Breaking News

ହେ ଭଗବାନ ! ଲଣ୍ଡନରେ ଘର ପୋଛିବାକୁ ପଡିଲା ସୋନମ ଙ୍କୁ , ଜାଣିଲେ ଆପଣ ଅବାକ ହୋଇଯିବେ ….

ବଲିଉଡ୍ ସୁନ୍ଦରୀ ତଥା ଅନିଲ କପୁରଙ୍କ ଏକମାତ୍ର କନ୍ୟା ଅଭିନେତ୍ରୀ ସୋନମ୍ କପୁର ଫିଲ୍ମ୍ ରେ ଅଭିନୟ ଅପେକ୍ଷା ନିଜର ବ୍ୟକ୍ତିଗତ ଜୀବନ ଓ ଫ୍ୟାସନ ସେନ୍ସ କୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସୋନମ୍ କପୁର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ତାଙ୍କର ଅଗଣିତ ପ୍ରଶଂସକ ମାନଙ୍କ ପାଇଁ ସର୍ବଦା ଫଟୋ ଓ ଭିଡିଓ ସେୟାର କରି ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଅଳ୍ପ ବହୁତେ ସୂଚନା ଦେଇଥାନ୍ତି। ତେବେ ସୂଚନା ଥାଉ କି, ସୋନମ୍ କପୁର ୨୦୧୮ ମସିହାରେ ବ୍ୟବସାୟୀ ଆନନ୍ଦ ଆହୁଜା ଙ୍କୁ ବିବାହ କରିଥିଲେ।

ସୋନମ ଏବଂ ଆନନ୍ଦ ପରସ୍ପରକୁ କିଛି ବର୍ଷ ଡେଟ୍ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଆନନ୍ଦ ମୂଳ ଭାବରେ ଦିଲ୍ଲୀର ବାସିନ୍ଦା ହୋଇଥିଲେ ମଧ୍ୟ ଏବେ ସେ ଲଣ୍ଡନ ରେ ରହୁଛନ୍ତି। ସୋନମ୍ ମଧ୍ୟ ବିବାହ ପର ଠାରୁ ନିଜ ସ୍ଵାମୀଙ୍କ ସହିତ ଲଣ୍ଡନ ସିପ୍ଟ ହୋଇ ଯାଇଛନ୍ତି । କେବେ କେବେ ନିଜ ଘର ମୁମ୍ବାଇ ଓ ଶାଶୁଘର ଦିଲ୍ଲୀ ଆସୁଥିଲେ ମଧ୍ୟ ସେ ବେଶୀ ସମୟ ଲଣ୍ଡନରେ ରହିବାକୁ ଭଲ ପାଆନ୍ତି। ନିକଟରେ ଏକ ମାଗାଜିନକୁ ସାକ୍ଷାତକାର ଦେଇ ସୋନମ କହିଛନ୍ତି, “ଲଣ୍ଡନରେ ମୋତେ ପୂର୍ଣ୍ଣ ସ୍ୱାଧିନତା ମିଳିଛି । ଯାହାକି ମତେ ଖୁବ୍ ପସନ୍ଦ”।

ଲଣ୍ଡନରେ ସୋନମ୍ ପୁରା ସାଦାସିଧା ଜୀବନ କାଟୁଥିବା କହିଛନ୍ତି । ସେଠାରେ ସେ ଜଣେ ଟୁରିଷ୍ଟ ଭଳି ପ୍ରତିଦିନ ଲଣ୍ଡନର ଗଳିରେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି। ଏମିତିକି ସେ ଘରର ସବୁ କାମ ନିଜ ହାତରେ କରନ୍ତି। ମାର୍କେଟ ରୁ ଜିନିଷ କିଣି ଆଣିବା ଠାରୁ ଆରମ୍ଭ କରି ଘରର ରୋଷେଇ ଓ ପୋଛା ମାରିବା ପର୍ଯ୍ୟନ୍ତ ସବୁକିଛି ସେ ନିଜେ କରିବାକୁ ଭଲ ପାଆନ୍ତି। ତେବେ ଶେଷ ଥର ପାଇଁ ସୋନମ୍ ୨୦୧୯ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦ ଜୋୟା ଫ୍ରାକ୍ଟର’ରେ ନଜର ଆସିଥିଲେ ।


ଏବେ ସୋନମ ଖୁବଶୀଘ୍ର ଫିଲ୍ମ ‘ବ୍ଲାଇଣ୍ଡ’ ରେ ନଜର ଆସିବେ। ଏହି ଫିଲ୍ମ ରେ ସୋନମ ଙ୍କ ସହିତ ବିନୟ ପାଠକ , ପୁରବ କୋହଲି ଏବଂ ଲିଲେଟ ଦୁବେ ମଧ୍ୟ ନଜର ଆସିବେ । ସୋମେ ମଖିଯା ଏହି ଫିଲ୍ମ ରେ ନିର୍ଦେଶନା ଦେଉଛନ୍ତି ।ଏହି ମୁଭିଟି ୨୦୧୧ ରେ ସାଉଥ୍ କୋରିଆରେ ରିଲିଜ୍ କରାଯାଇଥିବା ଏକ ଥ୍ରିଲର ଫିଲ୍ମ ବୋଲି ଜଣାପଡିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *