Breaking News

ହେ ଭଗବାନ! ଓଡିଶାର ଏହି ସଫଳ ଅଭିନେତ୍ରୀ, ବାଧ୍ୟ ହୋଇ ଭିକ ମାଗୁଛନ୍ତି, ସେ କିଏ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଶୁଣିଲେ ଆଖିରୁ ଲୁହ ଆସିଯିବ….

ଓଲିଉଡ ଜଗତର ବହୁତ ପୁରୁଣା ଅଭିନେତା ଅଭିନେତ୍ରୀ ଅଛନ୍ତି ।ଯାହାଙ୍କୁ ଆମେ ମାନେ ଭୁଲି ଯାଇଛେ। ୮୦ ଦଶକରେ ଓଲିଉଡ୍‌ରେ ଚରିତ୍ର ଅଭିନୟରେ ନାଁ କମାଇଥିଲେ।ସେହିମାନଙ୍କୁ ଆମେ ମାନେ ଆଜି ଭୁଲି ଯାଇଛେ।ସେତେବେଳେ ସେମାନେ ବହୁତ ସିନେମା ରେ ଅଭିନୟ କରି ବହୁତ ନାମ କମାଇଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା।

ସେକାଳର ଅଭିନେତ୍ରୀଙ୍କୁ ଏବେ କେହି ପଚାରୁନାହାନ୍ତି। ଅନାହାର, ଅନଟନରେ କାଳ କାଟୁଛନ୍ତି। ପେଟର ଭୋକ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଭିକ ମାଗୁଛନ୍ତି।ଆମେ ଆଜି ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯାହାକି ଶୁଣିଲେ ଆପଣ ମାନଙ୍କ ଆଖିରେ ଲୁହ ଆସିଯିବ। ଏମିତି ଏକ କଳାକାରଙ୍କୁ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ରେ କାଳର କରାଳ ଚକ୍ର ପଡ଼ି ସବୁ କିଛି ହରାଇଥିବା ଏହି ଅଭିନେତ୍ରୀଙ୍କ ନାମ ହେଉଛି ମୀରା ମହାନ୍ତି।

ବିଏମ୍‌ସି ୫୭ ନମ୍ବର ୱାର୍ଡ ମାଉସୀ ମା ଫ୍ଲାଏ ଓଭର ତଳେ ଥିବା ଏକ ବସ୍ତିର ଝୁମ୍ପୁଡ଼ି ଘରେ ରହୁଛନ୍ତି।ତାଙ୍କୁ ପ୍ରାୟ 60 ବର୍ଷ ପାର ହେଲାଣି ଅଣ୍ଟା ମଧ୍ୟ ନଇଁ ପଡ଼ିଲାଣି।ରୋଜଗାର ଶୂନ୍ୟ ।ବାଧ୍ୟ ହୋଇ ଭିକ ମାଗିବାକୁ ଗୋଡ କାଢ଼ିଛନ୍ତି। ଆପଣ ମାନଙ୍କୁ କହି ରଖୁଛୁ ମୀରା କୌଣସି ଛୋଟିଆ ଅଭିନେତ୍ରୀ ନୁହନ୍ତି।

ଯାଯାବର, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ, ପ୍ରତିଧ୍ୱନୀ ଭଳି ଅନେକ ଓଡ଼ିଆ ସିନେମାରେ ସେ ଚରିତ୍ର ଅଭିନୟ କରିଥିଲେ। ୧୯୯୯ ମସିହାରେ ସେ କଟକ ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ।ସେ ତାଙ୍କ ପୁଅ ବୋହୂ ସହିତ ମାଉସୀ ମା ଫ୍ଲାଏ ଓଭର ନିକଟସ୍ଥ ଏକ ବସ୍ତିରେ ଘର କରି ରହିଥିଲେ। ତାଙ୍କ ପୁଅ ବିଏମ୍‌ସିରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ।

ତାଙ୍କ ପୁଅଙ୍କର ଅଚାନକ ମୃତ୍ୟୁ ତାଙ୍କ ପାଇଁ କାଳ ସାଜିଥିଲା।ବୋହୁ କୋଳରେ ନାତୁଣୀ ଟିଏ । କେମିତି ଚଳିବେ ବୋଲି ବୁଦ୍ଧିବାଟ ଦିଶି ନଥିଲା। ତେବେ କେନ୍ଦ୍ରୀୟ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ କଳାକାର ଭତ୍ତା ମିଳୁଥିଲା। ହେଲେ କରୋନା ମହାମାରୀ ଆସିବା ପରେ ୮ ମାସ ହେବ ତାଙ୍କୁ ଭତ୍ତା ମିଳିଲା ନାହିଁ।

ବାଧ୍ୟ ହୋଇ ଭିକ ମାଗିବାକୁ ଗୋଡ କାଢ଼ିଛନ୍ତି। ମୀରାଙ୍କ ଭଳି ଅଭିନେତ୍ରୀଙ୍କ ଏହି ଦଶା ସ୍ଥାନୀୟ ଲୋକଙ୍କ ଆଖିରେ ଯାଉନାହିଁ। କଳାକାରଙ୍କମାନ ରକ୍ଷା ପାଇଁ ସରକାର ଓ ସହୃଦୟମାନେ ଆଗେଇ ଆସିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *