Breaking News

ମାଙ୍କଡ ମାନଙ୍କୁ ଖାଇବା ପାଇଁ ଦେଲେ ଏଣିକି ମିଳିବ ଏହି ବଡ ଦଣ୍ଡ, ଜାଣି ରଖନ୍ତୁ ନିଶ୍ଚୟ ଓ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ

ଆପଣ କେବେ ଢେଙ୍କାନାଳ କପିଳାସ ଯାଇଥିବେ କିମ୍ବା ଅନ୍ୟ କୌଣସି ଜାଗା ଯାଇଥିବେ ଆଉ ଗଲା ବେଳେ ଦେଖି ଥିବେ । ରାସ୍ତାରେ ଗଲାବେଳେ ଆପଣ ଅନେକ ମାଙ୍କଡ ଦେଖିଥିବେ । ଆଉ ସେହି ମାଙ୍କଡ ମାନଙ୍କୁ କେହି କେହି ଖାଇବା ପାଇଁ ଦେଇ ଦିଅନ୍ତି । ରାସ୍ତାରେ କଡରେ ଥିବା ମାଙ୍କଡ ମାନଙ୍କୁ ଖାଇବା ପାଇଁ ଦେଲେ ଏଣିକି ମିଳିବ ଦଣ୍ଡ । ଏହି ନିଷ୍ପତି ଢେଙ୍କାନାଳ ବନ ଭିଭାଗ ନେଇଛି । କଥା ଟି ଆପଣଙ୍କୁ ଟିକେ ଅଡୁଆ ଲାଗିପାରେ ! ମନରେ ପ୍ରଶ୍ନ ଆସୁଥିବ ମାଙ୍କଡକୁ ଖାଇବା ପାଇଁ ଦେଲେ କ୍ଷତି କଣ ? ତେବେ ଏହାର ମୁଖ୍ୟ କାରଣ ହେଲା ଖାଇବା ଲୋଭରେ ଜଙ୍ଗଳ ମଧ୍ୟରୁ ଶହ ଶହ ମାଙ୍କଡ ରାସ୍ତା କଡକୁ ପଳେଇ ଆସୁଛନ୍ତି ଏବଂ ଦୁର୍ଘଟଣା ରେ ପ୍ରାଣ ହରାଉଛନ୍ତି ।

ମାଙ୍କଡ ମାନେ ଜଙ୍ଗଳ ମଧ୍ୟରୁ ବାହାରି ଆସି ପର୍ଯ୍ୟଟଙ୍କ ଠାରୁ ଖାଇବା ପାଇଁ ଚାଲି ଆସୁଛନ୍ତି । ଯାହା ଦ୍ଵାରା ମାଙ୍କଡ ପରି ନିରୀହ ଜୀବ ଟିର ପ୍ରାଣ ସଡକ ଦୁର୍ଘଟଣା ରେ ଚାଲି ଯାଉଛି । ରାସ୍ତା କଡରେ ମାଙ୍କଡ ମାନଙ୍କୁ ଖାଇବା ମିଳି ଯାଉଥିବାରୁ କିଛି ମାଙ୍କଡ ରାସ୍ତା ଛାଡି ଜଙ୍ଗଳ ମଧ୍ୟକୁ ଯାଉ ନାହାନ୍ତି । ଏହାକୁ ଦର୍ଶାଇ କିଛି ସମାଜସେବୀ ଯୁବକ ପ୍ରଶାସନ ପାଖରେ ଆବେଦନ କରି ଥିଲେ । ଢେଙ୍କାନାଳ ର ଡ଼ିଏଫଓ ଙ୍କ କହିବା କଥା ହେଲା ଆମର ଏହି ସଚେତନ ମଣିଷ ମାନେ ଜାଣିବା ନିହାତି କଥା ମାଙ୍କଡ ମାନଙ୍କୁ ଦିଆ ଯାଉଥିବା ଏହି ବାହାର ଖାଦ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ କେତେ ହାନି କାରକ ଅଟେ ।

ଲକ ଡାଉନ ଖୋଲିବାରେ କପିଳାସକୁ ପର୍ଯ୍ୟଟକଙ୍କର ଭିଡ ବଢୁଛି ଓ ସେମାନେ ମାନଙ୍କଡ ମାନଙ୍କୁ ଖାଦ୍ୟ ଦେବା ଦ୍ଵାରା ରାସ୍ତା କଡରେ ମାଙ୍କଡ ମାନଙ୍କର ଗତି ବିଧି ବଢୁଛି ଯାହା ଦ୍ଵାରା ପ୍ରତି ସପ୍ତାହରେ ଗୋଟିଏ ମାଙ୍କଡ ମୃତ୍ୟୁ ବରଣ ହେଉଛି । ମାଙ୍କଡ ମାନେ ଖାଦ୍ୟ ଲୋଭରେ ଗାଡି ଆଗକୁ ଚାଲି ଆସୁଛନ୍ତି ଯାହା ଦ୍ଵାରା ସ୍ପିଡରେ ଆସୁଥିବା ଗାଡି ମାଙ୍କଡ ମାନେ ଦୁର୍ଘଟଣାର ଶୀକାର ହେଉଛନ୍ତି । ସେଥିପାଇଁ ମାଙ୍କଡ ମାନଙ୍କୁ ଖାଦ୍ୟ ଦେବା ପାଇଁ ବାରଣ କରା ଯାଇଛି । ଏହା ସହିତ ଆଉ ଏକ ମୁଖ୍ୟ କାରଣ ହେଲା ବିଭିନ୍ନ ପ୍ରକାର ବାହାର ଖାଦ୍ୟ ଯେପରି କୁର୍କୁରୀ, ଚିପ୍ସ ଇତ୍ୟାଦି ଜଙ୍ଗଳୀ ଜୀବଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ଅଟେ ।

ତେଣୁ ଢେଙ୍କାନଳ ଡ଼ିଏଫଓ ସୂଚନା ଦେଇଛନ୍ତି ଢେଙ୍କାନାଳ ରାସ୍ତାରେ ମାଙ୍କଡ ମାନଙ୍କୁ ଖାଦ୍ୟ ଦେବା ପାଇଁ ବାରଣ କରାଯିବ ଏବଂ ଆଗକୁ ଫାଇନ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି । ବାସ୍ତବରେ ମାଙ୍କଡ ମାନେ 70% ପ୍ରତିଶତ ପତ୍ର ଖାଆନ୍ତି ଏବଂ ଆଉ 30 ପ୍ରତିଶତ ସେମାନେ ଫଳ ମୂଳ ଖାଆନ୍ତି ଯଥା ହରିଡା ବାହାଡା । ତେଣୁ ଖାଇବା ଦେଇଏ ପ୍ରଥମେ ଫାଇନ ପକାଯିବା ଯଦି ଏହା ଦ୍ଵାରା ସେମାନେ ନଶୁଣନ୍ତି ତେବେ ଜଙ୍ଗଳୀ ଜୀବ ଜନ୍ତୁ ସୁରକ୍ଷା ଆଇନ ଆଧାରରେ କେସ କରାଯିବ । ଆମେ ମାନେ ଖୁସି ହୋଇ ସେମାନଙ୍କୁ ଖାଇବା ଦେଉଛେ ହେଲେ ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ଅଟେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *