Breaking News

ଅମାନିଆ ଗାଡି ଚାଳକ ସାବଧାନ ! ବେପରୁଆ ଗାଡି ଚଲେଇଲେ ଘରେ ପହଞ୍ଚିବ ଚାଲାଣ

ଯେପରିକି ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତବର୍ଷ ଡିସେମ୍ବର ମାସ ଠାରୁ ଟ୍ରାଫିକ ନିୟମ କିଭଳି ବହୁତ କଡାକଡି ଭାବେ ଲାଗୁ ହୋଇସାରିଛି ତେବେ ବର୍ତ୍ତମାନ ଅମାନିଆ ଗାଡି ଚାଳକ ମାନଙ୍କ ପାଇଁ ଆସି ସାରିଛି ସତର୍କ ସୂଚନା । ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିଲେ ରେକର୍ଡ କରୁଛି ସିସିଟିଭି ।


ଯଦି ଆପଣମାନେ ଅମାନିଆ ହୋଇ ଗାଡି ଚଲାଇଲେ ତେବେ ଟ୍ରାଫିକ ପୁଲିସ ତରଫରୁ ସିଧା ଆପଣମାନଙ୍କ ଘରେ ପହଞ୍ଚିଯାଇପାରେ ଚାଲାଣ । ଏବେ ପ୍ରତିଦିନ ସିସିଟିଭି ଦେଖି ୩୫୦ଟି ଚାଲାଣ କଟାଯାଉଛି ।

ତେବେ ଆଗାମୀ ୨ରୁ ୩ ମାସ ମଧ୍ୟରେ ଏହାର ସଂଖ୍ୟା ଆହୁରି ବୃଦ୍ଧି ହେବାକୁ ଯାଉଛି । ଆହୁରିମଧ୍ୟ ଏବେ ଏକ ବର୍ଷ ମଧ୍ୟରେ କଟକ ଭୁବନେଶ୍ୱରରୁ ପାଖାପାଖି ୨୫ କୋଟି ଟଙ୍କା ଫାଇନ ଭାବେ ଆଦାୟ କରାସରିଛି ।


ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ , ଯଦି ଆପଣମାନେ ବେପରୁଆ ଭାବେ ଗାଡି ଚଳାଇବେ ଆପଣମାନଙ୍କ ଘରେ ଯାଇ ପହଞ୍ଚିବ ପୁଲିସ ଚାଲାଣ । ତେଣୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ କହିଛନ୍ତି ପୁଲିସ କମିସନର । ଯାହାଦ୍ୱାରା ଆପଣ ଏବଂ ଆମ ସମାଜ ସୁରକ୍ଷିତ ରହିବ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *