କଥାରେ ଅଛି, ମଣିଷ ପାଖରେ ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ ବ୍ୟକ୍ତି କେବେ ବି ଖୁସି ଓ ଆନନ୍ଦ କିଣିପାରିବ ନାହିଁ। ତେବେ ଏହାର ଏକ ଶକ୍ତ ଉଦାହରଣ ଦେଖାଦେଇଛି ଗୁଜୁରାଟ ର ରାଜକୋଟ ଅଞ୍ଚଳରେ। ଏହି ମହିଳା ଜଣକ ଏଠାରେ ଥିବା ଏକ ଏନ୍ଜିଓ ସଂସ୍ଥାର ରୁମ୍ରେ ବିଗତ 20 ବର୍ଷ ହେଲା ବନ୍ଦ ଥିଲେ |
ଉକ୍ତ ମହିଳାଙ୍କ ର ନାମ ହେଉଛି କାଞ୍ଚନବେନ୍ ପିପଲିଆ।
ବିଗତ ୨୦ ବର୍ଷ ଧରି ଏକ ରୁମ୍ରେ ବନ୍ଦ ଥିବାରୁ କାଞ୍ଚନଙ୍କର ଚୁଟି ବଢ଼ି ପ୍ରାୟ ୮ ଫୁଟ୍ ଲମ୍ବା ହୋଇସାରିଥିଲା। ନଗ୍ନଅବସ୍ଥାରେ ରୁମ୍ରେ ବନ୍ଦ ଥିବା କାଞ୍ଚନଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ। ଅର୍ଥାତ୍, ତାଙ୍କୁ ଯେତେବେଳେ ୪୫ ବର୍ଷ ହୋଇଥିଲା ସେତେବେଳ ଠାରୁ ସେ ଏଠାରେ ବନ୍ଦୀ ଅଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କାଞ୍ଚନଙ୍କ ପାଖରୁ ୬୦ ତୋଳା ସୁନା ମଧ୍ୟ ମିଳିଛି।
ଶୁଣାଯାଉଛି ଯେ, କାଞ୍ଚନ ଏକ ଧନୀ ପରିବାର ର ଥିଲେ ଏବଂ ସେ ବିବାହ କରି ନଥିଲେ। ସେ ତାଙ୍କ ପରିବାର ସହ ଏହି ତିନି ମହଲା କୋଠାରେ ରହୁଥିଲେ। କୁହାଯାଉଛି ଯେ , କେବଳ ପଡୋଶୀ ଙ୍କ ସହ ଝଗଡା ହେବା ପରଠାରୁ ସେ ତାଙ୍କୁ ଏକ ରୁମ ରେ ବନ୍ଦ କରିଦେଇଥିଲେ | ସେହିଦିନ ଠାରୁ କେହିବି ତାଙ୍କ ରୁମ କୁ ଯାଆନ୍ତି ନାହିଁ |
କିଛି ବର୍ଷ ପରେ ପରିବାର ଲୋକେ ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇଗଲେ। ଏହି ସମୟରେ କେବଳ ଜଣେ ପଡ଼ୋଶୀ ଆଣି ତାଙ୍କ ରୁମ୍ ବାହାରେ ଖାଇବା ରଖି ଦେଇ ଯାଉଥିଲେ। ସେ ୨୦ ବର୍ଷ ଧରି ଏଭଳି ବଞ୍ଚିଛନ୍ତି। ଶୀତ ଦିନରେ ବି ତାଙ୍କ ପାଖରେ ପିନ୍ଧିବା ପାଇଁ କୌଣସି ଶୀତବସ୍ତ୍ର ନ ଥିଲା। ଉକ୍ତ ସ୍ୱେଚ୍ଛାସେବୀ ସଂଗଠନ କାଞ୍ଚନଙ୍କ ପରିବାର ସହ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ତାଙ୍କୁ ଚିହ୍ନିବାକୁ ମନା କରିଦେଲେ। ଫଳରେ ତାଙ୍କୁ ଏବେ ସୁରତର ମାନବ ମନ୍ଦିର ଆଶ୍ରମକୁ ପଠାଇ ଦିଆଯାଇଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ