Breaking News

ଆସନ୍ତୁ , ଜାଣିବା ଓଡିଆ ଫିଲ୍ମ ଜଗତର ଶ୍ରେଷ୍ଠ ଖଳନାୟକ ରାଇମୋହନ ପରିଡା ଙ୍କ ବିଷୟରେ କିଛି . . .

ଆଜିକା ସମୟରେ ଓଡିଆ ଫିଲ୍ମ ଇନଡସ୍ଟ୍ରିରେ ଶ୍ରେଷ୍ଠ ଖଳନାୟକ କହିଲେ ରାଇମୋହନ ପରିଡା ଙ୍କ ନାମ ସବୁଠୁ ଆଗରେ ଆସେ | ତେବେ ଆଜିର ଏହି ଆର୍ଟିକ୍ଲରେ ଆମେ ତାଙ୍କର ପରିବାର ଏବଂ ତାଙ୍କ ଜୀବନୀ ବିଷୟରେ କିଛି ଜାଣିବା , ଜାଣିବାକୁ ହେଲେ ଏହି ଆର୍ଟିକ୍ଲ ଟିକୁ ପୁରା ଦେଖନ୍ତୁ |

ଓଡିଆ ଇନଡସ୍ଟ୍ରିର ଏହି ଅଭିନେତା ରାଇମୋହନ ପରିଡା ଜନ୍ମ ଗ୍ରହଣ କରିଥିଲେ ୧୦ ଜୁଲାଇ ୧୯୬୩ ରେ କେନ୍ଦୁଝର ଜିଲ୍ଲାର ଉଦୟପୁର ଠାରେ | ଏବେ ତାଙ୍କ ବର୍ତ୍ତମାନ ବୟସ ହେଉଛି ପାଖାପାଖି ୫୮ ବର୍ଷ | ସେ ତାଙ୍କ ସ୍କୁଲ ପାଠପଢା ସେହି ଉଦୟପୁର ଠାରେ ଶେଷ କରିଥିଲେ | ତାପରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ରେ ବିଦ୍ୟା ଅର୍ଜନ କରିଥିଲେ | ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ଅଟେ ରଞ୍ଜିତା ପରିଡା |

ତେବେ ତାଙ୍କର ପ୍ରେମ ବିବାହ ହୋଇଥିଲା ୧୯୮୬ ମସିହାରେ | ସେ ଫିଲ୍ମ ଜଗତ କୁ ଆସିବା ପୂର୍ବରୁ ଅଶ୍ରୁମୋଚନ ମହାନ୍ତି ଙ୍କ ସହ ମିଶି ତାରିଣୀ ଗଣନାଟ୍ୟରେ ଖଳନାୟକ ଭାବେ କାମ କରୁଥିଲେ | ତାପରେ ସେ ୧୯୮୪ ମସିହାରେ ଓଡିଆ ଫିଲ୍ମ ଇନଡସ୍ଟ୍ରିରେ ପାଦଦେଇଥିଲେ | ଆଉ ତାଙ୍କ ପ୍ରଥମ ଓଡିଆ ଚଳଚିତ୍ର ଥିଲା ଗଙ୍ଗଶିଉଳି | ଯାହାକି ଆଜକୁ ପ୍ରାୟ ୩୫ ବର୍ଷ ତଳେ ରିଲିଜ କରଯାଇଥିଲା | ତାପରେ ସେ ପ୍ରାୟ ୭୦ଟି ଓଡିଆ ଫିଲ୍ମ ରେ ଖଳନାୟକ ଭାବେ କାମ କରିସାରିଥିଲେ | ତାଙ୍କର ବାପା ଙ୍କ ନାମ ଥିଲା ତୋଇଲଥ ନାଥ ପରିଡା ଏବଂ ତାଙ୍କ ମାତା ଙ୍କ ନାମ ଥିଲା ତିଳୋତ୍ତମା ପରିଡା | ଏବଂ ତାଙ୍କର ଦୁଇଟି ଝିଅ ସନ୍ତାନ ଅଛନ୍ତି | ବଡ ଝିଅ ହେଉଛନ୍ତି ଶେଫାଳି ପରିଡା | ତାଙ୍କ ସାନା ଝିଅ ଙ୍କ ନାମ ହେଉଛି ଉଦିତା ପରିଡା | ବଡ ଝିଅ ଏବେ ଦିଲ୍ଲୀରେ ସି . ଏ ପଢୁଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *