Breaking News

କରୋନା ଆକ୍ରାନ୍ତ ଦମ୍ପତି କରୁଣ କାହାଣୀ ମୃତ୍ୟୁ ପୂର୍ବରୁ କରିଗଲେ ଏମିତି କିଛି !

ଯେପରିକି ଆପଣମାନେ ଜାଣିଥିବେ ଯେ କରୋନା ରେ ବ୍ରିଟେନ ର ପରିସ୍ଥିତି ବହୁତ ଖରାପ ଥିଲା | ସେହିସମୟରେ ଦୁଃଖ ର ବିଷୟ ଏହିକିଯେ ବହୁତ ଲୋକ ସୁସ୍ଥ ହେବାପାଇଁ ଡାକ୍ତରଖାନା ଆସିଥିଲେ ହେଲେ ଆଉ ନିଜ ଘରକୁ ଫେରିନଥିଲେ ସେମାନେ ସବୁଦିନ ପାଇଁ ଏହି ହସ୍ପିଟାଲ ରେ ଆଖିବୁଜି ଦେଇଥିଲେ | ଏପରି ସମୟରେ ବ୍ରିଟେନରୁ ଜଣେ ବୃଦ୍ଧ ଦମ୍ପତିଙ୍କ ଶେଷ ମୁହୁର୍ତ୍ତର ଏକ ହୃଦୟ ବିଦାରକ ଫଟୋ ସାମ୍ନାକୁ ଆସିଛି।


ଏହି ଫୋଟୋ ଟିରେ ଦେଖିବାକୁ ମିଳିଛି ଯେ କରୋନା ରେ ଆକ୍ରାନ୍ତ ହୋଇଥିବା ୯୧ ବର୍ଷୀୟ ଦମ୍ପତି ମୃତ୍ୟୁ ର ଶେଷ ମୁହୂର୍ତ କୁ କିଭଳି ସ୍ମରଣୀୟ କରିଥିଲେ |
ସେମାନଙ୍କ ର ନାମ ଥିଲା ମାର୍ଗେଟ ଏବଂ ଡେରେକ ଫର୍ଥ | ଏହି ଦମ୍ପତ୍ତି ୯୧ ବର୍ଷ ବୟସରେ କୋଭିଡ -୧୯ରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। କିନ୍ତୁ ସବୁଠାରୁ ଆନନ୍ଦକର କଥା ଏହିକିଜେ ସେମାନେ ମୃତ୍ୟୁର ଶେଷ ସମୟରେ ମଧ୍ୟ ନିଜ ନିଜ ସହ ଅନ୍ତରଙ୍ଗ ମୁହୂର୍ତ ବିତାଇଥିଲେ । ଏବଂ ଡାକ୍ତରଖାନା ରେ ମଧ୍ୟ ସେମାନଙ୍କର ଶଯ୍ୟା ମଧ୍ୟ ପାଖାପାଖି ରଖାଯାଇଥିଲା । ଏହି ବୃଦ୍ଧ ଦମ୍ପତି ଦୁହେଁ ପରସ୍ପରର ହାତ ଧରାଧରି ହୋଇ ଏକ ଫଟୋ ଉଠାଇଥିଲେ। ଏହା ଦୁହିଁଙ୍କ ଜୀବନର ଶେଷ ଫଟୋ ରହିଥିଲା।


ପ୍ରଥମେ ମାର୍ଗେଟ କରୋନାରେ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ତାଙ୍କୁ ମଞ୍ଚେଷ୍ଟର ସ୍ଥିତ ୱାଇଥନସା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ତାଙ୍କ ଅବସ୍ଥା ଦେଖି ଟ୍ରେଫେର୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାର ପରବର୍ତ୍ତୀ ସମୟରେ ସ୍ୱାମୀ ଡେରେକ କରୋନା ସଂକ୍ରମିତ ହୋଇଥିଲେ ଏବଂ ତାଙ୍କୁ ୱାଇଥନସାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ ଉଭୟଙ୍କ ବହୁତ ବୟସ ଯୋଗୁଁ ସେମାନଙ୍କୁ କରୋନା ସଂକ୍ରମଣରୁ ଦୁହିଁଙ୍କୁ ବଞ୍ଚାଇବା ସମ୍ଭାବନା କମ ରହିଛି। ସେଥିପାଇଁ ଡାକ୍ତରମାନେ ଡେରେକଙ୍କୁ ବି ଟ୍ରାଫର୍ଡ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। କାରଣ ସେ ଶେଷ ମୁହୂର୍ତ୍ତ ନିଜ ପତ୍ନୀଙ୍କ ସହ ବିତାଇ ପାରିବେ।


ତେବେ ଟ୍ରାଫୋର୍ଡ ହସ୍ପିଟାଲରେ ଡେରେକଙ୍କୁ ତାଙ୍କ ପତ୍ନୀ ମାର୍ଗେଟଙ୍କ ପାଖରେ ଏକ ଶଯ୍ୟା ଦିଆଯାଇଥିଲା। ଏବଂ ଏହାମଧ୍ୟ ମାର୍ଗେଟଙ୍କ ଉପରେ ଏକ ଭଲ ପ୍ରଭାବ ପକାଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଥିଲା । କିନ୍ତୁ ଦୁଃଖର ବିଷୟ ଏହିକି ଯେ ଜାନୁଆରି ୩୧ ତାରିଖରେ ଡେରେକ ମୃତ୍ୟୁବରଣ କରିଥିଲେ। ଏହା ପରେ ମାର୍ଗେଟଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ବିଗିଡ଼ିଯାଇଥିଲା। ସ୍ବାମୀ ମୃତ୍ୟୁର ତିନି ଦିନ ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ତେବେ ଏହି ଦମ୍ପତ୍ତିଙ୍କର ୫ ସନ୍ତାନ ଏବଂ ୧୧ ନାତି ଅଛନ୍ତି । ଆହୁରିମଧ୍ୟ ସେମାନଙ୍କର ୪ଟି ନାତି ନାତୁଣୀ ମଧ୍ୟ ଅଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *