Breaking News

ଦେଖନ୍ତୁ Vairal ଭିଡିଓ – ମାତ୍ର ୫୦୦ ଟଙ୍କାରେ ହେଇଗଲା ବାହାଘର , ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ !

ଆଜିକାଲି ର ଲୋକେ ନିଜ ବହାଘର କୁ ଆକର୍ଷଣିୟ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ବରଯାତ୍ରୀ ଠାରୁ ଆରମ୍ଭ କରି ଡେକୋରେସନ ପର୍ଯ୍ୟନ୍ତ କୋଉଥିରେ ବ କମି ରଖୁ ନାହାନ୍ତି। କାରଣ ସମସ୍ତେ ଚାହାନ୍ତି ତାଙ୍କ ବାହାଘର କେମିତି ସବୁଠାରୁ ଭଲ ହେଉ ଏଥିପାଇଁ କେତେକ ନୂଆ ନୂଆ ଢଙ୍ଗରେ ନୂଆ ଷ୍ଟାଇଲ ରେ ବି କେତେଜଣ ନିଜ ବହାଘର କରୁଛନ୍ତି। ଏମିତିକି ଗୋଟିଏ ଗରିବ ଲୋକଟିଏ ବି ନିଜ ବାହାଘର ଅତିକମରେ ଲକ୍ଷେ ଟଙ୍କା ତ ଖର୍ଚ୍ଚ କରୁଚି। କାରଣ ବାହାଘର ଅନେକ ଜିନିଷ ର ଆଵଶ୍ୟକତା ରହିଛି ଯାହାସବୁ କି ଏବେକାର ମହଙ୍ଗା ଯୁଗରେ କମ ଦାମ ରେ ଆଣିବା ଅସମ୍ଭବ।


ମାତ୍ର ଏମିତି ଏକ ନିଆରା ବହାଘର ସାମ୍ନାକୁ ଆସିଛି ଯୋଉ ବାହାଘର ସବୁ କାର୍ଯ୍ୟ ମାତ୍ର ୫୦୦ ଟଙ୍କା ରେ ହେଇଯାଇଛି। କଥାଟି ଶୁଣିଲେ ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଘଟଣାଟି ପୁରାପୁରି ସତ। ସେ ଫୁଣି କୋଉ ମାମୁଲି ଲୋକ ର ବହାଘର ନୁହେଁ ବରଂ ଜଣେ ସିଟି ମାଜିଷ୍ଟ୍ରେଟ ଆଉ ମେଜର ଙ୍କର ବହାଘର। ଆପଣ ଭାବୁଥିବେ ଏତେ ବଡ଼ ଲୋକ ହେଇକି ଏତ କମ ଟଙ୍କା ରେ ବହାଘର କରିବା କଣ ଆଵଶ୍ୟକ ଥିଲା ସେମାନେ ଚାହିଁଥିଲେ ତ ବହୁତ ଟଙ୍କା ଖର୍ଚ୍ଚ କରି ବାହାଘର କରି ପାରିଥାନ୍ତେ କିନ୍ତୁ କଣ ପାଇଁ ଏମିତି କରିଲେ ଏହା ଏବେ ଜାଣିବାର ବିଷୟ।

ଏମିତି ନିଆରା ଭାବରେ ବହାଘର କରିଥିବା ରୁ ଦୁହେଁ ଏବେ ବେଶ ଚର୍ଚ୍ଚାରେ। ସୂଚନା ଅନୁସାରେ ମଧ୍ୟପ୍ରଦେଶ ଭୋପାଳ ନିବାସୀ ଶିବଙ୍ଗୀ ଯୋଶୀ ସ୍ଥାନୀୟ ଅଞ୍ଚଳର ମେଜର ଅନିକେତ ଚତୁର୍ବେଦୀ ଙ୍କୁ କୋର୍ଟ ମ୍ୟାରେକ କରିଚନ୍ତି। ସିବାଙ୍ଗି ନିଜେ ମଧ୍ୟ ଜଣେ ସିଟି ମାଜିଷ୍ଟ୍ରେଟ। ଏ ସମ୍ପର୍କରେ ଯେତେବେଳେ ଦୁହିଁଙ୍କୁ ପଚରା ଯାଇଥିଲା ଦୁହେଁ କହିଥିଲେ କି ଆମ ବହାଘର କୋରନା ପାଇଁ ଦୁଇ ବର୍ଷ ହେଲାଣି ଅଟକି ରହିଥିଲା। ଏବେ ଟିକିଏ ସ୍ଥିତି ରେ ସୁଧାର ଆସିବାରୁ ଆମ ପରିବାର ଲୋକେ ବହାଘର ପାଇଁ ନିଷ୍ପତ୍ତି ନେଲେ।

ପରିବାର ଲୋକଙ୍କ ଇଛା ଥିଲା ବାହାଘର ଟି ଧୁମଧାମରେ ହେଉ କିନ୍ତୁ ଆମେ ଚାହିଁଲୁ ଦେଶରେ କୋରନା ସଙ୍କଟ ଭିତରେ ଲୋକେ ବହୁତ ଅସୁବିଧାରେ ଅଛନ୍ତି ତେଣୁ ଆମେ ଯଦି ବହାଘର ରେ ଅଯଥା ପଇସା ଖର୍ଚ୍ଚ ନକରି ଗରିବଙ୍କୁ ଦେଇଦେବା ତାହାଲେ କେତେଲୋକଙ୍କର ମଙ୍ଗଳ ହେବ ଏମିତି ସବୁ ଭାବି କେବଳ ଦୁଇଟି ମାଳ ଆଉ କାଚ ସିନ୍ଦୁର ରେ ସେମାନେ ନିଜ ବହାଘର ମାତ୍ର ୫୦୦ ଟଙ୍କା ରେ ସାରିଲେ। ଘଟଣାଟି ସୋସିଆଲ ମିଡିଆରେ ଏବେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *