Breaking News

ଓଡିଆ ବୀର ଯବାନଙ୍କ ମୃତ୍ୟୁ ! ଭେଣ୍ଡିଆ ପୁଅକୁ ହରାଇ ଗାଁରେ ଶୋକାକୁଳ ପରିବେଶ

ଆପଣ ମାନେ ଏହା ଜାଣି ଦୁଃଖ ଅନୁଭବ କରିବେ ଯେ ଆସାମର ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଏହି ଓଡିଆ ସହିଦ ଯବାନ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଚିକିଟିପେଣ୍ଡ ଅଞ୍ଚଳର ୬ ନମ୍ବର ୱାର୍ଡର ହନୁମାନ ପଣ୍ଡାଙ୍କ ବଡ଼ ପୁତ୍ର କୃଷ୍ଣ ଚନ୍ଦ୍ର ପଣ୍ଡା । ମୃତ୍ୟୁ ସମୟରେ ତାଙ୍କର ବୟସ ଥିଲା ୪୮ ବର୍ଷ ।

ତେବେ ଅସମୟରେ ନିଜର ଭେଣ୍ଡିଆ ପୁଅ କୁ ହରାଇଲା ପରେ ପରିବାର ଲୋକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି।
ଏପଟେ ନିଜ ସ୍ବାମୀଙ୍କର ଏହି ଅକାଳ ମୃତ୍ୟୁ ପରେ ସ୍ତ୍ରୀ ଙ୍କ ଆଖିରୁ ଆଉ ଲୁହ ଶୁଖୁ ନାହିଁ । ତାଙ୍କର ୧୯ ବର୍ଷ ଝିଅ ଏବଂ ୧୫ ବର୍ଷର ପୁଅ ଆଦିତ୍ୟ ନିଜ ବାପା କୃଷ୍ଣ ଚନ୍ଦ୍ରଙ୍କୁ ହରାଇ ନିଜର ଖାଇବା ପିଇବା ସବୁ ଯେପରି ଭୁଲିଗଲେଣି


ତେବେ ମିଳିଥିବା ଅନୁଯାଇ ,ଆସାମର ଏକ ସମ୍ବେଦନଶୀଳ ଡେଞ୍ଜରିୟସ ଫାୟାରିଂ ସ୍ଥଳକୁ ଗାଡିରେ ଯିବା ପରେ ଏପରି ଏକ ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣାରେ କୃଷ୍ଣଚନ୍ଦ୍ର ଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ କେବଳ କୃଷ୍ଣଚନ୍ଦ୍ର ଙ୍କର ନୁହେଁ ଆହୁରି ଅନେକ ଯବାନ ମଧ୍ୟ ଆହତ ହୋଇଥିଲେ ଆହୁରି ମଧ୍ୟ ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଗୁରୁତ୍ଵର ଟୀମ ମଧ୍ୟରେ କୃଷ୍ଣଚନ୍ଦ୍ର ପଣ୍ଡା ଥିଲେ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ କୋମାରେ ଭର୍ତ୍ତି କରାଯାଇଥିଲା।


ତେବେ ଉକ୍ତ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଯେପରି ଶୋକ ର ଲହରୀ ଖେଳି ଯାଇଥିଲା। ତେବେ ସେ ପାରାଚୁଟ ବିହାର ୧୪ତମ ରେଜିମେଣ୍ଟରେ ଶୁଭେଦାର ପାହିଆର ଜେସିଓ ଅଫିସର ଥିଲେ ।
ତେବେ ଶେଷରେ ସେନା ବାହିନୀର ବିମାନରେ ଶହୀଦ କୃଷ୍ଣଚନ୍ଦ୍ରଙ୍କ ସମ୍ମାନନୀୟ ମୃତ ଶରୀରକୁ ଭୁବନେଶ୍ୱର ଅଣାଯିବ | ଏବଂ ଏଥିସହିତ ପରେ ସ୍ବତନ୍ତ୍ର ଗାଡ଼ିରେ ଜନ୍ମମାଟି ଚିକିଟିରେ ପହଞ୍ଚିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *