Breaking News

୧୦ ବର୍ଷ ଧରି ପ୍ରେମିକାଙ୍କୁ ନିଜ ଘରେ ଲୁଚାଇ ରଖିଥିଲେ ପ୍ରେମିକ ! ପାଖରେ ଥାଇ ଜାଣିପାରିଲେ ନାହିଁ ପରିବାର ଲୋକ

କେରଳର ଜଣେ ଯୁବକ ନିଜ ପ୍ରେମିକାକୁ ଦୀର୍ଘ ୧୦ ବର୍ଷ ଧରି ନିଜ ରୁମ୍ ରେ ଲୁଚେଇ ରଖିଥିଲେ। ହେଲେ ଏ ସମ୍ପର୍କରେ କିଛି ବି ଜାଣିପାରିନଥିଲେ ପରିବାର ଲୋକେ। ସେପଟେ ନିଖୋଜ ହେବାର ୧୦ ବର୍ଷ ପରେ ୨୯ ବର୍ଷୀୟ ଯୁବତୀଙ୍କ ପତ୍ତା ପାଇଛନ୍ତି ତାଙ୍କର ପରିବାର ଲୋକେ। ପରିବାର ଲୋକ ଭାବିଥିଲେ ଯେ ତାଙ୍କ ଝିଅ କେଉଁ ଦୂର ଦେଶକୁ ଚାଲିଯାଇଛି। ହେଲେ ଝିଅଟି ତାଙ୍କ ପ୍ରେମିକ ସହ ଘର ଠାରୁ ମାତ୍ର ୫୦୦ ମିଟିର ଦୂରରେ ଗୋଟିଏ ଛୋଟିଆ ରୁମ ମଧ୍ୟରେ ଦୀର୍ଘ ୧୦ ବର୍ଷ ଧରି ରହିଆସୁଛି ବୋଲି ସେ ଜାଣିନଥିଲେ। ତେବେ ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ସାରା ରାଜ୍ୟ ବ୍ୟାପୀ ଏହା ଚର୍ଚ୍ଚାର ବିଷୟ ପାଲଟିଛି।


ତେବେ ଏଭଳି ଏକ ଚକିତ କଲାଭଳି ଘଟଣାଟି ଘଟିଛି କେରଳର ପାଲାକ୍କାଡ ଅନ୍ତର୍ଗତ ଆୟାଲୁର ଗ୍ରାମରେ। ସୂଚନା ଅନୁଯାୟୀ, ଦୀର୍ଘ ୧୦ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ଯୁବତୀଙ୍କ ନାଁ ହେଉଛି ସାଜିଥା ଓ ତାଙ୍କ ପ୍ରେମିକଙ୍କ ନାଁ ରେହମନ। ତେବେ ସଜିଥା ନିଖୋଜ ହେବାପରେ ତାଙ୍କର ପରିବାର ଲୋକ ଝିଅର ନିଖୋଜ ସମ୍ପର୍କରେ ପୁଲିସ୍‌କୁ ଜଣାଇଥିଲେ। ହେଲେ ପୁଲିସ୍‌ ଶତ ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ପାଇ ନଥିଲା। ତେବେ ପ୍ରେମିକ ରେହମନଙ୍କ ଘରେ ଏକ ଛୋଟ ରୁମରେ ଗୋପନରେ ରହୁଥିଲେ ସାଜିଥା। ରେହମନ ମଧ୍ୟ ସବୁବେଳେ ଉକ୍ତ ରୁମରେ ହିଁ ସମୟ ବିତାଉଥିଲେ। ଉକ୍ତ ଘରେ ରେହମନଙ୍କ ମା’ ବାପା, ଭଉଣୀ ଓ ପୁତୁରା ମଧ୍ୟ ରହୁଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ସଜିଥାଙ୍କ ଉପସ୍ଥିତି ସମ୍ପର୍କରେ ରେହମନଙ୍କ ପରିବାର ଲୋକମାନେ ମଧ୍ୟ ଜାଣିନଥିଲେ।


ରେହମାନ ସମସ୍ତଙ୍କ ଅଗଚୋରରେ ଉକ୍ତ ରୁମର ପଛ ପଟେ ଗୋଟିଏ ଛୋଟ ଝରକା ତିଆରି କରିଥିଲେ। ରାତିବେଳା ସାଜିଥା ଉକ୍ତ ଝରକା ବାଟେ ବାହାରକୁ ଯିବା ସହ ସେଠାରେ ନିତ୍ୟକର୍ମ ସାରୁଥିଲେ । ଦୀର୍ଘ ୧୦ ବର୍ଷ ଧରି ଏପରି ଲୁଚକାଳି ଖେଳ ଚାଲିଥିଲା। ଆର୍ଥିକ ଅନଟନ ମଧ୍ୟ ଦମ୍ପତିଙ୍କୁ ଏହି ଛୋଟିଆ ରୁମରେ ରହିବାକୁ ବାଧ୍ୟ କରୁଥିଲା।


ହେଲେ ଗତ ମାର୍ଚ୍ଚ ମାସରେ ରେହମାନ ହଠାତ୍ କୁଆଡେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ତେବେ ଜୁନ୍‌ ୭ ତାରିଖ ଦିନ ହଠାତ୍ ରେହମାନଙ୍କ ଭାଇ ତାଙ୍କୁ ଖୋଜି ପାଇବା ପରେ ପୋଲିସକୁ ଏ ସମ୍ପର୍କରେ ଜଣାଇଥିଲେ। ପରେ ପୋଲିସ ରେହମାନଙ୍କୁ ପଚରା ଉଚରା କରିବା ସମୟରେ ସେ ସଜିଥାଙ୍କ ସହ ନିକଟସ୍ଥ ଅଞ୍ଚଳରେ ଭଡ଼ାରେ ରହୁଥିବା କହିଥିଲେ। ପୁଲିସ୍‌ ବିସ୍ତୃତ ଭାବେ ସଜିଥାଙ୍କ ଅର୍ନ୍ତଧ୍ୟାନ ବିଷୟରେ ପଚାରିବାରୁ ସେ ପୋଲିସକୁ ଏଭଳି ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଦେଇଥିଲେ। ତେବେ ତଦନ୍ତ କରିବା ପରେ ରେହମାନ ସତ କହୁଥିବା ପୋଲିସ ଜାଣିବାକୁ ପାଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ହୀରାକୁଦରୁ ଧରା ହେଲା ୧୦୦୦ କେଜିର ବିରାଟକାୟ ମାଛ, ଏମିତି ବିରଳ ମାଛ କେବେ ଦେଖି ନଥିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ହୀରାକୁଦ ଜଳଭଣ୍ଡାର ରେ ଏକ ବିରାଟ କାୟ ମାଛ ଦେଖିବାକୁ ମିଳିଛି , କିଛି ମତ୍ସଜୀବୀ ମାନେ …

Leave a Reply

Your email address will not be published. Required fields are marked *