Breaking News

ନଡିଆ କୁ ଶ୍ରେଷ୍ଠ ଫଳ ମାନିବାର କାହାଣୀ କଣ ? ଆସନ୍ତୁ ଜାଣିବା ଏହା ପଛର ରହସ୍ୟ

ଫଳ ମାନଙ୍କ ମଧ୍ୟରେ ଶ୍ରେଷ୍ଟ ଫଳ କୁହାଯାଉଥିବା ଫଳ ଅର୍ଥାତ ନଡିଆ | ପ୍ରତ୍ଯେକ ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନଡିଆ କୁ ପୂଜା କରିବାର ପରମ୍ପରା ରହିଛି | କୌଣସି ଧର୍ମ କାର୍ଯ୍ୟରେ ଯଦି ନଡିଆ ପୂଜା ନହୁଏ ତାହାଲେ ସେ କାର୍ଯ୍ୟ ସମ୍ପର୍ଣ ହୁଏ ନାହିଁ ବୋଲି ମାନ୍ୟତା ମଧ୍ୟ ରହିଛି | ହେଲେ କଣ ଆପଣମାନେ ଜାଣିଛନ୍ତି କି ?? ଏହି ଫଳ ମାନଙ୍କ ମଧ୍ୟରେ ଉଚ ସ୍ଥାନ ପାଇଥିବା ନଡିଆ କାହିଁକି ଏତେ ଖାସ | କଣ ପାଇଁ ନଡିଆ କୁ ପ୍ରତେକ ଧର୍ମ କାର୍ଯ୍ୟରେ ପୂଜା କରାଯାଇଥାଏ | କଣ ରହିଛି ଏହାର ମାନ୍ୟତା | କେମିତି ସୃଷ୍ଟି ହୋଇଥିଲା ନଡିଆ | ଏସବୁର ପୌରାଣିକ ଗାଥା କଣ ରହିଛି ଜାଣିବାକୁ ହେଲେ ଆମର ଏହି ଆର୍ଟିକ୍ଲ କୁ ପୁରା ପଢନ୍ତୁ |

ରୁଷି ବିଶ୍ଵାମିତ୍ର ଙ୍କ ଦ୍ଵାରା ଏ ପୃଥିବୀ କୁ ଆସିଥିଲା ଏହି ଫଳ ନାରିକେଳ ଅର୍ଥାତ ନଡିଆ | ଏହାକୁ ନେଇ ଏକ କାହାଣୀ ମଧ୍ୟ ରହିଛି | ସତ୍ୟବ୍ରତ ନାମକ ଜଣେ ପ୍ରବଳ ପ୍ରତାପୀ ରାଜାଥିଲେ ଏବଂ ତାହା ସହ ସେ ଭଗବାନ ଙ୍କୁ ମଧ୍ୟ ଖୁବ ବିଶ୍ବାସ କରୁଥିଲେ | ଧନ ସମ୍ପତି ରାଜ୍ୟ ସବୁ କିଛି ଥିଲା ତାଙ୍କ ପାଖରେ | ହେଲେ ସବୁପରେ ବି ତାଙ୍କର ଏକ ଇଛା ଥିଲା କି ସେ ପୃଥିବୀ ଲୋକରୁ ସ୍ଵର୍ଗ ଲୋକକୁ ଯାଇପାରନ୍ତୁ | ତାଙ୍କୁ ସ୍ଵର୍ଗଲୋକ ର ସୁନ୍ଦରତା କୁ ଉପଭୋଗ କରିବାର ଇଛା ଥିଲା | କିନ୍ତୁ ସେଠାକୁ କିପରି ଯାଇହେବ ତାର ଉପାୟ ସତ୍ୟବ୍ରତ ଙ୍କୁ ଜଣା ନଥିଲା |

ଥରେ ରୁଷି ବିଶ୍ଵାମିତ୍ର ତପସ୍ୟା କରିବାକୁ ଯାଇ ଅନେକ ଦୂରକୁ ଚାଲିଯାଇଥିଲେ | ଏବଂ ସେଠାରୁ ଅନେକ ଦିନ ଧରି ଘରକୁ ଫେରିଲେ ନାହିଁ ଏବଂ ତାର କିଛି ଦିନ ମଧ୍ୟରେ ତାଙ୍କରି ଗାଁରେ ମରୁଡି ପଡିଗଲା | ତାଙ୍କ ପରିବାର ଲୋକେ ଭୋକ ବିକଳ ରେ ଏଣେତେଣେ ବୁଲିବାକୁ ଲାଗିଲେ | ସେ ସମୟରେ ରାଜା ସତ୍ୟବ୍ରତ ତାଙ୍କର ସହାୟତା କରିଥିଲେ ଏବଂ ସେମାନଙ୍କର ଯତ୍ନ ମଧ୍ୟ ନେଲେ | ଅନେକ ଦିନପରେ ଯେତେବେଳେ ରୁଷି ଘରକୁ ଫେରିଲେ ତେବେ ତାଙ୍କୁ ରାଜାଙ୍କୁ ଦେଖାକରିବାକୁ ଖୁବ ଇଚ୍ଛା ହେଲା | ଏବଂ ସେ ରାଜାଙ୍କୁ ଧନ୍ଯବାଦ ମଧ୍ୟ ଜଣାଇଥିଲେ | ତେବେ ରାଜା କହିଲେ ଧନ୍ୟବାଦ ନୁହେଁ ରୁଷିବର ମୋତେ ବରଦାନ ଦିଅନ୍ତୁ | ମୋର ବଞ୍ଚିଥିବା ଅବସ୍ଥାରେ ମୋତେ ସ୍ଵର୍ଗ ଦେଖାଇପାରିବେ | ତେବେ ରୁଷି ବିଶ୍ଵାମିତ୍ର ତାଙ୍କ ପାଇଁ
ସ୍ଵର୍ଗ ଯିବା ପାଇଁ ଏକ ମାର୍ଗ ପ୍ରସ୍ତୁତ କରିଥିଲେ | ଆଉ ରାଜା ଯେମିତି ସେହି ମାର୍ଗରେ ଯିବାକୁ ଲାଗିଲେ ଦେବରାଜ ଇନ୍ଦ୍ର ତାଙ୍କୁ ସ୍ଵର୍ଗକୁ ପ୍ରବେଶ କରିବାକୁ ଦେଇନଥିଲେ |


ଫଳରେ ବିଶ୍ଵାମିତ୍ର କ୍ରୋଧିତ ହୋଇଯାଇଥିଲେ ଏବଂ ରାଜା ଙ୍କ ପାଇଁ ସେ ପୃଥିବୀ ଓ ସ୍ଵର୍ଗ ମଧ୍ୟରେ ଅନ୍ୟ ଏକ ସ୍ଵର୍ଗର ନିର୍ମାଣ କରିଥିଲେ | ହେଲେ ତାଙ୍କୁ ଡରଥିଲା ଯେ ପୁଣିଥରେ ରାଜାଙ୍କୁ କେହି ନୂତନ ସ୍ଵର୍ଗରୁ ବାହାର କରିଦେବନି ତ | ତାପରେ ସେ ଏହି ସ୍ଵର୍ଗକୁ ଲାଗିଥିବା ରାସ୍ତାର ଆଗରେ ଏକ ବିଶାଳ ଦଣ୍ଡ ତିଆରି କରିଥିଲେ | ଯାହାକୁ ଆମେମାନେ ନାରିକେଳ ବୋଲି କହୁଛୁ | ଏବଂ ରାଜା ବିଶ୍ଵାମିତ୍ର ଙ୍କ ମୃତ୍ୟୁ ପରେ ତାଙ୍କର ମୁଣ୍ଡ ଏକ ଫଳରେ ପରିଣତ ହୋଇଗଲା | ଏବଂ ଏହା ପରେ ରୁଷି ବିଶ୍ଵାମିତ୍ର ଏହାକୁ ସବୁଠୁ ଶ୍ରେଷ୍ଠ ରୂପଦେଲେ ଯାହାକୁ ଆମେ ନାରିକେଳ ବୋଲି କହୁଛୁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବିବାହର ତିନି ଦିନ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ଶୌଚାଳୟ ଯିବା ମନା !! କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ଅନେକ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସମସ୍ତଙ୍କ ଜାତି, ଧର୍ମ, ଭାଷା, ବେଶ ପୋଷାକ ଓ ଖାଦ୍ୟପେୟ ଆଦି …

Leave a Reply

Your email address will not be published. Required fields are marked *