Breaking News

ଓଡ଼ିଆ ଇଣ୍ଡଷ୍ଟ୍ରିର ଏଭଳି ହିରୋ ଯିଏ ପ୍ରଥମ ପତ୍ନୀକୁ ଛାଡି ଦ୍ଵିତୀୟ ବିବାହ କରିଛନ୍ତି , ନାଁ ଜାଣିଲେ ଆଶ୍ଚର୍ଯ ହେବେ

ଓଲିଉଡ଼ ହେଉ କିମ୍ବା ବଲିଉଡ୍ ସର୍ବଦା ନିଜ ଲାଇଫ ଷ୍ଟାଇଲ କୁ ନେଇ କଳାକାର ମାନେ ଖୁବ୍ ଚର୍ଚ୍ଚାରେ ଥାନ୍ତି । ପ୍ରଶଂସକ ମାନେ ମଧ୍ୟ ସବୁବେଳେ ନିଜର ପ୍ରିୟ କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଭଲପାଇଥାନ୍ତି। ତେବେ ଯେପରିକି ଆପଣମାନେ ଜାଣିଥିବେ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅନେକ ଦକ୍ଷ ଓ ଗୁଡ଼ ଲୁକିଂ ହିରୋ ମାନେ ଅଛନ୍ତି। ସେମାନେ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି। ଚଳଚ୍ଚିତ୍ରରେ ଅଭିନେତ୍ରୀ ମାନଙ୍କ ସହ ତାଙ୍କ ଯୋଡିକୁ ଦର୍ଶକ ମାନେ ଖୁବ୍ ଭଲ ପାଇବା ଦେଇଥାନ୍ତି । ହେଲେ କିଛି ଅଭିନେତା ମାନଙ୍କର ପରଦା ଉପରେ ହିରୋଇନ୍ ମାନଙ୍କ ସହ ଯେଉଁ ସୁନ୍ଦର କେମେଷ୍ଟ୍ରୀ ଥାଏ । ତାଙ୍କର ବାସ୍ତବ ଜୀବନର କାହାଣୀ କିନ୍ତୁ ଥାଏ ସମ୍ପୁର୍ଣ୍ଣ ଓଲଟା।

ରିଅଲ୍ ଲାଇଫରେ ସେ ପ୍ରେମରେ ସଫଳତା ପାଇଥିଲେ ମଧ୍ୟ ରିଅଲ ଲାଇଫ ପ୍ରେମରେ ସେ ବିଫଳ ହୋଇଛନ୍ତି। ତେବେ ଆଜି ଆମେ ଇଣ୍ଡଷ୍ଟ୍ରି ର ଏଭଳି କିଛି ଅଭିନେତା ମାନଙ୍କ ବିଷୟରେ ଜାଣିବା ଯାହାଙ୍କର ରିଅଲ ଲାଇଫର ପ୍ରଥମ ପ୍ରେମ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିଲାନାହିଁ ଏବଂ ଯେଉଁମାନେ ପ୍ରଥମ ପତ୍ନୀଙ୍କୁ ଛାଡି ଦ୍ଵିତୀୟ ବିବାହ କରିଛନ୍ତି। ଓଲିଉଡ଼ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତା ସବ୍ୟସାଚୀଙ୍କୁ କିଏବା ନ ଜାଣେ? ନିଜର ଜବରଦସ୍ତ ଆକ୍ଟିଂ ଦ୍ଵାରା ସେ ଘରେ ଘରେ ପରିଚିତ। ତେବେ ନିକଟରେ ସେ ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ହେଲେ ଆପଣ ମାନଙ୍କ ମଧ୍ୟରୁ ଅତି କମ୍ ଲୋକ ହୁଏତ ଜାଣିଥିବେ ସବ୍ୟସାଚୀ ପୂର୍ବରୁ ତାଙ୍କ ପିଲାଦିନର ସାଙ୍ଗ ସୀମା ଙ୍କୁ ବିବାହ କରିଥିଲେ।କିନ୍ତୁ କୌଣସି କାରଣବଶତଃ ୨୦୧୨ ମସିହାରେ ଦୁହିଁଙ୍କର ବିବାହ ବିଚ୍ଛେଦ ଘଟିଥିଲା।

ଆଉ ୨୦୨୧ ମସିହା ମାର୍ଚ୍ଚ ୧ ତାରିଖରେ ସବ୍ୟସାଚୀ ଅର୍ଚ୍ଚିତାଙ୍କ ହାତ ଧରିଥିଲେ।


ଅଭିନେତା ବବି ମିଶ୍ର ଏବଂ ପତ୍ନୀ କୋଏଲ ବାନାର୍ଜୀ ଙ୍କ ଯୋଡି ବିଷୟରେ ତ ସମସ୍ତେ ଜାଣିଥିବେ। ଏହି ଓଡ଼ିଆ ଆଉ ବେଙ୍ଗୋଲି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରୁଥିଲେ।ବେଙ୍ଗୋଲି ଝିଅ କୋଏଲ ବାନାର୍ଜୀ ବବି ମିଶ୍ର ଙ୍କୁ ୨୦୧୩ ମସିହାରେ ବିବାହ କରିଥିଲେ ତେବେ ଗତ ଦୁଇବର୍ଷ ହେବ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ରହୁଥିଲେ।ହେଲେ ଶେଷରେ ୨୦୨୧ ମସିହାରେ ଦୁହିଁଙ୍କର କୌଣସି କାରଣରୁ ବିବାହ ବିଚ୍ଛେଦ ଘଟିଛି।

ଓଡ଼ିଆ ଚଳଚ୍ଚିତ୍ର ର ସବୁଠୁ ଲୋକପ୍ରିୟ ଯୋଡି ସିଦ୍ଧାନ୍ତ ଆଉ ରଚନା।ଲୋକମାନେ ଏହି ଯୋଡିକୁ ଖୁବ୍ ଭଲ ପାଉଥିଲେ। ତେବେ ସୂଚନା ଅନୁଯାୟୀ, ଦୁହେଁ ୨୦୦୨ ମସିହାରେ ଗୁପ୍ତ ଭାବରେ ପରସ୍ପରକୁ ବିବାହ କରିଥିଲେ।

ହେଲେ ଏହାର ଠିକ୍ ଏକ ବର୍ଷ ପରେ ଦୁହେଁ ପରସ୍ପର ଠୁ ଅଲଗା ହୋଇଯାଇଥିଲେ। ଏହାପରେ ସିଦ୍ଧାନ୍ତ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ।


ସେହିଭଳି ଓଲିଉଡ଼ ଆକ୍ଟର ଚନ୍ଦନ କର ତାଙ୍କ ପିଲାବେଳର ସାଙ୍ଗକୁ ୨୦୦୮ ମସିହାରେ ବିବାହ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି ପାରିବାରିକ ଝଗଡା ଯୋଗୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ | ଏହାର କିଛି ବର୍ଷ ପରେ ଚନ୍ଦନ ଦ୍ଵିତୀୟ ବିବାହ କରିଥିଲେ।


ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡିି ବିଷୟରେ ତ ସମସ୍ତେ ଜାଣିଥିବେ।ଏହି ଲୋକପ୍ରିୟ ଯୋଡି ୨୦୧୪ ମସିହାରେ ପରସ୍ପରକୁ ବିବାହ କରିଥିଲେ।ହେଲେ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ବର୍ତ୍ତମାନ ଦୁହେଁ ପରସ୍ପରଠୁ ଅଲଗା ହେବାକୁ କୋର୍ଟରେ ହାଜିର ହେଇଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *