Breaking News

ମାଓବାଦୀ ଙ୍କୁ କୋରୋନା ଡର ! ସରକାର ଙ୍କ ନିଷ୍ପତି : ଆତ୍ମ ସମର୍ପଣ କଲେ ଟୀକା ମିଳିବ

ଦେଶରେ ବଢୁଥିବା କରୋନା ର କାୟା ଦେଶବାସୀ ଙ୍କ ନିଦ ହଜେଇଲୋଲାନି।ଏହି ଅଦୃଶ୍ୟ ଭୂତାଣୁ ଅତି କ୍ଷୀପ୍ର ଗତିରେ ଗୋଟେ ରାଜ୍ୟରୁ ଗୋଟେ ରାଜ୍ୟକୁ ମାଡିଚାଲିଛି।ଆମ ରାଜ୍ୟ ରେ ମଧ୍ୟ ଏହି ସଂକ୍ରମଣ ପ୍ରଭାବ ଯଥେଷ୍ଟ ରହିଛି। କରୋନା ଚେନ୍ କୁ ଭାଙ୍ଗିବା ପାଇଁ ସରକାର ଲକ୍ ଡାଉନ୍ ଓ ରାତ୍ରି କାଳୀନ କର୍ଫ୍ୟୁ ଭଳି ନିଷ୍ପତି ନେଇଛନ୍ତି।ତେବେ ଏହାରି ଭିତରେ ଅନ୍ୟ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡ଼ା ଜିଲ୍ଲା ରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ମାଓବାଦୀ କରୋନା ସଂକ୍ରମିତ ହୋଇଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରୁ ୨୫ ଲକ୍ଷ ଟଙ୍କା ପୁରସ୍କାର ରଖା ଯାଇଥିବା ମାଓନେତ୍ରୀ ତଥା ସେଣ୍ଟ୍ରାଲ ଜର୍ଣାଲ କମିଟି ସଦସ୍ୟ ସୁଜାତା ବି କରୋନାରେ ଆକ୍ରାନ୍ତ ହୋଇଛି । ଏନେଇ ଦାନ୍ତେୱାଡ଼ା ଏସପି ଅଭିଷେଖ ପଲଭ ସୂଚନା ଦେଇଛନ୍ତି ।
ମାଓବାଦୀଙ୍କ ଯୋଗୁଁ ଗାଁ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି । କରୋନା ସହ ମାଓବାଦୀ ଫୁ଼ଡ୍ ପଏଜନିଂର ଶିକାର ହୋଇଥିବା ସୂଚନା ଦେଇଛନ୍ତ ଏସପି । ମାଓବାଦୀ ମାନେ ନିଜର ଜୀବନ ରକ୍ଷା ସହ ଗ୍ରାମବାସୀଙ୍କୁ ବିପଦ ମୁହଁରୁ ରକ୍ଷା କରିବା ଲାଗି ଆତ୍ମସମର୍ପଣ କରିବାକୁ ଏସପି ଆହ୍ୱାନ ଦେଇଛନ୍ତି ।ସେମାନେ ଆତ୍ମ ସମର୍ପଣ କଲେ ସରକାରୀ ନିୟମ ଅନୁଯାୟୀ ମାଓବାଦୀମାନଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦାନ୍ତେୱାଡ଼ା ଏସପି ।

ଅ- ସ୍ତ୍ର ତ୍ୟାଗ କରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ଏହା ତାଙ୍କ ପାଇଁ ଏକ ସୁଯୋଗ ବୋଲି କହିଛନ୍ତି ଏସପି। ତେବେ ମାଓବାଦୀ ମାନେ ଆନ୍ଧ୍ର ଷ୍ଟ୍ରେନ୍ ରେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଜଙ୍ଗଲ ଭିତରେ ରହି ସେମାନେ ଚିକିତ୍ସିତ ହେଉଥିବା ପୋଲିସ୍ ମାନଙ୍କୁ ଖବର ମିଳୁଛି।ଏହା ଜାଣିବା ପରେ ମାଓବାଦୀ ଚଳପ୍ରଚଳ କରୁଥିବା ଅଞ୍ଚଳର ବାସିନ୍ଦା ଙ୍କୁ ଚିନ୍ତା ଘାରିଛି।ଏଭଳି ପରିସ୍ଥିିତିରେ ସ୍ଥାନୀୟ ଲୋକ ଙ୍କୁ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି।

ସୂଚନା ଥାଉକି, ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ । ପ୍ରାୟତଃ ଅଧିକାଂଶ ସମୟରେ ଓଡ଼ିଶା – ଛତିଶଗଡ଼ ସୀମା ଜଙ୍ଗଲରେ ଲୁଚି ରହୁଥିବା ଏହି ମାଓବାଦୀ ମାନେ ଲୋକଙ୍କ ଆଢୁଆଳରେ ରହି ଜଙ୍ଗଲ ମଧ୍ୟରେ ହିଁ ଚିକିତ୍ସିତ ହେଉଥିବା କିଛି ସ୍ଥାନୀୟ ଲୋକଙ୍କ ଦ୍ୱାରା ସୂଚନା ମିଳିଛି।ତେବେ ଯଦି ଏମାନେ ଏବେ ସମୟ ଥାଉ ଆତ୍ମସମର୍ପଣ ନ କରନ୍ତି ତେବେ ସ୍ଥିତି ଆଗକୁ ଅଧିକ ବିଗିଡିବାର ସମ୍ଭାବନା ରହିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *