Breaking News

ମୋଟେରା ଷ୍ଟାଡିୟମ କୁ ନେଇ ଏମିତି କହିଲେ ଇଂଲଣ୍ଡ ଖେଳାଳି !

ନିକଟରେ ଆଖିସାମନାକୁ ଆସିଲା ମୋଟେରା ଷ୍ଟାଡିୟମ ର ଦ୍ରୁଶ୍ଯ | ଗୁଜୁରାଟ ର ଅହମଦାବାଦରେ ତିଆରି ହୋଇଥିବା ବିଶ୍ଵର ସବୁଠୁ ବଡ ଷ୍ଟାଡିୟମ ର ଫୋଟୋ ଆସିଛି | ଭାରତ ଇଂଲଣ୍ଡ ର ଚାରିଟିକିଆ ଟେଷ୍ଟ ସିରୀଜ ର ପ୍ରଥମ ଦୁଇଟି ମୁକାବିଲା ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ଯାଚ ଜିତି ବରାବର ସ୍ଥିତିରେ ଥିବାବେଳେ ଏବେ କ୍ରିକେଟ ପ୍ରେମୀ ଙ୍କ ନଜର ରହିଛି ତୃତୀୟ ତଥା ପିକ ଟେଷ୍ଟ ଉପରେ |


କାରଣ, ପ୍ରଥମ ଦୁଇଟି ମ୍ଯାଚ ଚେନ୍ନାଇ ର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଲାଯାଇଥିଲା | ବଳକା ଦୁଇଟି ଟେଷ୍ଟ କିନ୍ତୁ ବିଶ୍ଵ ର ସବୁଠୁ ବଡ କ୍ରିକେଟ ପଡିଆ ଅହମଦାବାଦର ମୋଟେରା ରେ ଖେଳାଯିବାର ଅଛି | ତେଣୁ ଏହି ଷ୍ଟାଡିଅମ ଏବେ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି |


ବିଶେଷ କରି ବୁଧବାର ଅର୍ଥାତ ଫେବ୍ରୁୟାରୀ ୨୪ ତାରିଖରେ ଦିବାରତି ଅବା ଗଲା ଟେଷ୍ଟ କୁ ନେଇ ଦେଶ ଏବଂ ଦେଶ ବାହାରେ ପ୍ରବଳ ଉଶ୍ଚାହ ପରିଲିଖିତ ହୋଇଛି | ଆଉ ଦୁଇଟି ଯାକ ମ୍ଯାଚ ଲାଗି ଗୁଜୁରାଟ କ୍ରିକେଟ ଏସୋଶିୟେଶନ ଷ୍ଟାଡିଅମରେ ୫୦ ପ୍ରତିଶତ ଦର୍ଶକ ଙ୍କୁ ମ୍ଯାଚ ଉପଭୋଗ କରିବା ପାଇଁ ସୁଯୋଗ ଦେଇଛନ୍ତି |


୨୦୧୬ ମସିହାରୁ ଏହି ଷ୍ଟାଡିୟମ ର ନବୀନ କାରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଗତ ବର୍ଷ ଶେଷ ହୋଇଛି | ଏହାର କ୍ଷମତା ୧,୧୦,୦୦୦ କ୍ଷମତା ବିଶିଷ୍ଟ ଦର୍ଶକ କ୍ଷମତା ଥିବାରୁ ବର୍ତ୍ତମାନ ଏହା ବିଶ୍ଵର ସର୍ବବୃହତ କ୍ରିକେଟ ଷ୍ଟାଡିଅମ ପାଲଟିଛି | ଆଶ୍ଚର୍ଯ୍ୟ ର କଥା ହେଉଛି ଟୀମ ଇଣ୍ଡିଆ ର ଖେଳାଳି ମାନଙ୍କ ତୁଳନାରେ ଇଂଲଣ୍ଡ ଦଳର ଖେଳାଳି ମାନେ ଏହାର ଅଧିକ ପ୍ରଶଂସା କରିଛନ୍ତି | ବ୍ରଡ ଙ୍କ ଠାରୁ ଆରମ୍ଭ କରି ବେନ ଷ୍ଟୋକ ପର୍ଯ୍ୟନ୍ତ ସମସ୍ତେ ଏହି ଷ୍ଟାଡିଅମର ଫୋଟୋ ସୋସିଆଲ ମେଡିଆ ରେ ଶେୟାର କରିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *