Breaking News

ଜାଣନ୍ତୁ ନବୀନ ଙ୍କ ପରେ କିଏ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ବହୁ ବର୍ଷ ହେବ ଆମ ଓଡିଶାକୁ ଶାସନ କରୁଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ନବୀନ ବାବୁ ବହୁ ଦିନ ହେବ ମୁଖ୍ୟମନ୍ତ୍ରୀ ଚୌକି ରେ ବସିଛନ୍ତି।ବିଜୁ ବାବୁ ଙ୍କର ସ୍ୱପ୍ନ କୁ ପୁରଣ କରିବା ପାଇଁ ସବୁ ଚେଷ୍ଟା ଜାରି ରଖିଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆପଣ ମାନେ ଜାଣିଥିବେ ଓଡିଶାକୁ ବହୁତ ଆଗକୁ ନେବା ପାଇଁ ବିଜୁ ବାବୁ ବହୁତ ସ୍ୱପ୍ନ ଦେଖିଥିଲେ ଯାହା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରୁଛନ୍ତି ପୂରଣ କରିବା ପାଇଁ।

କିନ୍ତୁ ଏବେ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ନବୀନ ପଟ୍ଟନାୟକ ଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ? ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ନବୀନ ଙ୍କ ପରେ ଲୋକ କାହାକୁ ଅଧିକ ପସନ୍ଦ କରୁଛନ୍ତି।ଗୋଟିଏ ସର୍ଭେ ହୋଇଥିଲା ଏହି ସର୍ଭେ ରେ ବହୁତ ଲୋକ ବିଭିନ୍ନ ପ୍ରକାର ମତ ରଖିଥିଲେ ତାହା ଆଜି ଆମେ ଆମର ଏହି ଲେଖା ମାଧ୍ୟମରେ ଜାଣିବା।ତେବେ ଡେରି ନ କରି ଆସନ୍ତୁ ଜାଣିବା।


ବନ୍ଧୁଗଣ ଆମର ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଆପଣ ମାନେ ଜାଣିଥିବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଥିଲେ ସୁଦ୍ଧା ଓଡ଼ିଶାରେ ଏତେ ଲୋକପ୍ରିୟ ହୋଇ ପାରିନାହାନ୍ତି।ତେବେ ଯଦି ବିଜେପି ଓଡ଼ିଶାରେ ଶାସନ କ୍ଷମତା କୁ ଆସେ ତାହେଲେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।ତେବେ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ତିନି ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ରୂପରେ ଦେଖିବାକୁ ଚାହାନ୍ତି।


ତେବେ ଆମର ଏହି ଲିଷ୍ଟ ର ଦିତୀୟ ସ୍ଥାନ ରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଅତି ପ୍ରିୟ ଆଇ. ଏ. ଏସ ଭି.କେ.ପାଣ୍ଡିଆନ ।ତେବେ କହିବାକୁ ଗଲେ ପାଣ୍ଡିଆନ ଓଡ଼ିଶାର ସବୁ କଥା ବୁଝୁଛନ୍ତି ସେ ପଛରେ ରହି ଓଡିଶାକୁ ଚଳାଉଛନ୍ତି।ତେବେ ପାଣ୍ଡିଆନ ଙ୍କର ଲୋକପ୍ରିୟତା ରହିଛି ଆଠ ପ୍ରତିଶତ ।ତେବେ ଯାହା ଶୁଣିବାକୁ ମିଳୁଛି କି ପାଣ୍ଡିଆନ ନିଜେ ମୁଖ୍ୟମନ୍ତ୍ରୀ ନ ହୋଇ ସେ ତାଙ୍କ ସ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ କରାଇ ପାରନ୍ତି।

ବନ୍ଧୁଗଣ ଆମର ଏହି ଲିଷ୍ଟ ର ତିନି ନମ୍ବର ସ୍ଥାନରେ ଅଛନ୍ତି ସୁବ୍ରତ ବାଗଚୀ ।ଆପଣ ମାନେ ସୁବ୍ରତ ବାଗଚି ଙ୍କୁ ସମସ୍ତେ ଜାଣିଥିବେ କୋରୋନା ସମୟରେ ସେ ଲୋକଲୋଚନକୁ ଆସିଥିଲେ ଓ ଲୋକମାନଙ୍କୁ ବହୁତ ଭଲ ପରାମର୍ଶ ମଧ୍ୟ ଦେଇଥିଲେ । ରାଜନୀତି ର ସ୍ୱାଦ କୁ ପସନ୍ଦ କରୁନଥିବା ସୁବ୍ରତ ବାଗଚୀ ବିଶ୍ୱାସ ରଖନ୍ତି ନିଜ କର୍ମ ଉପରେ ।ତେବେ ତାଙ୍କର ଲୋକପ୍ରିୟତା ବହୁତ ଅଛି ଓ ବହୁତ ଲୋକ ଚାହୁଛନ୍ତି କି ସୁବ୍ରତ ହିଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *