Breaking News

କୃଷି ଆନ୍ଦୋଳନକୁ ନେଇ ଦୁଃଖିତ ସୋନୁସୂଦ . . .

ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ୍ ଗତ ଶୁକ୍ରବାର ଦିନ ତିନୋଟି ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ଦୁର୍ଦ୍ଦଶା ଦେଖି ବହୁତ ଦୁଃଖ ପ୍ରକାଶ କରିଛନ୍ତି। କୃଷକଙ୍କ ସମସ୍ୟାର ସମାଧାନ ଅତି ଶୀଘ୍ର ହେବା ଦରକାର ବୋଲି ସେ ଆଶା ରଖିଛନ୍ତି। ଚାଷୀ ନିଜ ହକ ପାଇଁ ଆନ୍ଦୋଳନ କୁ ଆସିଛନ୍ତି। ନୂଆ କୃଷି ଆଇନ ଯୋଗୁଁ ସର୍ବନିମ୍ନ ସମର୍ଥନ ମୂଲ୍ୟ ପ୍ରଣାଳୀ ସମାପ୍ତ ହୋଇଯିବ ଏବଂ ବଡ ବଡ ବ୍ୟବସାୟୀଙ୍କ ନିୟନ୍ତ୍ରଣ ତାଙ୍କ ଉପରେ ରହିବ ବୋଲି କୃଷକଙ୍କ ମନରେ ଭୟ ରହିଛି।


କରୋନା ମହାମାରୀ ଓ ଲକଡାଉନର ଏହି ବିପଦ ସମୟରେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରି ପ୍ରଶଂସାର ପତ୍ର ହୋଇଛନ୍ତି ସୋନୁ ସୁଦ୍। କେବଳ ଦେଶରେ ନୁହେଁ ବରଂ ଦେଶରେ ମଧ୍ୟ ଲୋକଙ୍କ ମନ ଜିଣିଛନ୍ତି ଏହି ରିୟଲ ଲାଇଫ ହିରୋ। ରିଲରେ ଭିଲେନ ଚରିତ୍ରରେ ଅଭିନୟ କରୁଥିବା ସୋନୁ ସୁଦ କରୋନା ମହାମାରୀ ସମୟରେ ପ୍ରକୃତ ମାନବିକତାର ପରିଚୟ ଦେଇଛନ୍ତି। ଅସହାୟ ଓ ଅଭାବୀଙ୍କୁ ସେ ଲଗାତାର ସାହାଯ୍ୟ କରିଚାଲିଛନ୍ତି।

କୃଷକ ଆନ୍ଦୋଳନକୁ ନେଇ ସୋନୁ କହିଛନ୍ତି, କିଏ ଠିକ୍ କିଏ ଭୁଲ ତା ମଝିରେ ସେ ପଡ଼ିବାକୁ ଚାହୁଁ ନାହାନ୍ତି। ସେ କେବଳ କୃଷକଙ୍କ ସମସ୍ୟା ସମାଧାନ ଶୀଘ୍ର ହେଉ ବୋଲି ଚାହୁଁଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ଦୁଖଦ ଘଟଣା, ଶୀତରେ ଥଣ୍ଡା ପାଗରେ ଖୋଲା ଆକାଶ ତଳେ ହଜାର ହଜାର ଚାଷୀ ନିଜ ହକ ପାଇଁ ଲଢ଼ୁଛନ୍ତି। ସେମାନଙ୍କ ସମସ୍ୟା ସମାଧାନ ପାଇଁ ବାଟ ବାହାର କରାଯିବ ଉଚିତ। ସେ କହିଛନ୍ତି, ‘ମୁଁ ଜାଣିଛି ସବୁ ସମସ୍ୟାର ସମାଧାନ ଅଛି। ମୁଁ ପଞ୍ଜାବରେ ଜନ୍ମ ହୋଇଛି, ପଞ୍ଜାବରେ ବଢିଛି। ମୁଁ ଚାଷୀଙ୍କ ସହ ସମୟ ବିତାଇଛି। ମୁଁ ଭାବୁଛି ଆମେ ତାଙ୍କୁ ସମୟ ଦେବା ତାହେଲେ ପଞ୍ଜାବୀ ସମ୍ପ୍ରଦାୟକୁ ସ୍ନେହରେ ମନାଇ ହେବ।’


ସୋନୁ ସୁଦ ‘ୱି ଦ ୱିମେନ୍’ ନାମକ ଏକ ଅନଲାଇନ କାର୍ଯ୍ୟକ୍ରମ ସମୟରେ କୃଷି ଆନ୍ଦୋଳନ ସମ୍ପର୍କରେ ନିଜର ମତାମତ ଦେଇଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *