିଳିଥାଏ।
ଶାସ୍ତ୍ର ରେ ଅଛି ଯଦି ମନରେ ଅଦମ୍ୟ ସାହସ ଓ ଇଛା ଶକ୍ତି ଥାଏ ତେବେ ମଣିଷ କିଛି ବି କରି ପାରିବ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କୌଣସି ବୟସ କିମ୍ବା ଅନ୍ୟ କିଛି ବି ତା ଆଗରେ ବାଧକ ସାଝିନଥାଏ । ଏମିତି କରି ଏବେ ଚର୍ଚ୍ଚା ରେ ଅଛନ୍ତି ଜଣେ ସପ୍ତମ ଶ୍ରେଣୀ ର ଛାତ୍ର । ସୋସିଆଲ ମିଡ଼ିଆ ରେ ଏହି ଛାତ୍ର ଙ୍କର ଏକ ଫଟୋ ବେସ୍ ଭାଇରାଲ ହେଉଛି, ଯାହାକୁ ଦେଖି ଏବେ ତାଙ୍କ ପାଖକୁ ପ୍ରଶଂସା ର ସୁଅ ଛୁଟୁଛି ।
ଏବେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡ଼ି ଯିବ । କାରଣ ଫଟୋ ରେ ସେମିତି କିଛି ଦୃଶ୍ୟ ଅଛି ଯାହା ଆମକୁ ଚମତ୍କାର ପରି ଲାଗିବ । ଏହି ଫଟୋ ରେ ଜଣେ ଛୋଟ ପିଲା ପାଠ ପଢୁ ଥିବାର ଦେଖିବା ପାଇଁ ମିଳିଛି । ଆପଣ ଭାବୁ ଥିବେ କି ପାଠ ତ ସମସ୍ତେ ପଢ଼ନ୍ତି, ତେଣୁ ଏଥିରେ ବଡ଼ କଥା କଣ ?? କିନ୍ତୁ ଆମେ ଯେଉଁ ପିଲା ବିଷୟରେ କହୁଛୁ ସେ ସ୍କୁଲରେ ନୁହେଁ ବରଂ ରାସ୍ତା କଡ଼ରେ ପଢ଼ୁଛି।ରାସ୍ତା କଡ଼ରେ ପିଲାଟି ପରିବା ବିକ୍ରି କରୁଛି ଓ ସାଥିରେ ପାଠ ମଧ୍ୟ ପଢ଼ୁଛି ।
ଯେତେବେଳେ ପରିବା ନେବାକୁ କେହି ଆସୁ ନାହାଁନ୍ତି ସେତେବେଳେ ସେ ନିଜ ପାଠ ପଢ଼ିବାରେ ବ୍ୟସ୍ତ ରହୁଛନ୍ତି।ତେବେ ଏପରି ଏକ ନିଆରା ଦୃଶ୍ୟକୁ ଆଇଏଏସ ଅଧିକାରୀ ଅବନିଶ ଶରଣ ଗତ ରବିବାର ଦିନ ନିଜ ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଛନ୍ତି।ତେବେ ସେହି ପିଲାଟିର ନାମ ପୁଷ୍ପେନ୍ଦ୍ର ସାହୁ ବୋଲି ଜଣା ପଡ଼ିଛି।ସେ ୭ମ ଶ୍ରେଣୀରେ ପାଠପଢ଼େ ବୋଲି ଜଣାପଡ଼ିଛି।ତେବେ ଆଇଏଏସ ଅଧିକାରୀ ଅବନିଶ ଶରଣ ଫୋଟୋ ଟିକୁ ସେୟାର କରି ଲେଖିଛନ୍ତି କି “ନିଆଁ ଯେଉଁଠି ବି ଥାଉ ନା କାହିଁକି ବାସ ଜଳିବା ଦରକାର।”
ତେବେ ଏହି ଫଟୋ ଟି ଟ୍ୱିଟର ରେ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ୨୮ ହଜାର ରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି ଏବଂ ଏହାକୁ ୩ ହଜାର ରୁ ଉର୍ଦ୍ଧ୍ବ ଥର ରି-ଟ୍ୱିଟ କରା ଯାଇଛି।ବାଳକର ପଢ଼ା ପ୍ରତି ଏଭଳି ଭଲ ପାଇବା ଦେଖି ଲୋକ ମାନେ ତାକୁ ଖୁବ ପ୍ରଶଂସା କରିଛନ୍ତି।କିଛି ୟୁଜର କମେଣ୍ଟ ରେ ଲେଖିଛନ୍ତି କି ତୁଳସୀ ଦୁଇ ପତ୍ରରୁ ବାସେ।
ତେଣୁ ଏହି ପିଲାଟି ମଧ୍ୟ ଖୁବ ବଡ଼ ମଣିଷ ହେବ ଏବଂ ଜଣେ ବହୁତ ବଡ଼ ଅଫିସର ହେବ।ସତରେ ଏହି ପିଲାଟିର କାହାଣୀ ସମସ୍ତଙ୍କ ପାଇଁ ଏକ ପ୍ରେରଣା ର ସ୍ରୋତ ପାଲଟିଛି।ସଫଳତା କୌଣସି ବୟସ, ଜାତି, ବର୍ଣ୍ଣ , ଧନୀ,ଗରିବ କିଛି ଦେଖି ନଥାଏ।ସଫଳତା କେବଳ ଆପଣଙ୍କ କଠିନ ପରିଶ୍ରମ ଏବଂ ଆପଣଙ୍କ ମନର ବିଶ୍ୱାସ କୁ ଦେଖି ଥାଏ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ