ଓଡିଶାରେ ରାନୀ ପଣ୍ଡା ଜଣେ ଚର୍ଚିତ ଚେହେରା । ପ୍ରଥମେ ସେ ତାଙ୍କ ବିବାଦୀୟ ନୃତ୍ୟ ଶୈଳୀ ପାଇଁ ଲୋକ ଲୋଚନକୁ ଆସିଥିଲେ । ଏହା ପରେ ସେ ବିପଦ ସମୟରେ ଲୋକ ମାନଙ୍କୁ ସାହାର୍ଯ୍ୟ କରି ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଆଉ ତାପରେ ତାଙ୍କ ସ୍ପଷ୍ଟବାଦୀ ନୀତି ବା ତାଙ୍କର ରୋକ ଠୋକ କଥା ପାଇଁ ସେ ସବୁବେଳେ ଗଣମାଧ୍ୟମ ହେଡ ଲାଇନରେ ରହିଥିଲେ । ଆଉ ଏହା ପରେ ରାନୀ ପଣ୍ଡା ଯାହା ବି କରିଲେ ତାହା ଚର୍ଚା ହେବାରେ ଲାଗିଲା । ଆଉ ଏବେ ଓଡିଶାର ସବୁ ଠାରୁ ଲୋକପ୍ରିୟ ବ୍ୟକ୍ତି ମାନଙ୍କ ମଧ୍ୟରୁ ରାନୀ ପଣ୍ଡା ଅନ୍ୟତମ । ରାନୀ ସବୁବେଳେ ନିଜ କାମ ପାଇଁ ଚର୍ଚାରେ ରହି ଆସିଛନ୍ତି ।
କିଛ ଦିନ ପୂର୍ବରୁ ରାନୀ ଓଡିଶା ଛାଡି ଚାଲି ଯାଇଥିଲେ ଏହି କଥା ତ ଆପଣ ମାନେ ଜାଣି ଥିବେ । ରାନୀ ଓଡିଶା ଛାଡିବାର ଏକ ପ୍ରମୁଖ କାରଣ ହେଲା – ରାନୀ କୁହନ୍ତି ଯେ ତାଙ୍କୁ ଓଡିଶା ର ଲୋକ ସବୁବେଳେ ବଦନାମ କରିବା ପାଇଁ ଚେଷ୍ଟା କରିଲେ । ତାଙ୍କର ପ୍ରତି କାମକୁ ନିନ୍ଦା କରିଲେ । ତେଣୁ ସେ ଏହି ସବୁ ନିଦା ଅପବାଦ ସହି ନପାରି ରାନୀ ପଣ୍ଡା ଓଡିଶା ଛାଡି ପଳାଇଥିଲେ । ଓଡିଶା ଛାଡିବା ପରେ ବି ସେ ଭିଡିଓ ଜାରି କହିଥିଲେ ସେ ଓଡିଶା ଓ ଓଡିଶାର ଲୋକ ମାନଙ୍କୁ ବହୁତ ଭଲ ପାଆନ୍ତି । ତେବେ ରାନୀ ସବୁ ରାଗ ରୁଷା ଅଭିମାନକୁ ଭୁଲି ଫୁଣି ଓଡିଶା ଫେରିଛନ୍ତି ।
ରାନୀ ଓଡିଶା ଫେରିବା ମାତ୍ରେ ତାଙ୍କର କାର୍ଯ୍ୟ କୁ ଫୁଣିଥରେ ଆରମ୍ଭ କରି ଦେଇଛନ୍ତି । ରାନୀ ଓଡିଶା ରେ ପାଦ ରଖିବା ମାତ୍ରେ ରାନୀ ପିପିଲି ରେ ପହଞ୍ଚି ଥିଲେ । ରାନୀ ତାଙ୍କ ପ୍ରଥମେ ତାଙ୍କ ଗୁରୁ ପ୍ରଦୀପ ମହାରଥୀଙ୍କ ଘରେ ପହଞ୍ଚିଥିଲେ ଏବଂ ସେଠାରେ ସେ ତାଙ୍କ ଗୁରୁଙ୍କ ଫଟୋ ପାଖରେ ଗୁରୁ ପ୍ରାଣାମ କରିଥିଲେ । ସେ ତାଙ୍କ ଗୁରୁ ମା ଅର୍ଥାତ ପ୍ରଦୀପ ମହାରଥୀଙ୍କ ସ୍ତ୍ରୀଙ୍କୁ ଦେଖା କରିବା ପାଇଁ ଚାହିଁଥିଲେ ଯେହେତୁ ସେ ନଥିଲେ ସେ ତାଙ୍କ ଝିଅ ସହ କଥା ହୋଇ ଆସିଥିଲେ ଏବଂ ଗଣ ମାଧ୍ୟମକୁ କହିଥିଲେ ଯେ ନିର୍ବାଚନରେ ସେ ନିଶ୍ଚୟ ପ୍ରଦୀପ ମହାରଥୀଙ୍କ ପରିବାର ପାଇଁ ପ୍ରଚାର କରିବେ ।
ଏହା ସହିତ ରାନୀ ପିପିଲି ଅଂଚଳର ଇଂଜିନିଯରିଂ ଛାତ୍ରୀ ଝିଅ ଲୋଜି ଯିଏକି ମାଟି କାମ କରୁଥିବା ଖବର ପାଇଁ ତାଙ୍କୁ ଆର୍ଥିକ ସହଯୋଗର ହାତ ବଢାଇଥିଲେ । ରାନୀ ମଧ୍ୟ ତାଙ୍କ ପାଖରେ ପହଞ୍ଚି ଲୋଜିଙ୍କ ର ଭଲ ମନ୍ଦ ପଚାରି ବୁଝିଥିଲେ । ଏହା ପରେ ରାନୀ ଶସ୍ମିତା ଙ୍କ ସହ ମଧ୍ୟ ଦେଖା କରିଥିଲେ । ଶସ୍ମିତାଙ୍କ ଘରକୁ ଯାଇ ସସ୍ମିତଙ୍କ ବାପାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କର ପରିବାର ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ରାନୀଙ୍କର ଏହି ସବୁ କାମ ତାଙ୍କର ହୃଦୟ କେଡେ ମହାନ ତାର ପରିଚୟ ଦେଉଛି । ଆପଣଙ୍କୁ କଣ ଲାଗୁଛି କମେଣ୍ଟ କରି କୁହନ୍ତୁ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ