Breaking News

ଓଡିଶା ହାଇକୋର୍ଟରେ ବାହାରିଲା ନିଯୁକ୍ତି ସୁଯୋଗ, ଖାଲି ରହିଛି 202ଟି ପଦ

ଯେଉଁମାନେ ସରକାରୀ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଆସିଯାଇଛି !!! ଖୁସି ଖବର ଓଡିଶା ହାଇକୋର୍ଟ ତରଫରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସଓ ପାଇଁ ନିଯୁକ୍ତି ବାହାରିଯାଇଛି ।

ଗ୍ରୁପ-B ସ୍କେଲର ୨୦୨ ଟି ପୋଷ୍ଟ ପାଇଁ ଓଡିଶା ହାଇକୋର୍ଟ ରେ ନିଯୁକ୍ତି ବାହାରି ସାରିଛି ।
ଯାହାର ଗ୍ରେଡ଼ ପେ ପ୍ରାୟତଃ ୩୫,୪୦୦ ରୁ ୧ ଲକ୍ଷ ୧୨ ହଜାର ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସମୟାନୁସାରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ମହଙ୍ଗା ଭତ୍ତା ସମେତ ଅନ୍ୟାନ ସୁବିଧା ମିଳିବ ।


କେତେ ପଦ ରହିଛି ଖାଲି:
ପ୍ରାୟ ୨୦୨ ଟି ପଦ ଖାଲି ଥିବା ନେଇ ଜଣାପଡିଛି । ତେବେ ବିନା ରିଜର୍ଭବେଶନ ପାଇଁ ୧୦୫ଟି ପଦ ଥିବା ବେଳେ ଏସସି ପାଇଁ ୨୨ଟି, ଏସଟି ପାଇଁ ୫୨ଟି, ଏସ୍ସିସିବି ପାଇଁ ୨୩ ଖାଲି ପଦ ପାଇଁ ଏହି ନିଯୁକ୍ତି ସୁଯୋଗ ଆସିଛି । ଅଧିକ ତଥ୍ୟ ଜାଣିବାପାଇଁ କୋର୍ଟର ଅଫ୍ଫିସିଆଲ ୱେବସାଇଟକୁ ଯାଇ ସର୍ଚ୍ଚ କରିପାରିବେ ।


ବୟସ କେତେ ହୋଇଥିବା ଦରକାର :
ତେବେ ଆବେଦନ କରିବା ନିମନ୍ତେ ୨୦୨୧ ଅଗଷ୍ଟ ମାସ ପହିଲା ସୁଦ୍ଧା ଆଶାୟୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ପ୍ରାୟ ୨୧ ବର୍ଷ ଏବଂ ସର୍ବାଧିକ ବୟସ ପ୍ରାୟ ୩୨ ବର୍ଷ ହୋଇଥିବା ନିହାତି ଦରକାର । ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ରିଜର୍ବବେଶନ ଆଧାରରେ ବୟସରେ କିଛିଟା ରିଲାକ୍ସସେସନ ମିଳିପାରିବ ।

ଶିକ୍ଷାଗତ ଯୋଗ୍ୟତା:
ରାଜ୍ୟର କୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । କମ୍ପ୍ୟୁଟରରେ କିଛିଟା ଜ୍ଞାନ ଥିବା ଦରକାର ।
ପରୀକ୍ଷା ଫି:
ଏହି ପରୀକ୍ଷା ପାଇଁ ୫୦୦ ଟଙ୍କା ଫି ରଖାଯାଇଛି । ଡ଼େବିଟ କାର୍ଡ଼, କ୍ରେଡିଟ କାର୍ଡ଼ କିମ୍ବା ନେଟ ବ୍ୟାଙ୍କିଙ୍ଗରେ ଏହି ଫି ଆପଣ ପେ କରିପାରିବେ । କିନ୍ତୁ ଏସସି, ଏସଟି, ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ କୌଣସି ଫି ରଖାଯାଇନାହିଁ ।


କେମିତି କରିବେ ଆବେଦନ:
ଏଥି ପାଇଁ ଆପଣମାନେ ଓଡିଶା ହାଇକୋର୍ଟର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ଆପଣ ଆବେଦନ କରିପାରିବେ । ଫର୍ମ ଭରିବା ପୂର୍ବରୁ ୱେବସାଇଟରେ ଦିଆଯାଇଥିବା ଆଡ଼ଭାଇଟେଜମେଣ୍ଟକୁ ଭଲ ଭାବରେ ପଢିନେବା ଆବଶ୍ୟକ । ଆଗକୁ କୌଣସି ଅସୁବିଧାର ସାମ୍ନା ନକରିବା ପାଇଁ ଫର୍ମ ଭରିବା ବେଳେ ସତର୍କ ରହିବା ଆବଶ୍ୟକ ।
ଫର୍ମ ଫିଲପ ତାରିଖ:
ଫର୍ମ ଫିଲପ ଅବଧି ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *