ଆପଣମାନେ ଓଡିଆ ସିନେମା ନିଶ୍ଚିନ୍ତ ଭାବେ ଦେଖୁଥିବେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକ୍ଲ ରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଖୁବ କମ ବୟସରେ ଓଡିଆ ସିନେ ଜଗତ ରେ ପ୍ରସିଦ୍ଧି ଲାଭକରିଥିଲେ ଏବଂ ବହୁତ କମ ବୟସ ବି ପରଲୋକ ଗମନ କରିଛନ୍ତି।
ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ତାରକା ମାନେ ନିଜ ଅଭିନୟ ଜରିଆ ରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ ଏବଂ ନିଜ ର ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିଥିଲେ। ତେବେ ସବୁଠୁ ଦୁଃଖ ର ବିଷୟ ହେଉଛି ଏହା ଯେ, ଏହି କଳାକାର ମାନେ ଖୁବ କମ ବୟସରେ ହିଁ ସବୁଦିନ ପାଇଁ ଦୁନିଆ ରୁ ବିଦାୟ ନେଇଥିଲେ। ଗତ ୨୦୨୦ ମସିହାରେ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ ର କିଛି ମହାନ କଳାକାର ଙ୍କ ପର ଲୋକ ହୋଇଯାଇଛି ।
ତେବେ ସେହି ମହାନ କଳାକାର ମାନଙ୍କର ପରଲୋକ ହୋଇଛି ସତ କିନ୍ତୁ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ହୃଦୟ ରେ ଅମର ହୋଇ ରହିଛନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି କଳାକାର ମାନଙ୍କ ପର ଲୋକ ହେବାର କାରଣ ସମ୍ବନ୍ଧରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା . . .
ବିଜୟ ମହନ୍ତି
ଏହି ଲିଷ୍ଟ ରେ ପ୍ରଥମ ଅଭିନେତା ହେଉଛନ୍ତି ଲୋକପ୍ରିୟ ଅଭିନେତା ‘ବିଜୟ ମହାନ୍ତି’। ୧୯୫୦ ମସିହା ଏପ୍ରିଲ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ୭୦ ବର୍ଷ ବୟସ ରେ ଜୁଲାଇ ୨୦ ତାରିଖ ୨୦୨୦ ମସିହାରେ ପର ଲୋକ ହୋଇଥିଲା । ଏହି ଅଭିନେତା ଙ୍କ ପରଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହୋଇଥିଲା।
ହର ପଟ୍ଟନାୟକ
ଏହି ଲିଷ୍ଟ ରେ ଦ୍ଵିତୀୟ ଅଭିନେତା ହେଉଛନ୍ତି ଆପଣଙ୍କର ଏବଂ ଆମର ସମସ୍ତଙ୍କର ପ୍ରିୟ ଓଲିଉଡ ଇଣ୍ଡଷ୍ଟ୍ରୀ ର ଖଳନାୟକ ‘ହର ପଟ୍ଟନାୟକ’ ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ରେ ନେଗେଟିଭ ରୋଲ ରେ ଅଭିନୟ କରିଥିଲେ ଏବଂ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଥିଲେ। ଏହି ଅଭିନେତା ଙ୍କୁ ବ୍ଲଡ଼ କ୍ୟାନ୍ସର ହୋଇଥିଲା। ଯେଉଁ କାରଣରୁ ସେ ପରଲୋକ ଗମନ କରିଥିଲେ।
ଅଜିତ ଦାସ
ଏହା ପରେ ତୃତୀୟ ନମ୍ବରରେ ଆସୁଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ଅଜିତ ଦାସ’ ଙ୍କ ପର ଲୋକ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ବାପ ଛେଉଣ୍ଡ କରି ଦେଇଥିଲା। ଏହି ଅଭିନେତା କୋରୋନା ରୋଗରେ ପୀଡ଼ିତ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ୧୩ ସେପ୍ଟେମ୍ବର ୨୦୨୦ ମସିହାରେ ତାଙ୍କର ପର ଲୋକ ହୋଇଥିଲା ।
ମୀନ କେତନ
ଏହା ପରେ ଚତୁର୍ଥ ନମ୍ବରରେ ଆସୁଛନ୍ତି ଓଲିଉଡ ଫିଲ୍ମ ରେ ନେଗେଟିଭ ରୋଲ ସହିତ କମେଡ଼ି କରୁଥିବା ଅଭିନେତା ‘ମୀନ କେତନ’ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଯାହାଫଳରେ ନିକଟ ଅତୀତରେ ତାଙ୍କର ପର ଲୋକ ହୋଇ ଯାଇଥିଲା ।
ସଲିଲ ମିତ୍ର
ଏହା ପରେ ପଞ୍ଚମ ନମ୍ବରରେ ଆସୁଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ‘ସଲିଲ ମିତ୍ର’ ନିଜର ଏକ ଫିଲ୍ମ ର କାମ ସାରି ଫେରୁଥିବା ସମୟରେ ଘଟ ଗାଁ ରେ ଆକସିଡେଣ୍ଟ ରେ ତାଙ୍କର ପର ଲୋକ ହୋଇ ଥିଲା। ଶେଷ ସମୟରେ ଏହି ଅଭିନେତା ଙ୍କ ବୟସ ହୋଇଥିଲା ମାତ୍ର ୩୭ ବର୍ଷ।
ଦୀପା ସାହୁ
ଏହା ପରେ ଷଷ୍ଠ ନମ୍ବରରେ ଆସୁଛନ୍ତି ଆଲବମ ଜଗତ ର ହିରୋଇନ ଭାବରେ ପରିଚିତ ‘ଦୀପା ସାହୁ’ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଏହି କାରଣ ରୁ ମାତ୍ର ୩୫ ବର୍ଷ ବୟସରେ ତାଙ୍କର ପର ଲୋକ ହୋଇ ଯାଇଥିଲା ।
ସୌମ୍ୟରଂଜନ ପଣ୍ଡା
ଏହା ପରେ ସପ୍ତମ ନମ୍ବରରେ ଆସୁଛନ୍ତି ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ସୋ ‘ମିଷ୍ଟର ନନ୍ସେନ୍ସ’ ରେ କମେଡ଼ି କରୁଥିବା ଅଭିନେତା ‘ସୌମ୍ୟରଂଜନ ପଣ୍ଡା’ ଙ୍କ ଜିଭ ରେ କ୍ୟାନ୍ସର ହୋଇଥିଲା। ୯ ମାସ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଏହି ଅଭିନେତାଙ୍କର ପର ଲୋକ ହୋଇଥିଲା ।