Breaking News

ସରକାରୀ ଅଧିକାରୀ ଙ୍କ ଦାଦାଗିରି ,କହିଲେ : ମୁଁ ଏସଡ଼ିଏଏମ ଅକ୍ସିଜେନ୍ ଦେବିନି

ଉତ୍ତର ପ୍ରଦେଶ: ଦେଶ ବ୍ୟାପୀ ଲୋକ ଙ୍କ ର ନିଦ ହଜେଇଲାଣି କରୋନା।ଦିନ କୁ ଦିନ କରୋନା ର ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢିବା ସମେତ ମୃତକ ଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।ହେଲେ ଏଭଳି ପରିସ୍ଥିତି ରେ ଅନ୍ୟ ବଡ଼ ସମସ୍ୟା ଉପୁଜିଛି।ତାହା ହେଉଛି ରୋଗୀ ଙ୍କ ପାଇଁ ଅକ୍ସିଜେନ୍ ର ଅଭାବ। ଯଦିଓ ଦେଶ ର ସମସ୍ତ ରାଜ୍ୟ ରେ କରୋନା ର ପ୍ରକୋପ ଦେଖାଦେଇଛି।ହେଲେ ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ, ଉତ୍ତର ପ୍ରଦେଶ ଭଳି କିଛି ରାଜ୍ୟ ରେ ଏହା ର ସ୍ଥିତି ଖୁବ୍ ଜଟିଳ ରହିଛି।ବଢୁଥିବା ସଂକ୍ରମଣ ଅନୁଯାୟୀ ସେହି ପରିମାଣରେ ରୋଗୀ ଙ୍କ ପାଇଁ ଅକ୍ସିଜେନ୍ ଯୋଗାଣ ହୋଇପାରୁନାହିଁ।

ଯାହା ଫଳରେ ଅନେକ ଗୁରୁତର ରୋଗୀ ମୃତ୍ୟୁ ମୁଖ ରେ ପଡ଼ୁଛନ୍ତି।ତେବେ ଏପରି ଜଟିଳ ପରିସ୍ଥିତି ଭିତରେ ଏଭଳି ଏକ ଦୃଶ୍ୟ ସାମ୍ନା କୁ ଅସିଛି ଯାହା ଅତି ନିନ୍ଦନୀୟ ଅଟେ।ଘଟଣା ଟି ଘଟିଛି ଉତ୍ତର ପ୍ରଦେଶର ଆଗ୍ରା ଠାରେ। ଏଠାରେ ଅନେକ ଲୋକ କରୋନାରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏଭଳି କ୍ଷେତ୍ରରେ ଆବଶ୍ୟକତା ରହିଛି ଯଥେଷ୍ଟ ପରିମାଣ ର ଅକ୍ସିଜେନ୍ ର। ତେବେ ରୋଗୀ ଙ୍କ ସମ୍ପର୍କୀୟ ମାନେ ଅକ୍ସିଜେନ ପାଇଁ ସ୍ଥାନୀୟ ଏସଡିଏମ ପ୍ରିୟଙ୍କା ସିଂ ଙ୍କୁ ଆକୁଳ ନିବେଦନ କରିଥିଲେ କିନ୍ତୁ କୌଣସି କାରଣ ବଶତଃ ତାଙ୍କ ମଧ୍ୟରେ ବଚସା ହୋଇଥିଲା।ପରେ ଏହା ପାଲଟି ଯାଇଥିଲା ରନ କ୍ଷେତ୍ର।

ଅକ୍ସିଜେନ ସିଲିଣ୍ଡର ଉପରେ ଗୋଡ ରଖି ସ୍ଥାନୀୟ ଏସଡିଏମ ପ୍ରିୟଙ୍କା ସିଂ ରୋଗୀ ଙ୍କ ସମ୍ପର୍କୀୟ ମାନଙ୍କୁ ଧମକ ଉପରେ ଧମକ ଦେଇ ଚାଲିଥିଲେ।ଗୋଦାମ ରେ ଅକ୍ସିଜେନ୍ ସିଲିଣ୍ଡର ମହଜୁଦ ଥିବା ବେଳେ କଣ ପାଇଁ ସିଲିଣ୍ଡର ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ରୋଗୀ ଙ୍କ ସମ୍ପର୍କୀୟ। ଏହି ଘଟଣା ସମୟ ର ଏକ ଭିଡ଼ିଓ ଏବେ ଦେଶ ବ୍ୟାପି ଭାଇରଲ ହେବାରେ ଲାଗିଛି। ଜଣେ ସରକାରୀ କର୍ମଚାରୀ ଙ୍କ ସାଧାରଣ ଲୋକ ଙ୍କ ପ୍ରତି ଏଭଳି ଆଚରଣ କୁ ନିନ୍ଦା କରିଛନ୍ତି ଲୋକେ। ଏବଂ ଏଭଳି ଆଚରଣ ପାଇଁ ଏହି ସରକାରୀ ଅଧିକାରୀ ଙ୍କ ପାଇଁ କେଉଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ଏହା ଉପରେ ସମସ୍ତ ଙ୍କ ନଜର ରହିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *