ଗତ କିଛି ଦିନ ଧରି ମୁମ୍ବାଇରେ ଲାଗିରହିଛି ପ୍ରବଳ ବର୍ଷା। ଲଗାଣ ବର୍ଷାରେ ବେହଲ ହୋଇଛି ପୁରା ମୁମ୍ବାଇ। ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି। ପାଣି ଜମିବା କାରଣରୁ ଲୋକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ନିକଟରେ ମୁମ୍ବାଇର ଘାଟକୋପର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଠି ଆବାସିକ କମ୍ପ୍ଲେକ୍ସର ପାର୍କିଂ ସ୍ଥାନରେ ରଖାଯାଇଥିବା ଏକ କାର୍ କିଛି ସେକେଣ୍ଡ ଭିତରେ ଆପେ ଆପେ ଏକ ସିଙ୍କହୋଲରେ ବୁଡ଼ିଯାଉଥିବା ନଜର ଆସୁଛି। ୨୬ ସେକେଣ୍ଡର ଏହି ଅଜବ ଓ ଭ-ୟ-ଙ୍କ-ର ଦୃଶ୍ୟ ଦେଖିବା ପରେ ମୁମ୍ବାଇବାସୀଙ୍କର ସ୍ଥିତି ଯେ କିଭଳି ରହିଛି ତାହା ଅନୁମାନ କରିହେବ।
ଏହି ଅଜବ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବାପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ କାରର ବୋନେଟ୍ ଓ ଆଗପଟର ଚକା ପ୍ରଥମେ ସିଙ୍କହୋଲରେ ବୁଡ଼ୁଥିବା ଦେଖିବାକୁ ମିଳିଛି। ଏହା ପରେ କାରର ପଛ ଭାଗ ମଧ୍ୟ ବୁଡ଼ି ଯାଉଛି। ଏହିପରି ଭାବେ ଧିରେ ଧୀରେ କରି ପୂରା କାର୍ ସିଙ୍କହୋଲରେ ଭିତରେ ବୁ-ଡ଼ି ଯାଉଥିବା ଭିଡ଼ିଓରେ ନଜର ଆସୁଛି। ତେବେ ସୌଭାଗ୍ୟବଶତ ଏହି ଘଟଣା ସମୟରେ କାରରେ କୌଣସି ବ୍ୟକ୍ତି ନଥି-ଲେ। ଯାହା ଫଳରେ ଏକ ବଡ଼ ବି-ପ-ଦ ଟଳି ଯାଇଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାଟି ଘଟିଛି ମୁମ୍ବାଇର ଘାଟକୋପରର ତ୍ରିଭୁବନ ସୁଇଟ୍ସଷ୍ଟଲର ପଛରେ ଥିବା ରାମନିବାସ ହାଉସିଂ ସୋସାଇଟି ନିକଟରେ।
ସୂଚନାରୁ ଜଣାପଡିଛି, ବୁଡିଯାଇଥିବା କାର୍ ଟି ହେଉଛି ସ୍ଥାନୀୟ ପଙ୍କଜ ମେହତା ନାମକ ଜଣେ ବ୍ୟକ୍ତିଙ୍କର। ବ୍ୟକ୍ତି ଜଣକ ସବୁଥର ଭଳି ସେଦିନ ମଧ୍ୟ ଉକ୍ତ ଉକ୍ତ ସ୍ଥାନରେ ନିଜ କାରଟିକୁ ରଖିଥିଲେ। ହେଲେ ଅତିରିକ୍ତ ବର୍ଷା କାରଣରୁ କାରଟି ରଖାଯାଇଥିବା ସ୍ଥାନର ମାଟି ତଳକୁ ଖସିବାରେ ଲାଗିଲା। ଯାହା ଫଳରେ ସେହି ସ୍ଥାନରେ ଥିବା କାର ଟି ମଧ୍ୟ ଧିରେ ଧିରେ ସିଙ୍କହୋଲରେ ବୁଡିଯାଇଥିଲା। ତେବେ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳର ପୋଲିସ , ଦମକଳବାହିନୀ ଓ ବିଏମସି ଘଟଣା ସ୍ଥଳରେ ପହଞ୍ଚି କାର ଟିକୁ ସିଙ୍କହୋଲରୁ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।
ସିଙ୍କହୋଲ ଥିବା ସ୍ଥାନରେ ଗର୍ତ୍ତ କରାଯିବ ସହିତ ଶେଷରେ ଅନେକ ଘଣ୍ଟା ଧରି ଉଦ୍ୟମ ପରେ କାର ଟିକୁ ସିଙ୍କହୋଲ ଭିତରୁ ବାହାର କରାଯାଇଥିଲା। ବିଏମସିର କହିବା ଅନୁଯାୟୀ, ଏହି ଖାଲ ସ୍ଥାନକୁ ଆରସିସି ଜରିଆରେ ଅଧା ଘୋଡ଼ା ଯାଇ ଏରିଆକୁ ପାର୍କିଂ ପାଇଁ ବ୍ୟବହାର କରାଯାଉଥିଲା, ଯାହା ଆଜି ଭୁଶୁଡ଼ି ପଡ଼ିଛି। ଏହାର ପ୍ରଭାବରେ ପାର୍କିଂରେ ଥିବା କାର୍ ସେଥିରେ ବୁଡ଼ି ଯାଇଥିଲା।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ