Breaking News

ହେ ଭଗବାନ ! ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁ-ରୁ-ତ-ର ଅବସ୍ଥାରେ ଆଇସିୟୁ ରେ ଭର୍ତ୍ତି।

ଓଡ଼ିଆ ସଙ୍ଗୀତ ଜଗତର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁ-ରୁ-ତ-ର ଥିବା ସୂଚନା ମିଳିଛି। ଗୁ-ରୁ-ତ-ର ଅବସ୍ଥାରେ ଭୁବନେଶ୍ବର କିମ୍‌ସ ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେ ହାର୍ଟ ଓ ଲିଭର ଜନିତ ସ-ମ-ସ୍ୟା-ରେ ପୀ-ଡ଼ି-ତ ଥିବା ଶକ୍ତି ମିଶ୍ରଙ୍କ ସ୍ତ୍ରୀ ସୂଚନା ଦେଇଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ସେ ଦୀର୍ଘ ବର୍ଷେ ହେଲା ବୃକକ୍‌ଜନିତ ସମସ୍ୟାରେ ମଧ୍ୟ ପୀ-ଡ଼ି-ତ ଅଛନ୍ତି। ଗତକାଲି ଶରୀର ଅଧିକ ଅ-ସୁ-ସ୍ଥ ହେବାରୁ ସେ କିମ୍‌ସରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନ ୨ଟା ବେଳକୁ ସ୍ବାସ୍ଥ୍ୟାବସ୍ଥା ବି-ଗି-ଡ଼ିଯି-ବା-ରୁ ତାଙ୍କୁ ଆଇସିୟୁ‌କୁ ନିଆଯାଇଛି।

ସୂଚନାଯୋଗ୍ୟ, ତାଙ୍କର ଗୋଟିଏ କିଡ୍‌ନି ଖ-ରା-ପ ହୋଇଯାଇଥିବା ବେଳେ ଗତ କିଛି ଦିନ ତଳେ ଅସ୍ତ୍ରୋପଚାର ହୋଇଥିଲା। ତେବେ ମଲ୍ଟି ଅର୍ଗାନ ସମସ୍ୟା ହେତୁ ବିଭିନ୍ନ ବିଭାଗର ଡାକ୍ତର ତାଙ୍କ ଅବସ୍ଥାରେ ଉନ୍ନତି ଆଣିବାକୁ ଶତ ଚେଷ୍ଟା ଜାରି ରଖିଛନ୍ତି। ନବେ ଦଶକରେ ଓଡ଼ିଆ ସିନେ ଜଗତ ଓ ଆଲ୍‌ବମ୍‌ ଜଗତରେ ନିଜ କଣ୍ଠର ଯାଦୁଗରି ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶକ୍ତି ମିଶ୍ର। ‘ମୋର ଭୂଗୋଳରେ ଭଲ ହେଉଥିଲା’, ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ‘ବୟସର ରାଜପଥରେ’, ‘ତୋର ଲମ୍ବା ବେଣୀ’ ଆଦି ବହୁ ହିଟ୍ ଆଲବମ୍‌ରେ ସେ କଣ୍ଠଦାନ କରିଛନ୍ତି।

ତେବେ ଓଡ଼ିଆ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କ ସମେତ ତାଙ୍କର ଅଗଣିତ ପ୍ରଶଂସକ ମାନେ ତୁରନ୍ତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ନେଇ କାମନା କରିଛନ୍ତି। ସୂଚନାଥାଉ କି, ଗତ ବର୍ଷ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ନାମୀଦାମୀ କଳାକାର ତଥା କଣ୍ଠଶିଳ୍ପୀ ମାନଙ୍କର ପରଲୋକ ହୋଇଛି । କିଛିଦିନ ପୂର୍ବେ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଥିଲା। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ।

ଫଳରେ ତାଙ୍କୁ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଯୋଗୁ ତାଙ୍କର ଫୁସଫୁସ୍ ପାଖାପାଖି ୫୦ ପ୍ରତିଶତ ନଷ୍ଟ ହୋଇଥିଲା। ଡାକ୍ତରୀ ଟିମ୍ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ଯ ସଫଳ ହୋଇନଥିଲେ। ଶେଷରେ ଚିକିତ୍ସାଧନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ତପୁ ଥିଲେ ଓଡ଼ିଶା ଫିଲ୍ମ ଏବଂ ଆଲବମ୍ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ‘ଆଇ ଲଭ ୟୁ’, ‘ଚକୋଲେଟ’ ଭଳି ସୁପରହିଟ ଫିଲ୍ମରେ ସେ କଣ୍ଠଦାନ କରିଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *