ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା ଶାସ୍ତ୍ର ପୁରାଣ ଅନୁଯାୟୀ କିନ୍ନର ମାନଙ୍କର ସୃଷ୍ଟି କିପରି ହୋଇଥିଲା ଦର୍ଶକବନ୍ଧୁ ଆପଣମାନେ କିନ୍ନର ମାନଙ୍କ ବିଷୟରେ ତ ନିଶ୍ଚିତ ଭାବରେ ଶୁଣିଥିବେ ମଣିଷ ମାନଙ୍କ ପରି କିନ୍ନର ମଧ୍ୟ ଦୁଇ ପ୍ରକାରର ହୋଇଥାନ୍ତି ପ୍ରଥମ ଟି ହେଉଛି କିନ୍ନର ଯାହାକୁ କିନ ପୁରୁଷ କୁହାଯାଏ ଦ୍ୱତୀୟ ରେ ହେଉଛି କିନ୍ନରୀ ଯାହାକୁ କିନ ପୁଋଷି କୁହାଯାଏ ତେବେ ଏହି କିନ୍ନର ମାନଙ୍କର ସୃଷ୍ଟି କିପରି ହେଲା ଏବଂ କେଉଁ କାରଣ ପାଇଁ ହୋଇଥିଲା ଆସନ୍ତୁ ଜାଣିବା |
ବନ୍ଧୁଗଣ ବୋହୁ ପୁରାତନ କାଳ ରେ ପ୍ରଜାପତି କର୍ଦମଙ୍କର ଇଲ ନାମକ ପୁତ୍ର ଥିଲେ ସେ ଜଣେ ଧର୍ମାତ୍ମା ରାଜା ଥିଲେ ଗୋଟେ ଦିନ ରାଜା ତାଙ୍କ ସୈନିକ ମାନଙ୍କ ସହ ଜଙ୍ଘଲ କୁ ଶିକାର କରିବାକୁ ଯଇଥିଲେ କିଛି ପଶୁପକ୍ଷୀଙ୍କର ଶିକାର କଲାପରେ ମଧ୍ୟ ତାଙ୍କର ମନ ଭରିଲା ନାହିଁ ତେଣୁ ସେ ଶିକାର କରି କରି ଏକ ପର୍ବତ ପାଖରେ ପହଁଚିଗଲେ ଯେଉଁଠାରେ ଭଗବାନ ଶିବ ଏକ ନଦୀ ପାଖରେ ନିଜ ପତ୍ନୀ ପାର୍ବତୀଙ୍କ ସହିତ ବିଳାସ ବ୍ୟାସନ ରେ ବୁଡି ରହିଥିଲେ |
ସେତେବେଳେ ନିଜ ପତ୍ନୀ ପାର୍ବତୀ ଙ୍କୁ ପ୍ରସନ୍ନ କରିବାକୁ ଭଗବାନ ଶିବ ନିଜେ ନିଜକୁ ସ୍ତ୍ରୀ ରୂପ ଧାରଣ କରିଥିଲେ ଭଗବାନ ଶିବ ସ୍ତ୍ରୀ ରୂପ ଧାରଣ କରିବା ମାତ୍ରେ ହିଁ ସେହି ପର୍ବତ ର ଜଙ୍ଘଲ ମଧ୍ୟରେ ସବୁ ପୁଲିଙ୍ଗ ପଶୁପକ୍ଷୀ ଓ ବୃକ୍ଷ ସ୍ତ୍ରୀ ଲିଙ୍ଗ ପାଲଟିଗଲେ ସେଥିପାଇଁ ସେହି ବଣକୁ ଶିକାର କରିବାକୁ ଯାଇଥିବା ଇଲ ଏବଂ ତାଙ୍କର ସମସ୍ତ ସୈନିକ ସ୍ତ୍ରୀ ଵନିଯାଇଥିଲେ | ନିଜ ନିଜକୁ ସ୍ତ୍ରୀ ରୂପ ରେ ଦେଖି ରାଜା ଇଲ ଙ୍କର ମନ ଦୁଃଖ ହେଲା ଆଉ ଯେତେବେଳେ ତାଙ୍କୁ ଜଣାପଡିଲା |
ଏହି ସବୁ ଭଗବାନ ଶିବଙ୍କ ଇଛା ରୁ ହୋଇଛି ସେ ସେତେବେଳେ ଭୟବିତ ହୋଇଗଲେ ଏବଂ ଭଗବାନ ଶିବଙ୍କ ସରଣରେ ପହଁଚିଲେ ଭଗବାନ ଶିବ ତାଙ୍କୁ ଦେଖି କହିଲେ କି ପୁରୁଷତ୍ୱ ଛାଡି ଯେଉଁ ବର ଚାହିଁବ ତାହା ମାଗିପାରିବ ଏହି କଥା ଶୁଣି ରାଜା ଇଲ ତାଙ୍କୁ ଆଉ କିଛି ମାଗିଲେ ନାହିଁ ତା ପରେ ସେ ଦେବୀ ପାର୍ବତୀଙ୍କୁ ପ୍ରସନ୍ନ କରିବାକୁ ଲାଗିଲେ ଏହା ପରେ ଦେବୀ ପାର୍ବତୀ ରାଜା ଇଲ ଙ୍କ ଉପରେ ପ୍ରସନ୍ନ ହୋଇ କହିଲେ ଯେ |
ତୁମେ ପୁରୁଷତ୍ବ ପ୍ରାପ୍ତି ର ବର ଚାହୁଁଚ ତାହାର ଅଧାଭାଗ ର ଦାତା ହେଉଛନ୍ତି ମହାଦେବ ମୁ ତୁମକୁ କେବଳ ଅଧଦାତା ର ବର ଦେଇପାରିବି ମାନେ ତୁମେ ତୁମ ଜୀବନର ଅଧା ଜୀବନ ପୁରୁଷ ହୋଇ ରହିପାରିବ ଆଉ ଅଧା ଜୀବନ ସ୍ତ୍ରୀ ହୋଇ ରହି ପାରିବ ଏହା ପରେ ମା ପାର୍ବତୀ ରାଜା ଇଲ ଙ୍କୁ ଯେତେବେଳେ ଏ ବିଷୟରେ ପଚାରିଲେ ସେତେବେଳେ ରାଜା ଇଲ କହିଲେ କି ମୁ ଗୋଟେ ମାସ ସ୍ତ୍ରୀ ରୂପ ରେ ଆଉ ଗୋଟେ ମାସ ପୁରୁଷ ରୂପ ରେ ରହିବାକୁ ଚାହୁଁଚି |
ରାଜା ଇଲଙ୍କ ଏହି କଥା ଶୁଣି ଦେବୀ ପାର୍ବତୀ ତଥାସ୍ତୁ କହିବା ସହିତ ରାଜା ଇଲଙ୍କୁ ଏହା ବି କହିଲେ କି ଯେତେବେଳେ ତୁମେ ପୁରୁଷ ରୂପ ରେ ରହିବ ସେତେବେଳେ ତମର ସ୍ତ୍ରୀ ରୂପ କଥା କିଛି ମନେ ରହିବ ନାହିଁ ଏବଂ ଯେବେ ତୁମେ ସ୍ତ୍ରୀ ରୂପ ରେ ରହିବ ସେତେବେଳେ ତୁମକୁ ପୁରୁଷ ରୂପ କଥା କିଛି ମଧ୍ୟ ମନେ ରହିବ ନାହିଁ ଏପରି ଭାବରେ ରାଜା ଇଲ ସ୍ତ୍ରୀ ଇଲ୍ଲା ଏବଂ ଆଉ ଗୋଟେ ମାସ ରେ ପୁରୁଷ ଇଲ ନାମରେ ବରଦାନ ପାଇଯାଇଥିଲେ |
କିନ୍ତୁ ରାଜାଙ୍କ ସମସ୍ତ ସୈନିକ ସେହିଭଳି ସ୍ତ୍ରୀ ରୂପରେ ହିଁ ରହିଯାଇଥିଲେ ଦିନେ ସମସ୍ତ ସ୍ତ୍ରୀ ସୈନିକ ଇଲ୍ଲା ଙ୍କ ସହ ବିଚରଣ କରୁଥିବା ସମୟରେ ଚନ୍ଦ୍ରମାଙ୍କ ପୁତ୍ର ମହାତ୍ମା ବୁଦ୍ଧଙ୍କ ଆଶ୍ରମରେ ପହଁଚିଯାଇଥିଲେ ତେବେ ବୁଦ୍ଧ ସେହି ସ୍ତ୍ରୀ ରୁପି ସୈନିକଙ୍କୁ ଏହା କହିଲେ କି ତୁମେ ସବୁ କିନ ପୁଋଷି ଏହି ପର୍ବତ ରେ ନିଜର ନିଵାସ ସ୍ଥାନ ବନେଇ ଦିଅ ଆଗକୁ ଯାଇ ତୁମେ ସବୁ କିନ ପୁରୁଷ ପତି ଙ୍କୁ ପ୍ରାପ୍ତ କରିବ ବନ୍ଧୁଗଣ କିନ୍ନରଙ୍କ ଉତ୍ପତି ର ସମସ୍ତ ବିବରଣୀ ବାଲ୍ମୀକି ରାମାୟଣର ଉତ୍ତରା କାଣ୍ଡ ରେ ବହୁତ ସ୍ପଷ୍ଟଭାବରେ ଲେଖା ଯାଇଛି |