ଯେପରିକି ଆପଣମାନେ ସମସ୍ତେ ଫେସବୁକ ନିଜର ଦୈନନ୍ଦିନ ଜୀବନରେ ବ୍ୟବହାର ନିଶ୍ଚୟ କରୁଥିବେ ଯାହା ଏବେ ଦୁନିଆର ସବୁଠୁ ବଡ଼ ସୋସିଆଲ ମିଡିଆ ପ୍ଲ୍ଯାଟଫର୍ମ ଅଟେ | ତେବେ ଏହି ଫେସ୍ବୁକ୍ ଏବେ ସ୍ମାର୍ଟ ଓ୍ଵାଚ୍ ତିଆରି କରିବାକୁ ଯାଉଛି। ଯେଉଁଥିରେ ଫିଟ୍ନେସ୍ ଟ୍ରାକର ସମେତ ମେସେଜ୍ ପଠାଇବା ଫିଚର ମଧ୍ୟ ରହିବ।
ତେବେ ମିଳିଥିବା ସୂଚନା ମୁତାବକ, ଏହି ସ୍ମାର୍ଟଓ୍ଵାଚ୍ର ବିକ୍ରି ପ୍ରାୟତଃ ଆସନ୍ତା ବର୍ଷଠାରୁ ଆରମ୍ଭ ହୋଇଯିବ । ବହୁତ ରିପୋର୍ଟରେ ଏହା କୁହାଯାଉଛି ଯେ , ଫେସ୍ବୁକ୍ର ସ୍ମାର୍ଟଓ୍ଵାଚ୍ର ଟକ୍କର ଆପଲ ଓ ହୁଓ୍ଵାଇ ଭଳି କମ୍ପାନୀର ସ୍ମାର୍ଟଓ୍ଵାଚ୍ ସହ ହୋଇପାରେ। ରିପୋର୍ଟ ଅନ୍ଯୁଯାୟୀ , ଫେସ୍ବୁକ୍ର ଓ୍ଵାଚ୍ରେ ସେଲ୍ୟୁଲାର କନେକ୍ସନ୍ ରଖାଯିବ ଯାହା ମାଧ୍ୟମରେ ୟୁଜର୍ସ ମାନେ ମେସେଜ୍ ପଠାଇପାରିବେ। ଫେସ୍ବୁକ୍ର ସ୍ମାର୍ଟଓ୍ଵାଚ୍ର ଡାଏଲ ସର୍କୁଲାର ହେବ।
ତେବେ ଏହା ଶୁଣାଯାଉଛି ଯେ ଏହି ସ୍ମାର୍ଟଓ୍ଵାଚ୍ ପାଇଁ ହାର୍ଡ ୱେୟାର କାର୍ଲିଫର୍ଣ୍ଣିଆର ଏକ କମ୍ପାନୀ Menlo Park ପ୍ରସ୍ତୁତ କରିବ। ଆହୁରିମଧ୍ୟ ଏହି କମ୍ପାନୀ ଟି ପୂର୍ବରୁ ଫେସ୍ବୁକ୍ ସହ ଭର୍ଚୁଆଲ ରିଆଲିଟି ହେଡସେଟ୍ ଓ ଭିଡିଓ ଚ୍ୟାଟିଂ ଡିଭାଇସ୍ ପୋର୍ଟାଲ ପାଇଁ କାମ କରିସାରିଛି। ତେବେ ଏବିଷୟରେ ଫେସ୍ବୁକ୍ ଅଧିକାରୀମାନଙ୍କ ଠାରୁ କୌଣସି ସୂଚନା ମିଳିନାହିଁ। ଅନୁମାନ କରାଯାଉଛି ଯେ , ଆପଲ ଓ୍ଵାଚ୍ ହେଉଛି ଦୁନିଆରେ ବହୁତ ଲୋକପ୍ରିୟ ସ୍ମାର୍ଟଓ୍ଵାଚ୍ ଅଟେ। ଏହାକୁ ବ୍ୟବହାର କରୁଥିବା ୟୁଜର୍ସ ମାନଙ୍କ ସଂଖ୍ୟା ପ୍ରାୟ ୧୦୦ ମିଲିୟନ୍ ଅର୍ଥାତ୍ ୧୦ କୋଟିରୁ ଊର୍ଦ୍ଧ୍ୱ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ