ସମଗ୍ର ଦେଶ ରେ କରୋନା ମହାମାରୀ ଏବେ ଅଣାୟତ୍ତ ହେବାରେ ଲାଗିଛି। ବଢୁଛି କରୋନା ର କାୟା।ସ୍ଥିତି ହେଉଛି ଭୟଙ୍କର। କରୋନା ର ଦ୍ଵିତୀୟ ଲହରୀ ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦିନ ପ୍ରତିଦିନ ସଂକ୍ରମିତ ଙ୍କ ସମେତ ମୃ -ତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଗ୍ରାଫ ଏବେ ଦିନ କୁ ଦିନ ଉପର ମୁହାଁ ହେବାରେ ଲାଗିଛି।ଏହା ଶିଶୁ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗ ର ଲୋକଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି। ଆକ୍ରାନ୍ତ ଙ୍କ ପାଇଁ ହସ୍ପିଟାଲ୍ ରେ ବେଡ୍ ମିଳୁନି।ଏହିଭଳି ଏକ କଠିନ ସମୟରେ ନିଜ ଜୀବନ କୁ ବାଜି ଲଗାଇ, ଦିନ ରାତି ଏକ କରି ରୋଗୀ ଙ୍କ ସେବା ରେ ଲାଗିପଡିଛନ୍ତି ସହ ସହ ଡାକ୍ତର ଓ ନର୍ସ।
ତେବେ ଏହାର ପ୍ରଭାବ ତାଙ୍କ ମନ ଓ ମସ୍ତିଷ୍କ ରେ ପଡ଼ୁଥିବା ଦେଖାଦେଇଛି। ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ହସ୍ପିଟାଲ୍ ରେ ଗତ କାଲି ଜଣେ ଡାକ୍ତର ଓ ନର୍ସ ଙ୍କ ମଧ୍ୟ ରେ ବିବାଦ ଦେଖା ଦେଇଥିଲା।ବିବାଦ ଏତେ ମାତ୍ରା ରେ ବଢ଼ିଯାଇଥିଲା ଯେ ଡାକ୍ତର ଓ ନର୍ସ ଦୁହେଁ ହାତା -ହାତି ହେବାକୁ ମଧ୍ୟ ପଛେଇ ନଥିଲେ। ନର୍ସ ଜଣଙ୍କ ରାଗିଯାଇ ଡାକ୍ତର ଙ୍କୁ ଚାପୁଡ଼ା ମାରିଥିଲେ।ଏହା ପରେ ଡାକ୍ତର ମଧ୍ୟ ନର୍ସ ଙ୍କ ଉପରକୁ ଆ- କ୍ର- ମଣ କରିଥିଲେ।ଏହା ପରେ ଅନେକ ସମୟ ଧରି ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁ- କ୍ତି- ତର୍କ ଚାଲିଥିଲା।ତେବେ ଏହି ଘଟଣା ଟି ଏବେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ଏହି ଘଟଣା ର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ସମ୍ପୂର୍ଣ ଘଟଣା ଟି ହେଉଛି, ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ହସ୍ପିଟାଲ୍ ରେ ଜଣେ ବ୍ୟକ୍ତି ଙ୍କ ର ଚିକିତ୍ସିତ ହେଉଥିବା ସମୟରେ ମୃ- ତ୍ୟୁ ହୋଇଥିଲା। ମୃ- ତକ ଙ୍କ ପରିବାର ଲୋକେ ଡାକ୍ତର ଙ୍କୁ ପ୍ରମାଣପତ୍ର ମାଗିଥିଲେ।ଡାକ୍ତର ଜଣଙ୍କ ୱାର୍ଡ ରେ କାର୍ଯ୍ୟରତ ଥିବା ନର୍ସ ଙ୍କ ଠାରୁ ପ୍ରଥମେ ଲେଖିକରି ଆଣିବା ପାଇଁ କହିଥିଲେ।ତେଣୁ ପରିବାର ଲୋକେ ନର୍ସ ଙ୍କ ପାଖରେ ପହଞ୍ଚିଥିଲେ।ହେଲେ କୌଣସି କାରଣ ବଶତଃ ନର୍ସ ଜଣଙ୍କ ରାଗିଯାଇ ଡାକ୍ତର ଙ୍କ ପାଖରେ ପହଞ୍ଚିଥିଲେ।
ପରେ ଉଭୟ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଭୀଷଣ ଯୁ କ୍ତି- ତର୍କ ହୋଇଥିଲା। ଏବଂ ଏହି ଯୁକ୍ତିତର୍କ ଏତେ ମାତ୍ରା ରେ ବଢ଼ିଯାଇଥିଲା ଯେ,ପୋଲିସ ଘଟଣା ସ୍ଥଳରେ ଥାଇ ମଧ୍ୟ ଦୁହେଁ ଦୁହିଁଙ୍କୁ ଆ- କ୍ର- ମଣ କରିବା ପାଇଁ ପଛେଇନଥିଲେ। ତେବେ ଏହି ଦୁହେଁ ରୋଗୀ ମାନଙ୍କୁ ନେଇ ଖୁବ୍ ଚାପ ରେ ଥିବାରୁ ଏପରି ହୋଇଥିବା କୁହାଯାଇଛି।ତେବେ ରାଜ୍ୟ ସଚିବ ଏହି ଘଟଣା ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ