ଆଜି ଆମେ ଆପଣ ଙ୍କୁ ଓଡିଶାର ଯାତ୍ରା ଜଗତ ର ସନୀ ଲିଓନି ରାଣୀ ପଣ୍ଡା ଙ୍କ ବିଷୟରେ କହିବାକୁ ଯାଉଛୁ । ଯେତେବେଳେ ବି ଆମେ ନିଜ ନିଜ ଭିତରେ ଜଲିଉଡ଼ ର କଥାବାର୍ତ୍ତା ହେଉ ସେତେବେଳେ ଆମର ଆଖି ଆଗକୁ ଗୋଟିଏ ଚେହେରା ସବୁବେଳେ ଆସିଥାଏ ଯିଏକି ସବୁବେଳେ ନିଜର ରୋକଠୋକ ବା ସ୍ପଷ୍ଟବାଦୀ ଗୁଣ ପାଇଁ ବିବାଦ ରେ ରହିଥାନ୍ତି ।ତେବେ ରାଣୀ ପଣ୍ଡା ସବୁବେଳେ କିଛି ନା କିଛି ବିବାଦ ରେ ରହିଥାନ୍ତି ।
ସାଧାରଣତଃ ଆପଣ ମାନେ ସବୁବେଳେ ରାଣୀ ଙ୍କୁ ସବୁବେଳେ ଦୁଇ ଟି ରୂପରେ ଦେଖିଛନ୍ତି ଗୋଟିଏ ହେଉଛି ତାଙ୍କର ରୋକଠକ ବ୍ୟବହାର ଏବଂ ଅନ୍ୟ ଟି ହେଉଛି ତାଙ୍କର ଆଲବମ ର ରେକର୍ଡ ଡ୍ୟାନ୍ସ ରୂପ ।କିନ୍ତୁ ଆମେ ଆଜି ଆପଣ ଙ୍କୁ ରାଣୀ ଙ୍କର ଅନ୍ୟ ଏକ ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଦେଖିନଥିବେ ।
ଜଲିଉଡ଼ କୁଇନ ରାଣୀ ପଣ୍ଡା ଙ୍କର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ବେଶ ଚର୍ଚ୍ଚାରେ ରହିଛି ଯେଉଁଥିରେ ରାଣୀ ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ବଡ଼ ଖୁସି ର ଖବର ଦେଇଛନ୍ତି । ସେ ତାଙ୍କର ପ୍ରସନାଲ ସୋସିଆଲ ଆକାଉଣ୍ଟ ମାଧ୍ୟମ ରେ ତାଙ୍କର ପ୍ରସଂଶକ ଙ୍କୁ ଏହି ସୂଚନା ଦେଇଛନ୍ତି ଯେ ସେ ବହୁତ ଶୀଘ୍ର ପୁଣି ଥରେ ଓଡ଼ିଶା କୁ ଫେରି ଆସୁଛନ୍ତି। ଏହା ଜାଣିବା ପରେ ତାଙ୍କର ପ୍ରସଂଶକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ନିକଟରେ କିଛି ଦିନ ପୂର୍ବରୁ ଅଧିକ ବିବାଦରେ ରହିଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଓଡ଼ିଶା ଛାଡି ବାହାରକୁ ପଳେଇଥିଲେ ଏବଂ ଓଡ଼ିଶା କୁ କେବେ ଫେରିବେ ନାହିଁ ବୋଲି ମଧ୍ୟ କହିଥିଲେ ।କିନ୍ତୁ ବର୍ତ୍ତମାନ ସେ ନିଜେ ସୋସିଆଲ ମିଡ଼ିଆ ରେ କହିଛନ୍ତି ଯେ ସେ ବର୍ତ୍ତମାନ ଝାଡ଼ଖଣ୍ଡ ରେ ରହୁଛନ୍ତି ଏବଂ ବହୁତ ଶୀଘ୍ର ଓଡ଼ିଶା ଆସିବେ ଓ ନିଜର ଅଭିନୟ ଲୋକ ମାନଙ୍କୁ ଦେଖାଇବେ ।
ତାଙ୍କର ଓଡ଼ିଶା କୁ ପୁଣି ଥରେ ଫେରିବା କୁ ନେଇ ସେ ଏତେ ଖୁସି ଅଛନ୍ତି ଯେ ,ଏହି ସୂଚନା ଲୋକମାନ ଙ୍କୁ ଦେବା ସମୟରେ ସେ ଭାବ ବିଭଳ ହୋଇ କାନ୍ଦି ପକାଇଥିଲେ ।ସେ କହିଛନ୍ତି ଯେ ତାଙ୍କର ଓଡ଼ିଶା କୁ ପୁଣି ଥରେ ଫେରିବା ର ମୁଖ୍ୟ କାରଣ ହେଉଛି ଏହା କି ଯେ , ସେ ଏଠାରେ ଟିଭି ରେ କାର୍ଯ୍ୟ କରିବାକୁ ଆସୁଛନ୍ତି ତାଙ୍କୁ ଏକ ସୁଯୋଗ ମଧ୍ୟ ମିଳିଛି ।ତେବେ ଏହା ସହ ସେ କହିଛନ୍ତି ଯେ ସେ ଯାତ୍ରା ଦୁନିଆଁ ରେ ମଧ୍ୟ କାର୍ଯ୍ୟ କରିବେ ଏବଂ କେବଳ ବ୍ୟଜୟନ୍ତି ପଣ୍ଡା ଙ୍କର ଯାତ୍ରା ରେ ଅଭିନୟ କରିବେ। ତେବେ ରାଣୀ ଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ରାଣୀ ଙ୍କର ପ୍ରସଂଶକ ମାନେ ବହୁତ ଖୁସି ପ୍ରକାଶ କରିଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ