Breaking News

ମଦ ନିଶାରେ ଚୂର୍ ବର କନ୍ୟା ବଦଳରେ ଶାଶୁ ଗଳାରେ ପକେଇଲେ ବରଣମାଳା , ଦେଖନ୍ତୁ ଭିଡିଓ

ଅନେକ ସମୟରେ ଦେଶ ବିଦେଶରୁ ଏଭଳି ଅନେକ ନୂଆ ନୂଆ ଘଟଣା ମାନେ ସାମ୍ନାକୁ ଆସିଥାଏ ଯାହାକୁ ଦେଖି ଲୋକେ ହସି ହସି ବେଦମ୍ ହୋଇଯାଆନ୍ତି। ସେମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦୃଶ୍ୟଟି ହେଉଛି ଏକ ବିବାହ ବେଳର। ଯେଉଁଠି ବିବାହ ବେଦୀରେ ବର ମଦ ନିଶାରେ ଚୁର୍‌ ହୋଇ କନ୍ୟା ବଦଳରେ ନିଜ ଶାଶୁଙ୍କ ବେକରେ ଫୁଲମାଳ ପକାଇ ଦେଇଛନ୍ତି। ଏହି ଦୃଶ୍ୟ ଟି ଏବେ ସାମ୍ନାକୁ ଆସିବା ପରେ ଲୋକ ମାନଙ୍କ ମଧ୍ୟରେ ଏହା ହସର ଖୋରାକ ଯୋଗାଇଛି। ପୂର୍ବ ନିର୍ଦ୍ଧାରିତ ତାରିଖ ଦିନ ବିବାହ ଲାଗି ବରଯାତ୍ରୀ ଧରି ବରପକ୍ଷ କନ୍ୟା ଘରେ ପହଞ୍ଚିଥିଲେ। ବାଜା ବାଣ ରୋଷଣିରେ ଦୁଲୁକୁଥିଲା ସାହି।

ଆଗରେ ମୁଣ୍ଡରେ ପଗଡି ବାନ୍ଧି ଘୋଡା ଉପରେ ବସି ଆସିଥିଲା ବର । ପଛେପଛେ ଆସୁଥିଲେ ବରଯାତ୍ରୀ ଧରି ବନ୍ଧୁବାନ୍ଧବ, ପରିବାର ବର୍ଗ, ସାଙ୍ଗସାଥୀ ମାନେ । ବାଜାର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ। କନ୍ୟା ଘର ପାଖରେ ପହଞ୍ଚିବା ପରେ ଅତି ଧୁମ୍ ଧାମ ର ସହ କନିଆ ଘର ଲୋକ ବରଯାତ୍ରୀ ମାନଙ୍କୁ ଭିତରକୁ ପାଛୋଟି ନେଇଥିଲେ।ହେଲେ ବେଦୀ ଉପରେ ବର ପହଞ୍ଚିବା ପରେ ଯାହା ଘଟିଥିଲା ତାହା ଦେଖି ଉପସ୍ଥିତ ସମସ୍ତ ଲୋକ ତାଜୁକ ହୋଇଯାଇଥିଲେ। ବିବାହ ପାଇଁ ସମସ୍ତେ ବେଶ୍ ଖୁସି ଥିଲେ ହେଲେ ଏହି ଖୁସିରେ ଯେପରି କାହାର ନଜର ଲାଗିଯାଇଥିଲା। କାରଣ ବେଦୀ ପାଖରେ ପହଞ୍ଚିଲା ବେଳେ ବରର ହୋସ ନଥିଲା।


ବିବାହ କରିବାକୁ ଆସିଥିବା ଯୁବକଙ୍କୁ ଘାରିଥିଲା ନାଲି ପାଣି ନିଶା। ପରମ୍ପରା ମୁତାବକ ବେଦିରେ ପହଞ୍ଚିବା ପରେ ହୋଇଥାଏ ବରଣମାଳା ରିତିନୀତି। ବର କନ୍ୟ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇଥା’ନ୍ତି। ଏଠାରେ ବି ସେମିତି କିଛି ହେବାର ବନ୍ଦୋବସ୍ତ ହୋଇଥିଲା। ହାତରେ ବରଣମାଳା ଧରି ବରକୁ ଅପେକ୍ଷା କରିଥିଲେ କନିଆଁ। ହେଲେ ମଦ ନିଶାରେ ଟଳମଳ ବର କନିଆଁକୁ ଛାଡି ଶାଶୁଙ୍କ ବେକରେ ବରଣମଳା ପକାଇଦେଉଥିଲେ। ଠିକ୍ ଏତିକି ବେଳେ ଶାଶୁ ଜ୍ୱାଇଁର ହାତକୁ ଠେଲି ଦେଇଥିଲେ। ଏହାପରେ ବରଣମାଳା ଧରି କନିଆଁ ପାଖରେ ପହଞ୍ଚିଥିଲେ ବର।

 

କନିଆଁ ବେକରେ ମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଦ ନିଶା ମୁଣ୍ଡକୁ ଏତେ ଚଢ଼ିଥିଲା ଯେ, ବେଦି ଉପରେ ସମସ୍ତଙ୍କ ସାମ୍ନାରେ ତଳେ ଗଳି ପଡିଥିଲେ ବର। ବରର ଏଭଳି କାର୍ଯ୍ୟକୁ ଦେଖି ଘଟଣା ସ୍ଥଳରେ ଥିବା ସମସ୍ତ ଲୋକ ହସି ହସି ବେଦମ୍ ହେଇଥିଲେ। ଘଟଣା ସ୍ଥଳର ଥିବା କେହି ଜଣେ ଲୋକ ଏହି ପୂରା ଦୃଶ୍ୟକୁ ରେକର୍ଡ କରି ନିଜ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତି।ଯାହାକି ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।ତେବେ ଏହି ଘଟଣାଟି କେଉଁଠି ଘଟିଥିଲା ଏବଂ ବର ତଥା କନ୍ୟାଙ୍କ ତଥ୍ୟ ସମ୍ପର୍କରେ ଭିଡିଓରେ କୌଣସି ସୂଚନା ଦିଆଯାଇ ନାହିଁ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ସରକାର ଦେବେ ବେ-ରୋ-ଜ-ଗା-ର ଭ-ତ୍ତା, କେମିତି ପାଇବେ ଏହି ଭ-ତ୍ତା, କିଏ କିଏ ଓ କେଉଁ ମାନେ ପାଇବେ ଏହାର ଲାଭ

ଦର୍ଶକ ବନ୍ଧୁ ବର୍ତମାନ ସମୟ ର ବଡ ଖବର ଯେ ବହୁ ଶୀଘ୍ର ସରକାର ବେ-ରୋ-ଜ-ଗା-ରି-ୟା ଭ-ତ୍ତା ଦବା ପାଇଁ …

Leave a Reply

Your email address will not be published. Required fields are marked *