Breaking News

ଓଡ଼ିଶାରେ ୬ ମାସ ପର୍ଯ୍ୟନ୍ତ ହୋଇପାରେ ଲକ୍ ଡାଉନ୍!

କରୋନାର ଦ୍ଵିତୀୟ ଲହର ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି ।ଏହି ଦ୍ବିତୀୟ ଲହର କରୋନା ର ପ୍ରଥମ ଲହର ଠାରୁ ଯଥେଷ୍ଟ ଶକ୍ତିଶାଳୀ ରହିଛି।ଏହା ଦିନ କୁ ଦିନ ଅତି କ୍ଷୀପ୍ର ଗତିରେ ବ୍ଯାପିବାରେ ଲାଗିଛି ।ଏହା ଗୋଟେ ପରେ ଗୋଟେ ରାଜ୍ୟକୁ ମାଡ଼ି ଚାଲିଛି।ସାରା ଦେଶର ସଂକ୍ରମଣ ର ସ୍ଥିତି ଏବେ ଏତେ ଭୟଙ୍କର ରହିଛି ଯେ ହସପିଟାଲ ରେ ବେଡ୍ ଖଣ୍ଡେ ମିଳିବା କଷ୍ଟକର ହୋଇପଡିଛି।ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ସମେତ ବଢ଼ି ଚାଲିଛି ମୃତ୍ୟୁ ହାର ମଧ୍ୟ ।ଏଭଳି ପରିସ୍ଥିତିରେ ଅକ୍ସିଜେନର ସମସ୍ୟା ମଧ୍ୟ ଦେଖାଦେଇଛି ।ଯାହାକି ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଲାଣି।


ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ଚେନ କୁ ଭାଙ୍ଗିବା ପାଇଁ ଅନେକ ରାଜ୍ୟ ସରକାର ଲକ୍ ଡାଉନ୍, ସଟ୍ ଡାଉନ୍ ଓ ରାତ୍ରି କାଳୀନ କର୍ଫ୍ୟୁ ଜାରି କରିଛନ୍ତି।ଏଥି ସହିତ ସମସ୍ତ ପ୍ରକାରର ବିବାହ ମହୋତ୍ସବ ଆଦି ଉପରେ ରୋକ୍ ଲଗାଇଛନ୍ତି। ଯେପରି ଗୋଷ୍ଠୀ ସଂକ୍ରମଣ ନଦେଖାଦିଏ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ସହିତ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି। ତେବେ ଆମ ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ସାରା ରାଜ୍ୟରେ ମେ ୧୯ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି।

କିନ୍ତୁ ଏହାର ବିଶେଷ କିଛି ଫଳ ମିଳୁନାହିଁ।ଏହା ସହିତ ବର୍ତ୍ତମାନ ମଧ୍ୟ ଓଡ଼ିଶାର ର ଡକ୍ଟର ମାନେ କହିଛନ୍ତି କି ରାଜ୍ୟ ରେ କରୋନା ମେ ୧୫ ପରଠାରୁ ଶକ୍ତିଶାଳୀ ହୋଇପାରେ। ତେବେ ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ୬ ମାସ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳୁଛି ।

ତେବେ ବର୍ତ୍ତମାନ ସମୟରେ କରୋନା ରୁ ରକ୍ଷା ପାଇବା ପାଇଁ ସାରା ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଓଡ଼ିଶାରେ ସମ୍ପୂର୍ଣ କରୋନା ଟୀକା ନାହିଁ । ଯାହା ଫଳରେ ସାଧାରଣ ଲୋକମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି।


କରୋନାର ଏହି ନୂତନ ଷ୍ଟ୍ରେନ ଟି ଏତେ ତୀବ୍ର ବେଗରେ ବଢ଼ିବାରେ ଲାଗିଛି ଯେ ଯଦି ସମୟ ଥାଉ ଥାଉ ଏବେ ସତର୍କ ନ ହୁଅନ୍ତି ତେବେ ଆଗକୁ ପରିସ୍ଥିତି ଅଧିକ ଗୁରୁତର ହେବାର ଯଥେଷ୍ଟ ସମ୍ଭାବନା ରହିଛି। କରୋନା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ ।ସମସ୍ତେ ନିୟମିତ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ସହିତ ଜନଗହଳିପୂର୍ଣ୍ଣ ସ୍ଥାନରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ଆବଶ୍ୟକ । ଏଭଳି କରିବା ଦ୍ୱାରା ହିଁ ନିଜ ସହିତ ନିଜ ପରିବାରକୁ କରୋନାଠୁ ବଞ୍ଚାଇ ହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *