ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ହିନ୍ଦୁ ଧର୍ମ ହେଉଛି ଦୁନିଆର ସବୁଠୁ ବଡ଼ ଓ ଶ୍ରେଷ୍ଠ ଧର୍ମ।ଆଉ କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ।ତାଙ୍କୁ ନେଇ ସାରା ହିନ୍ଦୁ ଜାତି ଆଜି ଗର୍ବିତ।କେବଳ ହିନ୍ଦୁ ନୁହେଁ ବରଂ ସାରା ବିଶ୍ଵର ପ୍ରିୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ। ତାଙ୍କର ସଂସ୍କୃତି ଓ ପରମ୍ପରା ସବୁଠୁ ନିଆରା।ଯାହା ଦ୍ଵାରା ଏବେ ଲକ୍ଷ ଲକ୍ଷ ଲୋକ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହେଉଛନ୍ତି।ଅନେକ ବିଦେଶୀ ଲୋକ ହିନ୍ଦୁ ଜଗନ୍ନାଥ ସଂସ୍କୃତିକୁ ଆପଣେଇ ନେଉଛନ୍ତି।ତେବେ ଜଗନ୍ନାଥ ସଂସ୍କୃତିକୁ ଅଧିକରୁ ଅଧିକ ମାତ୍ରାରେ ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ଚାଲିଛି। ଆଉ ଏହି ଉଦ୍ୟମକୁ ଆରମ୍ଭ କରିଛନ୍ତି ଭାରତ ବାହାରେ ଥିବା ପ୍ରବାସୀ ଓଡ଼ିଆ ମାନେ ।
ତେବେ ଗତ କାଲି ଲଣ୍ଡନ ଠାରେ ଥିବା ଜଗନ୍ନାଥ ସୋସାଇଟି ନିଜର ପ୍ରଥମ ବାର୍ଷିକୀ ପାଳନ କରିଛି ।ଏହି ଦିବସରେ ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି । କରୋନା ମହାମାରୀ କାରଣରୁ ରାଜା ଦିବ୍ୟସିଂହ ଦେବଙ୍କ ସମେତ ଅନ୍ୟାନ୍ୟ ସୋସାଇଟିର କାର୍ଯ୍ୟକର୍ତ୍ତା ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଡି ହୋଇଥିଲେ ।ଏମାନଙ୍କ ବ୍ୟତୀତ ବିଶ୍ଵର ବିଭିନ୍ନ ଦେଶରେ ବସବାସ କରୁଥିବା ଓଡ଼ିଆ ସମାଜର କର୍ମକର୍ତ୍ତା ମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।
ବ୍ରହ୍ମଚାରିଣୀ ନନ୍ଦନା ଜୀଙ୍କ ଦ୍ବାରା ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ ଦ୍ଵାରା ଏହି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଏହି ସଭାରେ ଲଣ୍ଡନ ଶ୍ରୀ ଜଗନ୍ନାଥ ସୋସାଇଟିର ଚେୟାରମ୍ୟାନ୍ ସହଦେବ ସ୍ବାଇଁ, ଲୋକନାଥ ମିଶ୍ର, ପଦ୍ମ ଲୋଚନ ମହାନ୍ତି, ଶ୍ରୀ ଜଗନ୍ନାଥ ଚିନ୍ତନ ଏବଂ ଚେତନାର ବିଶ୍ବର ଉପାଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ପ୍ରମୁଖ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ ଓଲିଉଡ ତାରକା ସବ୍ୟସାଚି ମିଶ୍ର ଓ ଅର୍ଚ୍ଚିତା ସାହୁ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ। ପ୍ରଭୁଙ୍କ ସଂସ୍କୃତିକୁ କିଭଳି ବ୍ରିଟେନ ଓ ୟୁରୋପୀୟ ଦେଶରେ ପ୍ରଚାର କରିହେବ ସେନେଇ ବୈଠକରେ ଏ ବିଷୟରେ ଆଲୋଚନା କରାଯାଇଥିଲା।
ଏତଦବ୍ୟତୀତ ଲଣ୍ଡନରେ ବସବାସ କରୁଥିବା ସ୍ଥାନୀୟ ଜଗନ୍ନାଥ ସମାଜର ଲୋକ ଓ ପ୍ରବାସୀ ଓଡିଆ ମାନେ ଲଣ୍ଡନ ଠାରେ ପ୍ରଭୁ ଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ନେଇ ନିଷ୍ପତ୍ତି ହୋଇଛି।ତେବେ ପ୍ରଥମ ପର୍ଯ୍ୟାୟ ମନ୍ଦିରର କାର୍ଯ୍ଯ ପାଇଁ ପାଖାପାଖି ପାଞ୍ଚ ମିଲିୟନ ଡଲାର ଖର୍ଚ୍ଚ ହେବାନେଇ ଆକଳନ କରାଯାଇଛି। ଏହି ଜଗନ୍ନାଥ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୨୦୨୪ ମସିହା ସୁଦ୍ଧା ଶେଷ କରିବାକୁ ଏହି ବୈଠକରେ ସଂକଳ୍ପ ନିଆଯାଇଛି।ଏହା ଦ୍ଵାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ତ୍ଵରାନିତ ହୋଇପାରିବ ବୋଲି କୁହାଯାଇଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ