କରୋନା ର ଦ୍ବିତୀୟ ଲହରୀ ଦେଶ ବ୍ୟାପୀ ଲୋକ ଙ୍କ ର ନିଦ ହଜେଇଲାଣି ।ଦିନ କୁ ଦିନ କରୋନା ର ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢିବା ସମେତ ବଢିବାରେ ଲାଗିଛି ମୃ- ତ- କ ଙ୍କ ହାର।ତେବେ ଏପରି ସମସ୍ୟା ମଧ୍ୟରେ ମୁଣ୍ଡ ଟେକିଛି ଏକ ନୂଆ ସମସ୍ୟା ।ଯାହା ହେଉଛି ଅକ୍ସିଜେନ ର ଅଭାବ।କରୋନା ସମୟରେ ଅକ୍ସିଜେନ ର ଅଭାବ ଅନେକ ଲୋକ ଙ୍କୁ ମ- ର- ଣ ମୁ ହଁ କୁ ଠେଲି ଦେଉଛି । ଦିନ କୁ ଦିନ ବଢୁଥିବା ସଂକ୍ରମିତ ଙ୍କ ପାଇଁ ଆବଶ୍ୟକ ହେଉଛି ଯଥେଷ୍ଟ ପରିମାଣ ର ଅକ୍ସିଜେନ ସିଲିଣ୍ଡର ର।
ଦେଶ ର କିଛି ରାଜ୍ୟ ରେ ସ୍ଥିତି ଏଭଳି ବେକାବୁ ହେବାରେ ଲାଗିଛି ଯେ ଅକ୍ସିଜେନ ନ ପାଇ ଚାଲିଯାଉଛି ସହ ସହ ଲୋକ ଙ୍କ ଜୀବନ। ଏହି ଭଳି ଏକ ଦୃଶ୍ୟ ସାମ୍ନା କୁ ଆସିଛି ହରିୟାଣା ର ହିସାର୍ ଜିଲ୍ଲା ର ଏକ ହସ୍ପିଟାଲ୍ ରେ ।ଏଠାରେ ଅକ୍ସିଜେନ ସରିଯିବା ହେତୁ ଅ-ଣ ନି-ଶ୍ୱାସି ହୋଇ ୫ କରୋନା ରୋଗୀ ଙ୍କ ମୃ -ତ୍ୟୁ ହୋଇଥିବା ଜଣା ପଡ଼ିଛି ।ଗତ ୨୪ ଘଣ୍ଟା ମଧ୍ୟରେ ଏହା ରାଜ୍ୟ ର ତୃତୀୟ ଘଟଣା।ସେହିଭଳି ଗୁରଗାଁଓ ଠାରେ ଥିବା ଏକ ଘରୋଇ ହସ୍ପିଟାଲ୍ ରେ ଅକ୍ସିଜେନ ଅଭାବ ରୁ ୪ କରୋନା ରୋଗୀ ଙ୍କ ମୃ- ତ୍ୟୁ ହୋଇଥିବା ବେଳେ ରାୱାରି ହସ୍ପିଟାଲ୍ ରେ ମଧ୍ୟ ଅକ୍ସିଜେନ ଅଭାବ ରୁ ୪ ଜଣ ପ୍ରା- ଣ ହରା- ଇଛନ୍ତି।ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେହି ଭଳି ଉତ୍ତର ପ୍ରଦେଶର ମିରଟ ହସ୍ପିଟାଲ୍ ରେ ଅକ୍ସିଜେନ ସରିଯିବା ହେତୁ ନିକଟସ୍ଥ ଘରୋଇ ହସ୍ପିଟାଲ୍ ସହାୟତା ରେ ଅକ୍ସିଜେନ ଯୋଗାଣ କରାଯାଇଥିବା ସୂଚନା ମିଳିଛି।ଏହି ହସ୍ପିଟାଲ୍ ରେ ୧୬୦ ଜଣ କରୋନା ରୋଗୀ ଚିକିତ୍ସିତ ଅବସ୍ଥା ରେ ଥିଲେ ,ହେଲେ ଅଧ ରାତି ରେ ଅକ୍ସିଜେନ ସରିଯିବାରୁ ସ୍ଥିତି ସଙ୍କଟା- ପନ୍ନ ହୋଇଥିଲା।ହେଲେ ନିକଟସ୍ଥ ଘରୋଇ ହସ୍ପିଟାଲ୍ ର ସହାୟତା ଫଳରେ ଅକ୍ସିଜେନ ଯୋଗାଣ ହୋଇପାରିଥିବାରୁ ଅନେକ ଲୋକ ଙ୍କ ଜୀବନ ବଞ୍ଚିଯାଇଥିଲା।
ସେପଟେ ସରକାର ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି, ରୋଗୀ ଙ୍କ ପାଇଁ ଅକ୍ସିଜେନ ର ଅଭାବ କୁ ପୂର୍ଣ୍ଣ କରିବା ପାଇଁ ଅକ୍ସିଜେନ ପ୍ରସ୍ତୁତ କରୁଥିବା କମ୍ପାନୀ ମାନଙ୍କୁ ଅଧିକ ପରିମାଣ ରେ ଅକ୍ସିଜେନ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରିଛନ୍ତି ।ତେବେ ଆଗକୁ ପରିସ୍ଥିତି କଣ ରହୁଛି ଏ ଦିଗ ପ୍ରତି ସମସ୍ତ ଙ୍କ ର ଦୃଷ୍ଟି ରହିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ