Breaking News

ମାଆ, ବାପା ଓ ଭାଇ ସମସ୍ତେ ଛାଡ଼ି ଚାଲିଗଲେ !! ନାବାଳକ ବୟସ ଶେଷରେ ଏମିତି କିଛି ଘଟିଲା ଶୁଣିଲେ ଆଖିରୁ ଲୁହ ଆସିଯିବ

ଆଜ୍ଞା ହଁ, କୋରାପୁଟ ଦଶମନ୍ତପୁର ବ୍ଲକ୍‌ ପରଜାବେଡ଼ାପଦର ପଞ୍ଚାୟତର ନୂଆଗୁଡ଼ା ଗାଁର ପିଲା ରମେଶ ସାଉଁତା । ତାର ଦୁଃଖ କାହାଣୀ ଜାଣିଲେ ଆପଣ ନିଶ୍ଚିନ୍ତ କାନ୍ଦି ପକାଇବେ । ଏହି ପିଲାଟିର କାହାଣୀ ଅତ୍ୟନ୍ତ ଦୁଃଖମୟ | ଆସନ୍ତୁ ଜାଣିବା ରମେଶର ଏଭଳି ପରିସ୍ଥିତି ପାଇଁ ଦାୟୀ କିଏ?

ଏହି ଗାଁର ଏକ ପିଲା ଥିଲେ ଯାହାର ନାମ ରଘୁ ସାଉଁନ୍ତା । ସ୍ତ୍ରୀ ଧାନାଇ ଓ ଦୁଇପୁଅ ଅଭି ଏବଂ ରମେଶ ହସ ଖୁସିରେ ଏକ ସୁନ୍ଦର ସଂସାର କରିଥିଲେ । ଦିନ ମଜୁରିଆ ଭାବେ କାମକରି ପରିବାରରେ ପୋଷୁଥିଲେ । ତିନି ବର୍ଷ ତଳେ ହଠାତ ଅଜଣା ରୋଗରେ ପଡି ରଘୁଙ୍କର ସ୍ତ୍ରୀ ଆରପାରିକୁ ଚାଲିଗଲେ । ପତ୍ନୀଙ୍କ ମୃତ୍ୟୁ ପରେ ଦୁଇ ପୁଅର ଯତ୍ନ ନେଇ ପାରୁନଥିଲେ ରଘୁ । ଜମିବାଡ଼ି ନାହିଁ କି ଚଳିବାକୁ ଧନ ସମ୍ପତ୍ତି ବି ନଥିଲା ।


ବଡ଼ପୁଅ ଅଭି ବାଧ୍ୟ ହୋଇ ଧନ ଅଭାବ ରୁ ଦାଦନ ଖଟିବାକୁ ହାଇଦ୍ରାବାଦ ଚାଲିଗଲା । ହେଲେ ତା ପରେ ତାର ଆଉ କିଛି ଖୋଜ ଖବର ମିଳିଲା ନଥିଲା ପ୍ରାୟ ବର୍ଷକ ଯାଏ ଅପେକ୍ଷା ପରେ ବାପା ରଘୁ ନିଜ ଚାଉଳ କାର୍ଡ ବନ୍ଧା ପକାଇ ବଡ ପୁଅ ଅଭିକୁ ଖୋଜିବା ଲାଗି ହାଇଦ୍ରାବାଦ ଚାଲିଗଲେ । ତେବେ ଦୁର୍ଭାଗ୍ୟକୁ ସେ ବି ଆଉ ଫେରିଲେ ନାହିଁ । ଏମିତି ତିନି ବର୍ଷ ବିତିଗଲା ।

ଏବେ ରମେଶ ନିଜ ବିଧବା ପିଉସୀଙ୍କ ଘରେ ଆଶ୍ରୟ ନେଇଛି। ସତୁରୀ ବର୍ଷର ପିଉସୀଙ୍କ ବିଧବା ଭତ୍ତା ପାଞ୍ଚଶହ ଟଙ୍କା ଓ ସରକାରଙ୍କ ତରଫରୁ ମିଳୁଥିବା ଚାଉଳରେ ଦୁହେଁ ବଞ୍ଚୁଥିଲେ । ଘରର ପରିସ୍ଥିତି ଦେଖି ରମେଶ ଏକ ହୋଟେଲରେ କାମ କଲା । ହେଲେ ସବୁ ବେଳେ ମନ ତାର ଖୋଜୁଥିଲା ବାପା ଓ ବଡ଼ ଭାଇକୁ । ଏମିତିରେ ମାନସିକ ଭାରସାମ୍ୟ ହରାଇଲା ରମେଶ । ଏକଥା କହିଛନ୍ତି ବିଧବା ପିଉସୀ ଗୁରୁ ମିଣିଆକା ।


ଏଭଳି ପରିସ୍ଥିତିରେ ନୂଆଗୁଡା ଗାଁର ଲୋକମାନେ ପ୍ରଶାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି ରମେଶର ଚିକିତ୍ସା ପାଇଁ । ତାର ବାପା ଭାଇଙ୍କୁ ଖୋଜିବା ପାଇଁ । ଏବେ ରମେଶର ବୟସ ମାତ୍ର ୧୫ କି ୧୬ ବର୍ଷ । ଯଦି ସେ ଭଲ ହୋଇ ପାଠ ପଢ଼େ ତାର ଭାଗ୍ୟ ବଦଳିଯିବ ବୋଲି ଲୋକଙ୍କର ବିଶ୍ୱାସ । ହେଲେ କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ… ତେଣୁ ରମେଶର ଭାଗ୍ୟ ବଦଳି ପାରିବ ଯେତେବେଳେ କାହାର ସହାୟତାର ହାତ ବଢ଼ି ଆସିବ ତା’ଆଡ଼କୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.