Breaking News

ମାସ୍କ ପାଇଁ ଫାଇନ କାଟିଲେ ପୋଲିସ ବାବୁ , ହଟାତ ରାଗିଯାଇ ଯୁବକ ଜଣଙ୍କ ଏମିତି କଲେ ଦେଖନ୍ତୁ ଭିଡିଓ

ସାରା ଦେଶ ରେ ଏବେ କରୋନା ର ଭୟ। ଦୈନିକ ସଂକ୍ରମଣ ଏବେ ଦିନ କୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ସଂକ୍ରମଣ କୁ ଆଗକୁ ଅଧିକ ମାତ୍ରାରେ ବ୍ୟାପିବାରୁ ରୋକିବା ପାଇଁ ସରକାର ଅନେକ ଗାଇଡ ଲାଇନ ଜାରି କରିବା ସହିତ ଲୋକ ମାନଙ୍କ ମଧ୍ୟରେ ସଚେତନତା ର ବାର୍ତ୍ତା ପ୍ରଚାର କରୁଛନ୍ତି।ଏହା ସହିତ ଯେଉଁ ଲୋକ କରୋନା ଗାଇଡ ଲାଇନ କୁ ଉଲ୍ଲଂଘନ କରୁଛି ତା ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ।ହେଲେ ଏହା ପରେ ମଧ୍ୟ ଅନେକ ଲୋକ ସଚେତନ ହେଉନାହାନ୍ତି।ବାରମ୍ବାର କରିଚାଲିଛନ୍ତି କଟକଣାକୁ ବେଖାତିର୍।


ଏବେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର । ଆଉ ଏଠି ହେଲ୍‌ମେଟ୍‌ ଓ ମାସ୍କ ଚେକିଂ ବେଳେ ଦେଖିବାକୁ ମିଳିଛି ଉତ୍ତେଜନା।ଖବର ମୁତାବକ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ମାସ୍କ ଚେକିଂ ବେଳେ କିଛି ଅମାନିଆ ଯୁବକ ପୋଲିସକୁ ଠେଲାପେଲା କରିଥିବା ଘଟଣା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଅଞ୍ଚଳର କିଛି ଯୁବକ ନୀଳଗିରି କଚେରୀ ବଜାରରେ ଏକ ଟ୍ରାଭେରା ଗାଡ଼ି ଭିତରେ ବସିଥିଲେ। ସେହି ସମୟରେ ନୀଳଗିରି ଥାନା ଅଧିକାରୀ ଓ କିଛି କର୍ମଚାରୀ ସେମାନଙ୍କୁ ମାସ୍କ ନଲଗାଇବା ଦର୍ଶାଇ ଫାଇନ୍‌ କାଟିଥିଲେ ।

ଯାହାପରେ ଯୁବକମାନଙ୍କୁ ପାରା ପୁରା ହାଏ।ଫାଇନ ଦେବେ କଣ ଓଲଟା ବାଇକ୍‌ରେ ବିନା ହେଲ୍‌ମେଟ୍‌ରେ ପୋଲିସ କିପରି ବୁଲୁଛନ୍ତି ବୋଲି ଯୁବକମାନେ ଯୁକ୍ତି କରିଥିଲେ। ଏହାସହ ଫାଇନ୍‌ ଦେବେ ନାହିଁ ବୋଲି କହିଥିଲେ। ଏହି ସମୟରେ ଜଣେ ପୋଲିସ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ଆରମ୍ଭ ହୋଇଥିଲା ଠେଲାପେଲା। ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ତେବେ ସେହି ସମୟରେ ପୋଲିସ ସେମାନଙ୍କ ଉପରେ କୌଣସି କଠୋର କାର୍ଯ୍ଯାନୁଷ୍ଠାନ ନନେଇ ଛାଡି ଦେଇଥିବାବେଳେ, ପରେ ୮ଜଣ ଯୁବକଙ୍କୁ ଥାନାକୁ ଡକାଇ ଅଟକ ରଖିଥିବା ଜଣାପଡିଛି।


କରୋନା ସଂକ୍ରମଣ ପାଇଁ ସାରା ଦେଶ ଏବେ ଚିନ୍ତିତ।ଲୋକଙ୍କର ନିଦ ହଜେଇଲାଣି କରୋନା।ତେବେ ଏଭଳି ପରିସ୍ଥିତି ରେ ମାସ୍କ ପିନ୍ଧିବା ହେଉଛି ଏକ ମାତ୍ର ବିକଳ୍ପ, ଯାହା ଦ୍ଵାରା କରୋନା ଠୁ ରକ୍ଷା ପାଇହେବ।ଏହାକୁ ଦୃଷ୍ଟି ରେ ରଖି ସାରା ଦେଶ ରେ ମାସ୍କ ଚେକିଙ୍ଗ ଉପରେ ଗୁରୁତ୍ବ ଦିଆଯାଉଛି।ଏହା ସହିତ ଅମାନିଆ ଙ୍କୁ ଧରି ଫାଇନ ମଧ୍ୟ ଆଦାୟ କରାଯାଉଛି ।ଫାଇନ ଦେଇ ଦେଇ ଲୋକେ ନକେଦମ୍ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନେକ ଲୋକ ସଚେତନ ହେଉନାହାନ୍ତି।ପ୍ରତିଦିନ ଅମାନିଆ ଙ୍କ ର ଏଭଳି କିଛି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି ଯାହାକି ଖୁବ୍ ନିନ୍ଦନୀୟ ଅଟେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *