Breaking News

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ ମାନଙ୍କର ଯଥେଷ୍ଟ ଭରଷା ଓ ବିଶ୍ୱାସ ରହିଛି ବ୍ୟାଙ୍କ୍ ଉପରେ। ହେଲେ ଯଦି ସେହି ବ୍ୟାଙ୍କ୍ ର କର୍ମଚାରୀ ହିଁ ସେହି ଟଙ୍କାକୁ ହଡ଼ପ କରିନେବେ ତେବେ ସାଧାରଣ ଲୋକଟିଏ କାହାକୁ ବିଶ୍ୱାସ କରି ନିଜର ଟଙ୍କା ରଖିବ? ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଲମଟିବାହାଲ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆକାଉଣ୍ଟାଣ୍ଟ ଏକ ଏଭଳି କାର୍ଯ୍ୟ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିରୀହ ଆଦିବାସୀ ଜନଜାତିର ଜନୈକ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟ୍ ରୁ ୧୮ ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି ଏହି ଏସବିଆଇ ଆକାଉଣ୍ଟାଣ୍ଟ ଜଣକ।


ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା କୋଇଲା ଖଣି ମାଇନ ନଂ୨ ରେ ଦଶରଥ ମୁଣ୍ଡା ନାମକ ଜଣେ ବ୍ୟକ୍ତି ୬୦ ବର୍ଷ ବୟସ ଯାଏଁ ଚାକିରି କରିଥିଲେ। ସେ ନିଜର ପତ୍ନୀ ଓ ପୁଅଙ୍କ ସହ କାଳୀନଗରର ସ୍ଥିତ ଏକ କ୍ବାଟରରେ ରହୁଥିଲେ। ହେଲେ ୨୦୧୪ ମସିହାରେ ଚାକିରିରୁ ଅବସର ପରେ ସେ ନିଜ ପରିବାରକୁ ନେଇ ନିଜ ସାରସମାଲ ସ୍ଥିତ ଘରକୁ ଫେରି ଆସିଥିଲେ। ଅବସର ନେବା ପରେ ଅନେକ ସମୟରେ ସେ ନିଜ ପତ୍ନୀଙ୍କ ସହ ବ୍ରଜରାଜନଗର ଏସବିଆଇ ଶାଖାକୁ ଯାଇ ନିଜର ପେନସନ ଟଙ୍କା ଉଠାଇ ଆଣୁଥିଲେ। ହେଲେ ୨୦୧୭ ମସିହାରେ କୌଣସି କରଣବସତଃ ଦଶରଥଙ୍କର ଦେହାନ୍ତ ହୋଇଥିଲା।

ଏହାପରେ ଆରମ୍ଭ ହୋଇଥିଲା ପ୍ରକୃତ ସମସ୍ୟା। ସ୍ୱର୍ଗତଃ ମୁଣ୍ଡାଙ୍କ ଅବସର କାଳୀନ ଲକ୍ଷାଧିକ ଟଙ୍କା ଦେବା ସମୟରେ ବ୍ୟାଙ୍କ୍ କର୍ମଚାରୀ ତାଙ୍କ ପତ୍ନୀଙ୍କୁ ଅନେକ ତଥ୍ୟ ମାଗିଥିଲେ। ମୃତକଙ୍କ ଜଣକ ସମ୍ପର୍କରେ ତାଙ୍କର କଣ ହେବେ? ତାହା ପ୍ରମାଣିତ କରିବା ପାଇଁ ତାଙ୍କ ପତ୍ନୀଙ୍କୁ କହିଥିଲେ। ବ୍ୟାଙ୍କ କର୍ମଚାରୀଙ୍କ କହିବା ମୁତାବକ ସ୍ୱର୍ଗତଃ ମୁଣ୍ଡାଙ୍କ ପତ୍ନୀ ମଧ୍ୟ ସବୁ ପ୍ରମାଣପତ୍ର ଦେଖେଇଥିଲେ। ଲିଗାଲ ହେୟାର, ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ମୃତ୍ୟୁ ସାର୍ଟିଫିକେଟ, ପୁଅ ଟିକେଶ୍ଵର ମୁଣ୍ଡାଙ୍କର ଆଧାର କାର୍ଡରେ ବାପାଙ୍କର ନାମ, ସ୍ତ୍ରୀଙ୍କର ଆଧାର କାର୍ଡରେ ସ୍ୱାମୀଙ୍କର ନାମ ସ୍ୱଷ୍ଟ ଭାବରେ ଉଲ୍ଲେଖ ହୋଇଛି। ତଥାପି ବ୍ୟାଙ୍କ ପକ୍ଷେ ଏହା ଯଥେଷ୍ଟ ହେଲା ନାହିଁ।

ତେଣୁ ଏତେ ସବୁ ଆବଶ୍ୟକ ତଥ୍ୟ ଦେଖାଇବା ପରେ ମଧ୍ୟ ୪ ବର୍ଷ ଯାଏଁ ନିଜକୁ ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ସ୍ତ୍ରୀ ଓ ପୁଅ ବୋଲି ବ୍ୟାଙ୍କ୍ ଆଗରେ ପ୍ରମାଣିତ କରିପାରିଲେ ନାହିଁ ପରିବାର ଲୋକେ। ବ୍ୟାଙ୍କ୍ କର୍ମଚାରୀଙ୍କ ଆଗରେ ଅନେକ ନେହୁରା ପରେ ବି ନିରାଶ ହୋଇ ଶେଷରେ ବାଧ୍ୟ ହୋଇ ସ୍ୱର୍ଗତଃ ମୁଣ୍ଡାଙ୍କ ପରିବାର ପୋଲିସର ସହାୟତା ନେଲେ। ତେବେ ପୋଲିସର ହସ୍ତକ୍ଷେପ ପରେ ବ୍ୟାଙ୍କରୁ ୧୧ ଲକ୍ଷ ୩୦ ହଜାର ଟଙ୍କା ସ୍ୱର୍ଗତଃ ମୁଣ୍ଡାଙ୍କ ପରିବାରକୁ ମିଳିଥିଲା। ହେଲେ ବଳକା ୧୮ ଲକ୍ଷ ୩୫ ହଜାର ଟଙ୍କା ଦେବାକୁ ବ୍ୟାଙ୍କ କର୍ମଚାରୀ କୁଣ୍ଠାବୋଧ କଲେ। ତେଣୁକରି ବାଧ୍ୟ ହୋଇ ପରିବାର ଲୋକେ ପୁଣି ପୋଲିସକୁ ଏ ବିଷୟରେ ସୂଚନା ଦେଲେ।


ତେବେ ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା ଯେ, ଏସବିଆଇର ଆକାଉଣ୍ଟେଣ୍ଟ ସନ୍ଦୀପ ମହାନ୍ତି ନିଜର କୌଣସି ସମ୍ପର୍କୀୟଙ୍କ ଆକାଉଣ୍ଟକୁ ସ୍ୱର୍ଗତଃ ମୁଣ୍ଡାଙ୍କ ଆକାଉଣ୍ଟ୍ ରୁ ୧୮ ଲକ୍ଷ ୩୫ ହଜାର ଟ୍ରାନ୍ସଫର କରିଦେଇଥିଲେ। ତାହାପୁଣି ସ୍ୱର୍ଗତଃ ମୁଣ୍ଡାଙ୍କ ପରିବାର ଲୋକଙ୍କ ଅଜାଣତରେ। ଏଭଳି କାଣ୍ଡ କରି ସେ ଭୁବନେଶ୍ଵରରେ ଲୁଚି ରହିଥିଲେ। ତେବେ ବ୍ରଜରାଜନଗର ପୋଲିସ ଅଭିଯୁକ୍ତଙ୍କ ମୋବାଇଲକୁ ଟ୍ରାକ କରି ତାଙ୍କୁ ଗିରଫ କରି ଏବେ କୋର୍ଟ ଚାଲାଣ କରିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *