Breaking News

ଠକେଇ ମାମଲାରେ ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌।

ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କର ଅଣନାତୁଣୀଙ୍କୁ ଠକେଇ ଓ ଜାଲିଆତି ମାମଲାରେ ସୋମବାର ଦିନ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ୭ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍ ର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା ହେବ। ୫୬ ବର୍ଷୀୟା ଆଶିଷ ଲତା ରାମଗୋବିନ୍ ବ୍ୟବସାୟୀ ଏସ.ଆର ମହାରାଜଙ୍କୁ ଠକିଥିବା ଅଭିଯୋଗ ହୋଇଛି । କୁହାଯାଉଛି କି ଏସଆର ମହାରାଜଙ୍କୁ ଭାରତରୁ କିଛି ସାମଗ୍ରୀ ଆମଦାନୀ ଓ ସୀମା ଶ୍ଳୁକ ଛାଡ କରିବା ନେଇ ତାଙ୍କ ଠାରୁ ୬୦ ଲକ୍ଷ ରେଣ୍ଡ ଆଣିଥିଲେ ଓ କଥା ଦେଇଥିଲେ କି ଏହାଦ୍ୱାରା ହେବାକୁ ଥିବା ଲାଭରୁ କିଛି ଅଂଶ ସେ ମହାରାଜଙ୍କୁ ଦେବେ ।

ତେବେ ସୂଚନା ଥାଉ କି, ଆଶିଷ ଲତା ରାମଗୋବିନ୍ ଜଣାଶୁଣା ଆକ୍ଟିବିଷ୍ଟ ଏଲା ଗାନ୍ଧୀଙ୍କ ଓ ସ୍ୱର୍ଗତଃ ମେୱା ରାମଗୋବିନ୍ଦ ଝିଅ ଅଟନ୍ତି। ଯିଏ ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟକାଳ ସମୟରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ଫିନିକ୍ସ ସେଟେଲମେଣ୍ଟକୁ ପୁନର୍ଜୀବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୫ ମସିହାରେ ଏହି ମାମଲା ନେଇ ଲତା ରାମଗୋବେନଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା । ସେତେବେଳେ ରାଷ୍ଟ୍ରୀୟ ଅଭିଯାନ ପ୍ରାଧିକରଣ (ଏନପିଏ) ର ବ୍ରିଗେଡିୟର ଇଙ୍ଗବାନୀ ମୁଲୋଦଜୀ କହିଥିଲେ କି ରାମଗୋବେନ ନିବେଶକ ମାନଙ୍କୁ ବିଶ୍ୱାସ ଦେଇଥିଲେ କି ଭାରତରୁ ୩ ଟି କଣ୍ଟେନରରେ ଲିନେନ୍ ଆସୁଛି ।

କେବଳ ସେତିକି ନୁହେଁ ସେ ନିବେଶକ ମାନଙ୍କୁ ଜାଲ ଦସ୍ତାବିଜ ବି ପ୍ରଦାନ କରିଥିଲେ । ସେତେବେଳେ ଲତା ରାମଗୋବେନଙ୍କୁ କୋର୍ଟ ୫୦ ହଜାର ରେଣ୍ଡରେ ଜାମିନ୍ ପ୍ରଦାନ କରିଥିଲେ । ହେଲେ ସୋମବାର ଦିନ କୋର୍ଟରେ ଶୁଣାଣି ବେଳେ ଏନପିଏ ମୁଖପାତ୍ର ନତାଶା କର କୋର୍ଟକୁ ସୂଚନା ଦେଇଥିଲେ କି, ଲତା ରାମଗୋବେନ ୨୦୧୫ ମସିହା ଅଗଷ୍ଟ ମାସରେ ବ୍ୟବସାୟୀ ଏସଆର ମହାରାଜଙ୍କୁ ଭେଟିଥିଲେ ଓ କହିଥିଲେ ଆମଦାନୀ ମୂଲ୍ୟ ଓ କଷ୍ଟମ ଡ୍ୟୁଟି ଦେବା ପାଇଁ ସେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ବନ୍ଦରରେ ସାମଗ୍ରୀ ସଫା କରିବା ପାଇଁ ତାଙ୍କୁ ଟଙ୍କା ଦରକାର ।

ଏନେଇ ସମସ୍ତ ଦସ୍ତାବିଜ ଯାଂଚ ପରେ ମହାରାଜ ଲିଖିତ ଚୁକ୍ତିପତ୍ର ମାଧ୍ୟମରେ ଲତା ରାମଗୋବେନଙ୍କୁ ୬.୨ ନିୟୁତ ରାଣ୍ଡ ଋଣ ଦେଇଥିଲେ । ହେଲେ ଏହାର ଏକ ମାସ ପରେ ଲତା ରାମଗୋବିନ୍ ଏସଆର ମହାରାଜଙ୍କୁ ଏକ ଡକ୍ୟୁମେଣ୍ଟ୍ ପଠାଇଥିଲେ, ଯାହା ଦର୍ଶାଇଥିଲା ଯେ ସାମଗ୍ରୀ ବିତରଣ କରାଯାଇଛି ହେଲେ ଦେୟ ଦିଆଯାଇ ନାହିଁ । ଏହାପରେ ମହାରାଜ ଜାଣିବାକୁ ପାଇଥିଲେ କି ଲତା ରାମଗୋବେନ ତାଙ୍କ ସହିତ ଧୋ କ୍କା କରିଛନ୍ତି । ଏହା ଜାଣିବାପରେ ମହାରାଜ ଲତାଙ୍କ ନାମରେ ଅପରାଧିକ ମାମଲା ଦାଖଲ କରିଥିଲେ ।ଏହି ମାମଲାର ଶୁଣାଣି କରି ଡର୍ବାନ କୋର୍ଟ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *