Breaking News

ନିୟମ କୁ ଉଲଂଘନ କରି ଚାଲିଥିଲା ବିବାହ ଉତ୍ସବ। ଘଟଣା ସ୍ଥଳରେ ପହଁଚିଗଲା ପୋଲିସ || ଆଉ ତାପରେ ….

ଦିନ କୁ ଦିନ ବଢୁଥିବା କରୋନା ର ଦ୍ଵିତୀୟ ଲହରୀ ଲୋକ ଙ୍କ ନିଦ ହଜାଇଲାଣି।ରାଜ୍ୟ ରେ ଦିନ କୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଏହାକୁ ଦୃଷ୍ଟି ରେ ରଖି ସରକାର ଅନେକ କୋଭିଡ୍ ନିୟମ ଜାରି କରିଛନ୍ତି।ହେଲେ ଏହା ସତ୍ତ୍ୱେ ମଧ୍ୟ ଅନେକ ଲୋକ କରୋନ କୁ ଗୁରୁତ୍ବ ର ସହ ନେଉନାହାନ୍ତି କିମ୍ବା ସରକାର ଙ୍କ ଦ୍ଵାରା ଜାରି କରାଯାଇଥିବା ନିୟମ ଗୁଡ଼ିକୁ ମାନୁ ନାହାନ୍ତି।ଏହାର ଏକ ଜ୍ୱଳନ୍ତ ଉଦାହରଣ ଗତ କାଲି ଜୟପୁର ଠାରେ ଦେଖିବାକୁ ମିଲିଛି।

ଜୟପୁର ଠାରେ ଅନୁଷ୍ଠିତ ହୋଇଥିବା ଏକ ବିବାହ ଉତ୍ସବ ରେ ୫୦୦ ରୁ ୧୦୦୦ ଲୋକ ଏକତ୍ରିତ ହୋଇଥିବା ବେଳେ କୌଣସି ବିଶେଷ ସୂତ୍ର ରୁ ସୂଚନା ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା।ଏହି ସମୟରେ ଅଧିକାଂଶ ବ୍ୟକ୍ତି ଙ୍କ ମୁଁହ ରେ ମାସ୍କ ନଥିବା ସହିତ କାହାରି ମଧ୍ୟରେ ସାମାଜିକ ଦୂରତା ମଧ୍ୟ ନଥିଲା।

ବଢ଼ୁଥିବା ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡ ଲାଇନ ମୁତାବକ ବିବାହ ଆଦି କାର୍ଯ୍ୟ ରେ ୨୫ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ।ବିବାହ ରେ ଉପସ୍ଥିତ ସମସ୍ତ ଲୋକ ମାସ୍କ ପିନ୍ଧିବା ସହିତ ନିଜ ମଧ୍ୟ ରେ ଦୂରତା ରକ୍ଷା କରିବା ନିହାତି ଜରୁରୀ। ବିବାହ ର ଏକ ସପ୍ତାହ ପୂର୍ବ ରୁ ସ୍ଥାନୀୟ ପୋଲିସ ଅଧିକାରୀ ଙ୍କ ଠାରୁ ଅନୁମତି ଆଣିବା ଏକାନ୍ତ ଆବଶ୍ୟକ। ଏହା ସହିତ ଯେଇଁ ୨୫ ଜଣ ବ୍ୟକ୍ତି ସେଠାରେ ଉପସ୍ଥିତ ରହିବେ ତାଙ୍କର ଏକ ତାଲିକା ଯାହାକି ପୋଲିସ ଅଧିକାର ଙ୍କ ଦ୍ଵାରା ଅନୁମତି ପ୍ରାପ୍ତ ହୋଇଥିବ ତାହା ବିବାହ ମଣ୍ଡପ ରେ ଲଗା ଯିବା ମଧ୍ୟ ଆବଶ୍ୟକ। ଏହା ସହିତ ଶୋଭାଯାତ୍ରା ଆଦି କୁ ସମ୍ପୂର୍ଣ ରୂପେ ନିଷେଧ କରାଯାଇଛି।

ହେଲେ ସରକାରଙ୍କ ନିୟମ କୁ ଖୋଲା ଚାଲେଞ୍ଜ କରି ଜୟପୁର ଚାର ଗାଁ ର ଚନ୍ଦ୍ର ହରିଜନ ନାମକ ବ୍ୟକ୍ତି ବିବାହ ଉତ୍ସବ ର ଆୟୋଜନ କରିଥିଲେ।ସେଠାରେ ୫୦୦-୧୦୦୦ ଲୋକ ବିନା ମସ୍କ୍ ରେ ଉପସ୍ଥିତ ଥିବା ସହିତ ବ୍ୟାଣ୍ଡ ବାଜା ର ତାଳ ରେ ନାଚ ମଧ୍ୟ ଚାଲିଥିଲା ଏବଂ ସେଠାରେ ସାମାଜିକ ଦୂରତା ମଧ୍ୟ ନଥିଲା। ତେବେ ସେଠାରେ ପୋଲିସ ଫୋର୍ସ ପହଞ୍ଚିବା ପରେ ବର ଓ କନ୍ୟା ପକ୍ଷ କୁ ଥାନା କୁ ଆଣିବା ସହିତ ସ୍ଥାନୀୟ ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ୮୦୦୦ ଟଙ୍କା ର ଜୋରିମାନା ଆଦାୟ କରିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *