Breaking News

ନିଆଁ ଲାଗିଯିବାରୁ ସମୁଦ୍ରରେ ବୁଡିଲା ଜାହାଜ, ଆଗକୁ ଆସୁଛି ବିପଦ ! ହୋଇପାରେ ଏସିଡ ବର୍ଷା

ବର୍ତ୍ତମାନ ସମୟରେ ମଣିଷ ସମାଜ ପ୍ରତି ନୂଆ ନୂଆ ବିପଦମାନ ମୁଣ୍ଡ ଟେକିବାରେ ଲାଗିଛି । ଗୋଟେ ବିପଦର ଭୟ ଲୋକଙ୍କ ମନରୁ ନଲିଭୁଣୁ ଅନ୍ୟ ଏକ ବିପଦ ମାଡିଆସୁଛି। ସାରା ବିଶ୍ବରେ ଏବେ କରୋନାର ଦ୍ଵିତୀୟ ଲହର ଆତଙ୍କ ଖେଳାଇଛି। ଏହାରି ମଧ୍ୟରେ ଏଭଳି ଏକ ଘଟଣା ଘଟିଛି ଯାହା ପୁଣି ଲୋକଙ୍କ ଆଖିରୁ ନିଦ ହଜେଇଦେଲାଣି। ଘଟଣାଟି ଘଟିଛି ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ଠାରେ। ଟନ୍ ଟନ୍ କେମିକାଲ୍‌ ଧରି କରି ଯାତ୍ରା କରୁଥିବା ଏକ ମାଲ୍‌ବାହୀ ଜାହାଜଟିରେ ଅକସ୍ମାତ୍ ନିଆଁ ଲାଗିଥିବା ଫଳରେ ଜାହାଜଟି ଶ୍ରୀଲଙ୍କାର ପଶ୍ଚିମ ଉପକୂଳରେ ଠାରେ ବୁଡ଼ି ଯାଇଛି। ଶ୍ରୀଲଙ୍କା ନୌସେନା ପକ୍ଷରୁ ଏନେଇ ବୁଧବାର ଦିନ ସୂଚନା ଦିଆଯାଇଛି।

ଜାହାଜରେ ନି- ଆଁ ଲାଗିଯିବା ଫଳରେ ସେଥିରୁ ବହୁ ପରିମାଣରେ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍ ଗ୍ୟାସ୍‌ ନିର୍ଗତ ହୋଇଥିଲା। ଯାହାକି ଏବେ ଏକ ଚିନ୍ତାର କାରଣ ପାଲଟିଛି। କାରଣ ଆଗକୁ ଏହା ବଡ଼ ଧରଣର ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ରହିଛି।
ତେବେ ସୂଚନା ଅନୁଯାୟୀ, ଗତ ମେ ୧୫ ତାରିଖ ଦିନ ଏମଭି ଏକ୍ସପ୍ରେସ ପର୍ଲ୍ (MV X-Press Pearl ) ନାମକ ଏକ ମାଲବାହୀ ଜାହାଜ ଟନ୍ ଟନ୍ କେମିକାଲ୍‌ ଧରି ଗୁଜରାଟର ହଜିରାରୁ ବାହାରି ସିଙ୍ଗାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ଜାହାଜରେ କେମିକାଲ୍‌ ଓ କସ୍‌ମେଟିକ୍ସ ପାଇଁ ଜରୁରୀ କଞ୍ଚାମାଲ୍‌ ସବୁ ମହଜୁଦ ଥିଲା।

କିନ୍ତୁ ମେ’ ୨୦ ତାରିଖ ଦିନ ଜାହାଜଟି ଯେତେବେଳେ କଲମ୍ବୋ ଠାରୁ ୧୮ କି.ମି. ଦୂର ଉତ୍ତର ପଶ୍ଚିମ ଦେଇ ଗତି କରୁଥିଲା ହଠାତ୍ ଜାହାଜରେ କୌଣସି କାରଣରୁ ନି- ଆଁ ଲାଗି ଯାଇଥିଲା। ଏହି ଅଘଟଣ ସମୟରେ ଜାହାଜର ଟ୍ୟାଙ୍କ୍‌ରେ ୩୨୫ ମେଟ୍ରିକ ଟନ୍‌ ଇନ୍ଧନ ଗଚ୍ଛିତ ରହିଥିଲା। ଏତଦବ୍ୟତୀତ ଏଥିରେ ୨୫ ଟନ୍‌ ର ନାଇଟ୍ରିକ ଏସିଡ୍‌ ମଧ୍ୟ ଥିଲା। ତେବେ ଜାହାଜରେ ନିଆଁ ଲାଗିଯିବା ଫଳରେ ସେଥିରୁ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ନିର୍ଗତ ହୋଇଥିଲା। ଯାହା ଫଳରେ ବର୍ଷା ପାଗରେ ସ୍ଥାନୀୟ ଅଞ୍ଚଳରେ ଅମ୍ଲୀୟ ବର୍ଷା ବା ଏସିଡ ରେନ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାସହ ଖରାପ ପାଣିପାଗ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏନେଇ ଆଲର୍ଟ ରହିବାକୁ ସମୁଦ୍ର ଉପକୂଳବର୍ତ୍ତୀ ଲୋକଙ୍କୁ ପରାମର୍ଶ ଦିଆଯାଇଛି।


ଶ୍ରୀଲଙ୍କାର ଟପ୍ ଏନର୍ଭାମେଣ୍ଟାଲ୍‌ ଅର୍ଗାନାଇଜେସନ୍‌ ର ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ପରେ ଶ୍ରୀଲଙ୍କା ଅତି ଖରାପ ସାମୁଦ୍ରିକ ପରିବେଶ ବିପର୍ଯ୍ୟୟର ସାମ୍ନା କରୁଛି। ଯାହାକି ଏବେ ଏକ ଚିନ୍ତାର ବିଷୟ ପାଲଟିଛି। ଆଗକୁ ମଧ୍ୟ ସ୍ଥାନୀୟ ଅଂଚଳରେ ଆହୁରି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଜାହାଜରେ ଅଗ୍ନିକାଣ୍ଡ ଘଟିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଜାହାଜରେ ଥିବା କେମିକାଲ ଯୋଗୁ ଏହି ଗ୍ୟାସ ନିର୍ଗତ ହେବା ବନ୍ଦ ହୋଇନଥିଲା। ତେବେ ପରିବେଶ ପ୍ରତି ବିପଦ ଆଶଙ୍କା ଥିବାରୁ ସମୁଦ୍ର କୂଳକୁ ତୁରନ୍ତ ସଫା କରିବା ଲାଗି ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଆଗକୁ ସ୍ଥିତି ଖରାପ୍ ହେବାର ଆଶଙ୍କା ରହିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *