Breaking News

ଚାକିରି ଛାଡି ଚାଷ କରୁଛନ୍ତି ନାରାୟଣ ବର୍ଷକୁ ରୋଜଗାର ଲକ୍ଷ ଲକ୍ଷ ଟଙ୍କା

ବୟସ ପ୍ରାୟ ୬୨ ପୁରିଲାଣି ହେଲେ ଏ ବୟସରେ ବହୁତ ଚଳଚଞ୍ଚଳ ଭଦ୍ରକ ,ବାସୁଦେବପୁର ର ବେତନା ବରନ୍ଡୁଆ ଗାଁ ର ନାରାୟଣ ପଣ୍ଡା | ଏବେ ସେ ଜଣେ ସଫଳ ଏବଂ ଆଗ ଧାଡି ର ଚାଷୀ ଭାବେ ପରିଚୟ ସୃଷ୍ଠୀ କରିପାରିଛନ୍ତି | ନିଜର ଅଦମ୍ୟ ଇଛା ଶକ୍ତି ଆଗରେ ହାର ମାନିବାକୁ ବାଧ୍ୟ ହୋଇଛି ବୟସ | ସେ ୧୯୯୩ ମସିହାରୁ ମାଛ ଚାଷ କରିବା ଆରମ୍ଭ କରିଥିଲେ | ତେବେ ସେ ଓଡିଶା ସରକାର ଙ୍କ ପକ୍ଷରୁ ଦୁଇ ଦୁଇ ଥର ସଫଳ ଚାଷୀ ଭାବେ ପୁରୁସ୍କୃତ ହୋଇସାରିଛନ୍ତି |

ଚାକିରି ଛାଡି ଚାଷ କୁ ଆଦରି ନେଇଥିବା ନାରାୟଣ ଙ୍କ ଶିକ୍ଷାଗତ ଯୋଗ୍ୟତା ବି.ଏ.ବି.ଇ.ଡ଼ି | ତେବେ ସ୍ଵାଧୀନ ଭାବେ କିଛି କରିବାର ଇଚ୍ଛା ତାଙ୍କୁ ଏ ସ୍ଥର କୁ ନେଇଆସିଛି | ତେବେ ସରକାର ଙ୍କ ସହାୟତା ରେ ନିଜ ବାଡିରେ ପୋଖରୀ ଖୋଲି ମାଛ ଚାଷ କରିବା ଆରମ୍ଭ କରିଥିଲେ | ତେବେ ଗୋଟିଏ ପୋଖରୀ ରୁ ମାଛ ଚାଷ କରିବାକୁ ଆରମ୍ଭ କରୁଥିବା ନାରାୟଣ ପଣ୍ଡା | ଏବେ ପାଖାପାଖି ୧୧ ଟି ପୋଖରୀ ର ମାଲିକ |

ତେବେ ସେ ବିଭିନ୍ନ ପ୍ରକାର ର ମାଛ ଚାଷ କରୁଛନ୍ତି | ବିଶେଷ କରି ମାଛ ଯାଁଳ ବିକି ସେ ଭଲ ଦି ପଇସା ରୋଜଗାର କରୁଛନ୍ତି | ତେବେ ବାର୍ଷିକ ତାଙ୍କର ଏହି ଚାଷ ରେ ସେ ୧୪ ରୁ ୧୫ ଲକ୍ଷ ତାଙ୍କ ଇନଭେଷ୍ଟମେଣ୍ଟ କରନ୍ତି | ତେବେ ସେଥିରୁ ତାଙ୍କର ୭ ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମଧ୍ୟ ବାହାରିଥାଏ | ତେବେ ସେ କେବଳ ମାଛ ଚାଷ ନୁହେଁ ସେ ତା ସହ କ୍ଷୀର ବିକ୍ରି କରିବା,ନଡିଆ ଚାଷ ଏବଂ ପନିପରିବା ମଧ୍ୟ ଚାଷ କରିଥାନ୍ତି | ଆହୁରି ମଧ୍ୟ ତାଙ୍କର ପୋଖରୀ ରୁ ମାଛ ଚୋରୀ ନହେବା ପାଇଁ ସେ ସି.ସି.ଟି.ଭି ମଧ୍ୟ ଲଗାଇଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !

ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …

Leave a Reply

Your email address will not be published.