Breaking News

ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମୃତ୍ୟୁ କାଳୀନ ବୀମା ରାଶି ୧୫ ଲକ୍ଷ !

କରୋନା ଯୋଗୁଁ ବିପଦରେ ପଡ଼ିଛି ସାମ୍ୱାଦିକ ଙ୍କ ଜୀବନ।ମହାମାରୀ ଯୋଗୁ ଅକାଳ ରେ ଜୀବନ ହରାଇଛନ୍ତି ଅନେକ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀ।ଗୋଟିଏ ବର୍ଷ ରେ ୧୦୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଙ୍କ ଜୀବନ ନେଇଛି କରୋନା।କେବଳ ୨୦୨୧ ଏପ୍ରିଲ୍ ରେ ଯାଇଛି ୫୨ ଜଣଙ୍କ ଜୀବନ।ମହାମାରୀ କାରୋନା ଯୋଗୁ ଏକ ବର୍ଷ ହେବ ଲୋକ ହନ୍ତସନ୍ତ ହେଉଥିବା ବେଳେ ସବୁଠୁ ବିପଦରେ ପଡ଼ିଛି ଗଣମାଧ୍ୟମ କର୍ମୀ ଙ୍କ ଜୀବନ। ୨୦୨୦ ରେ କରୋନା ମହାମାରୀ ଆରମ୍ଭ ହେବା ପରଠୁ ଲଗାତାର ଏ ବାବଦରେ ଖବର ପରିବେଷଣ କରି ଆସୁଛନ୍ତି ସବୁ ଛାପା ଏବଂ ଗଣମାଧ୍ୟମ।

 

ଦୈନିକ ଖବର ପରିବେଷଣ ଯୋଗୁଁ ଦେଶ ର କୋରୋନା ସ୍ଥିତି ସମ୍ବଧ ରେ ଜାଣି ଲୋକ ମାନେ ସଚେତନ ହେବା ସହିତ ସରକାର ଙ୍କ ପଦକ୍ଷେପ ସମ୍ବନ୍ଧ ରେ ମଧ୍ୟ ସୂଚନା ପାଇପାରୁଛନନ୍ତି।କିନ୍ତୁ ଫିଲ୍ଡ ରେ ଥାଇ ଖବର ସଂଗ୍ରହ କରୁଥିବା ସମୟରେ ଅନେକ ଗଣମାଧ୍ୟମ କର୍ମୀ ସଂକ୍ରମିତ ହେଉଛନ୍ତି । ତେବେ ଶେଷ ରେ ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ର ମାନ୍ୟତା ମିଳିଛି। ସାମ୍ବାଦିକଙ୍କୁ ମହାମାରୀର ସମ୍ମୁଖ ଯୋଦ୍ଧା ଭାବେ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଲକଡାଉନ ଘୋଷଣା ହୋଇଥିବା ବେଳେ କୋଭିଡ ଯୁଦ୍ଧରେ ନିୟୋଜିତ ସାମ୍ବାଦିକଙ୍କ ଦାବି ମଧ୍ୟ ପୂରଣ ହୋଇଛି ।


ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ଏକ ସ୍ବାସ୍ଥ୍ୟ ବୀମା ର ଘୋଷଣା ମଧ୍ୟ କରିଛନ୍ତି।ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବିମା ଯୋଜନାରେ ପଞ୍ଜିକୃତ ହେବେ ରାଜ୍ୟର ୬୯୪୪ କାର୍ଯ୍ୟରତ ସାମ୍ବାଦିକ । ସେମାନଙ୍କ ପାଇଁ 2ଲକ୍ଷ ଟଙ୍କା ବିମାରାଶୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 15 ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ବିମାରାଶୀ ମଧ୍ୟ ଘୋଷଣା କଲେ ରାଜ୍ୟ ସରକାର ।ତେବେ ମୂଖ୍ୟମନ୍ତ୍ରୀ ଙ୍କ ଏହି ଘୋଷଣା ପରେ ୬୯୪୪ ଜଣ ସାମ୍ବାଦିକ ଉପକୃତ ହୋଇପାରିବେ।
ସମ୍ମୁଖ ଯୋଦ୍ଧା ଘୋଷଣା ଅବସରରେ ସାମ୍ବାଦିକ ମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସଂକ୍ରମଣ ଭୟ ଭିତରେ ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି । କରୋନା ମହାମାରୀ ମାଡ଼ି ମାଡ଼ି ଚାଲିଥିବା ସତ୍ତ୍ୱେ ରାଜ୍ୟବାସୀଙ୍କ ପାଖରେ ଖବର ପହଞ୍ଚାଉଛନ୍ତି ସାମ୍ବାଦିକ । ନିଜ ଜୀବନକୁ ଖାତିର ନକରି ଲୋକଙ୍କ ପାଖରେ କରୋନା ସଚେତନତା ସଂପର୍କିତ ଖବର ପହଞ୍ଚାଉଛନ୍ତି ।ତେବେ ପୂର୍ବ ରୁ ଡାକ୍ତର, ସ୍ଵାସ୍ଥ୍ୟ କର୍ମୀ ଓ ସଫେଇ କର୍ମୀ ଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ସମ୍ବୋଧିତ କରିଥିବା ବେଳେ ଏବେ ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ମାନ୍ୟତା ମିଳିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *