Breaking News

କୋଣାର୍କ ସୂର୍ଯ୍ୟମନ୍ଦିରର ଚୁମ୍ବକର ରହସ୍ୟ, ଯାହା ଆପଣ ଜାଣିଲାପରେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ଦର୍ଶକବନ୍ଧୁ ସୂର୍ଯ୍ୟଦେବ ଜଣେ ଏମିତି ଦେବତା ଯାହାଙ୍କର ପ୍ରତି ଦିନର ଆଗମନକୁ ଗୋଟିଏ ଦେବତାଙ୍କ ସାକ୍ଷାତ ଦର୍ଶନ ମାନାଯାଏ। ପୃଥିବୀରେ ନୂତନ ଉର୍ଯାର ସଂଚାର ମାନାଯାଏ, ନୂଆ ସକାଳର ଆରମ୍ଭ ହୋଇଥାଏ। ସେହି ସୂର୍ଯ୍ୟଦେବତରେ ଆସ୍ଥା ରଖୁଥିବା ଜଣେ ରାଜା ଓଡ଼ିଶାରେ ଏମିତି ଏକ ଭବ୍ୟ ସୂର୍ଯ୍ୟମନ୍ଦିର ନିର୍ମାଣ କରିଦେଇଥିଲେ ଯାହା ବିଲକୁଲ୍ ସୂର୍ଯ୍ୟଦେବଙ୍କ କାଳ୍ପନିକ ରଥ ଆକାର ପରିକା। ଯେଉଁ ରଥକୁ ସୂର୍ଯ୍ୟଦେବଙ୍କ ସାତଟି ରଙ୍ଗ ପରି ସାତଟି ଘୋଡ଼ା ଟାଣିଥାନ୍ତି। ଯେଉଁଠାରେ ସମୟ ଚକ୍ରାର ୨୪ ଘଣ୍ଟା ପରି ୨୪ ଟି ଚକ ଲଗାଯାଇଛି। ଯେଉଁ ଚକ ସୂର୍ଯ୍ୟ କିରଣ ସାହାଯ୍ୟରେ ଘଣ୍ଟାକଣ୍ଟାର ସମୟ ଦର୍ଶାଇଥାଏ। ଯେଉଁଠାରେ ଦିନେ ୫୨ ଟନ ଭାରି ଚୁମ୍ବକୀୟ ପଥର ସାହାଯ୍ୟରେ ସୂର୍ଯ୍ୟଦେବଙ୍କ ଭବ୍ୟ ମୂର୍ତ୍ତି ଶୁନ୍ୟରେ ଭାସ୍ୟମାନ ହୋଇପାରିଥିଲା।

ସେହି ଭବ୍ୟ ମନ୍ଦିରକୁ କେମିତି ନିର୍ମାଣ କରାଯାଇଥିଲା, କାହିଁକି ସେଠାରେ ଆଜି ପର୍ଯ୍ୟନ୍ତ ପୂଜା ହେଉ ନାହିଁ ଏବଂ କିଏ ସେହି ୫୨ ଟନ ଭାରି ଚୁମ୍ବକୀୟ ପଥରକୁ ସେଠାରୁ କାଢି ନେଇଗଲେ। ଆଜି ଆସନ୍ତୁ ଜାଣିବା କୋଣାର୍କ ମନ୍ଦିରର କିଛି ରହସ୍ୟମୟ କଥା ବିଷୟରେ। ଏହି ମନ୍ଦିରଟି ଗଢି ଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ। ସେହି ଯୁଗରେ ଏହା ଏକ ପତାସହି ବନ୍ଦର ଥିଲା ଏହାର ନାମ କଣଗର। କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳା ଶୈଳିରେ ତୋଳାଯାଇଥିଲା। ଗର୍ଭଗୃହ ଯୁକ୍ତ ମୁକ୍ତ ମନ୍ଦିରଟି ପ୍ରାୟ ୨୨୯ ଫୁଟ ଉଚ୍ଚ ଏବଂ ମୁଖଶାଳ ୧୨୮ ଫୁଟ ଉଚ୍ଚ ଏବଂ ପୁରା ପରିସର ୮୫୭ ଫୁଟ ଲମ୍ବା ଓ ୫୪୦ ଫୁଟ ଚଉଡ଼ା। ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି ୩୦ ମିଟର ଉଚ୍ଚ।

ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକଙ୍କ କହିବା ଅନୁସାରେ କୋଣାର୍କ ମନ୍ଦିରରେ ଲାଗିଥିବା ପ୍ରତି ଦୁଇଟି ପଥର ମଧ୍ୟରେ ଗୋଟିଏ ଲେଖାଏଁ ଲୁହାର ପ୍ଲେଟ ଲଗା ଯାଇଥିଲା ଯାହା ଆଜି ବି ଦେଖିବାକୁ ମିଳେ। ଦେଉଳକୁ ଲୁହାର ବିମ୍ ଦେଇ ମଜବୁତ୍ କରାଯାଇଥିଲା। ଦଧିନଉତି ମନ୍ଦିର ଚୁଡ଼ାରେ ୫୨ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା। ସେହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ୍ ହୋଇ ଛିଡା ହୋଇ ପାରିଥିଲା। ସୂର୍ଯ୍ୟଦେବଙ୍କ ଭବ୍ୟ ପ୍ରତିମା ଯାହା ଅଷ୍ଟଧାତୁରେ ନିର୍ମିତ ହୋଇଥିଲା ତାହା କୌଣସି ସିଂହାସନରେ ବସିନଥିଲା ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୁନ୍ୟରେ ଭାସ୍ୟମାନ କରୁଥିଲା। ଏହି ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରାଯାଇଥିଲା ଯେପରି ସୂର୍ଯ୍ୟଦେବଙ୍କ ପ୍ରଥମ କିରଣ ନାଟ ମନ୍ଦିର ଦେଇ ଗର୍ଭଗୃହସ୍ତ ମୁକ୍ଷ ପ୍ରତିମାଙ୍କ ନାଭିରେ ସଂଯୁକ୍ତ ଗୋଟିଏ ହିରାରେ ପ୍ରତିଫଳିତ ହେଉଥିଲା। ଏହା ସକାଳୁ ସକାଳୁ ଅଳ୍ପ କିଛି ମିନିଟ୍ ପାଇଁ ଦେଖିବାକୁ ମିଳୁଥିଲା।

କିଛି ଇତିହାସକାରଙ୍କ ଅନୁସାରେ ବଙ୍ଗାଲ୍ ର ସୁଲତାନ ସୁଲେମନ୍ ଖାନ୍ କରାନି ଅଢେଇସ ବର୍ଷ ପରେ ମାନେ ୧୫୦୮ ରେ ଓଡିଶା ଉପରେ ଆକ୍ରମଣ କରିଥିଲେ ଏବଂ ସେ ଓଡ଼ିଶାର ଅନେକ ମନ୍ଦିର ସହିତ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ମଧ୍ୟ କ୍ଷତି ପହଞ୍ଚାଇ ଥିଲେ। ସୁଲତାନ ସୁଲେମନ୍ ଖାନ୍ କରାନି ଯିଏ କି କଳା ପାହାଡ ନାମରେ କୁକ୍ଷାତ ଥିଲେ। ସେ ଏକମାତ୍ର ଏମିତି ଆକ୍ରମଣକାରୀ ଥିଲେ ଯିଏକି କୋଣାର୍କ ମନ୍ଦିରରେ ଲାଗିଥିବା ସେହି ୫୨ ମେଟ୍ରିକ୍ ଟନ୍ ଚିମ୍ବକିୟ ପଥରକୁ ଏକା ଭାଙ୍ଗିଥିଲେ। ସେହି ୫୨ ମେଟ୍ରିକ୍ ଟନ୍ ଚୁମ୍ବକୀୟ ପଥର ଖଣ୍ଡିତ କାରଣରୁ ମୁଖ୍ୟ ମନ୍ଦିରର କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଲା କାରଣ ସେହି ଚୁମ୍ବକୀୟ ପଥର ଏକ କେନ୍ଦ୍ରଶିଳାର କାର୍ଯ୍ୟ ବହନ କରୁଥିଲା ଯେଉଁଥି ପାଇଁ ମୁଖ୍ୟ ମନ୍ଦିରର ପଥରଗୁଡ଼ିକ ସନ୍ତୁଳନରେ ଥିଲା। କିଛି ବର୍ଷ ପରେ ସେହି ଭଙ୍ଗା ଚୁମ୍ବକକୁ ପୁଣିଥରେ ମନ୍ଦିର ଚୂଳିରେ ଖଞ୍ଜା ଯାଇଥିଲା କିନ୍ତୁ ସେହି ଚୁମ୍ବକୀୟ ପଥର ଅଧା ଭାଙ୍ଗିଯାଇଥିବା ହେତୁ କୋଣାର୍କ ସମୁଦ୍ର ଦେଇ ଯାଉଥିବା ଜାହାଜ ରହସ୍ୟମୟ ଭାବରେ ବୁଡ଼ିବାକୁ ଲାଗିଲା।

କହାଯାଏ କି ପୂର୍ତ୍ତଗାଲିର ବେପାରୀ ଜାହାଜ ସେହି ମନ୍ଦିର ପାଖ ଦେଇ ଯାଉଥିବା ସମୟରେ ସେହି ଚୁମ୍ବକୀୟ ଜାହାଜର ପ୍ରଭାବରୁ ସେହି ଜାହାଜର ଦିଶାସୂଚକ ଯନ୍ତ୍ର ଠିକ୍ ରେ କାମ କରୁନଥିଲା ଏବଂ ଜାହାଜ ଭୁଲ୍ ଦିଗକୁ ଚାଲିଯାଉଥିଲା। ଯେଉଁଥି ପାଇଁ ପୂର୍ତ୍ତଗାଲିର ବେପାରୀ ମାନେ ଏହି ମନ୍ଦିରକୁ ବ୍ଲାକ ପୋଗଡା ବୋଲି କୋହୁଥିଲେ କାରଣ ଏହି ମନ୍ଦିରକୁ ଦୂରରୁ ଦେଖିଲେ କୋଣାର୍କ ମନ୍ଦିର କଳା ଦିଶିଥାଏ। ଯେତେବେଳେ ପୂର୍ତ୍ତଗାଲିମାନେ ସେହି ଚୁମ୍ବକ ବିଷୟରେ ଜାଣିପାରିଲେ ସେତେବେଳେ ସେମାନେ ସେହି ଚୁମ୍ବକକୁ ସେଠାରୁ କାଢ଼ିନେଲି। ସେହି ଚୁମ୍ବକୀୟ ପଥରକୁ ସେଠାରୁ ପୁଣିଥରେ କଢ଼ିବାପରେ ମୁଖ୍ୟ ମନ୍ଦିର ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା ଏବଂ ସେହି ଚୁମ୍ବକୀୟ ପଥରକୁ ପୂର୍ତ୍ତଗାଲିର ବେପାରୀମାନେ ନିଜ ସହ ନେଇଯାଇଥିଲେ।

ଓଡ଼ିଶାର ଇତିହାସ ଅନୁସାରେ କଳିଙ୍ଗ ତଥା ଆଜିର ଓଡ଼ିଶା ମୁସଲିମ ଶାସନର ଅଧୀନ ହୋଇଯାଇଥିଲା। ଯେଉଁଥି ପାଇଁ ପୁରୀର ପଣ୍ଡିତମାନେ ସୂର୍ଯ୍ୟଦେବଙ୍କ ଭବ୍ୟ ପ୍ରତିମାକୁ ସୁରକ୍ଷିତ ରଖିବା ପାଇଁ ପୁରୀକୁ ନେଇଯାଇଥିଲେ। ଏବଂ ସେହି ମନ୍ଦିରକୁ ଲୁଟେରାମାନଙ୍କ ଠାରୁ ସୁରକ୍ଷିତ ରଖିବା ପାଇଁ ବାଲିରେ ପୋତି ଦିଆଗଲା। କିନ୍ତୁ ଯେଉଁ ମନ୍ଦିରକୁ ଭାଙ୍ଗିବାର ଇତିହାସ ପୂର୍ତ୍ତଗାଲିଙ୍କ ସହ ଜଡ଼ିତ ଥିଲା ସେହି ମନ୍ଦିରକୁ ପୁଣିଥରେ ଜୀବିତ କରିବାର ଇତିହାସ ଇଂରେଜମାନଙ୍କ ସହିତ ଯୋଡ଼ିଲା। ୧୯୦୦ ମସିହାରେ ଲର୍ଡ କର୍ଜନ ଓଡ଼ିଶାକୁ ବ୍ୟାପାର କରିବା ଲୋଭରେ ଆସିଥିଲେ। ଏବଂ କେଜାଣି କେମିତି ସେ ତିନି ଶହ ବର୍ଷଧରି ବାଲିରେ ପୋତା ହୋଇଥିବା କୋଣାର୍କ ମନ୍ଦିରକୁ ମଧ୍ୟ ଖୋଜି ବାହାର କରିଲେ।

ବ୍ରିଟିସ ଅର୍କୋଲୋଜିଷ୍ଟ ମାନେ ସେହି ମନ୍ଦିରକୁ ବାହାର କରିଲେ ତାକୁ ମରାମତି କରାଗଲା ଏବଂ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କି ବାଲିରେ ପୋତି ହୋଇଥିବା ମନ୍ଦିରର ଉଚ୍ଚତା ୨୨୯ ଫୁଟ। ଇଂରେଜମାନେ ସେହି ମନ୍ଦିରକୁ ବାହାର କଣ କରିଲେ ଶହ ଶହ ବର୍ଷର ଇତିହାସ ମଧ୍ୟ ଜୀବିତ ହେବାକୁ ଲାଗିଲା। ସେହି ଇତିହାସ ଯେଉଁଥିରେ ଭଗଵାନ ସୂର୍ଯ୍ୟଦେବଙ୍କ ଗର୍ଭଗୃହ ଦିଶୁଥାଏ। ସେହି ଇତିହାସ ଯାହାକୁ ଦେଖିକି ଲାଗେ ପଥରମାନଙ୍କ ଭାଷା ମଣିଷମାନଙ୍କ ଭାଷାଠାରୁ ଆଗକୁ ବଢ଼ି ଯାଇଛି। ଆଜି ପର୍ଯ୍ୟନ୍ତ କେହିବି ଏହା ଜାଣିପାରି ନାହାଁନ୍ତି କି ପଥରର ପାଞ୍ଚଟି ଲେୟରରେ ତିଆରି ହୋଇଥିବା ଏହି ମନ୍ଦିରରେ ଯୁଡ କାହିଁକି ଦିଶି ନଥାଏ। ଏହି ମନ୍ଦିରଟି ତିଆରି ହେବା ଇତିହାସରେ ଏକ ବଡ଼ ଘଟଣା ଥିଲା ଆଉ ଏହି ମନ୍ଦିରଟି ନିର୍ମାଣରୁ ନେଇ ଆଜି ପର୍ଯ୍ୟନ୍ତ ଏମିତି ଏମିତି ଘଟଣାଗୁଡ଼ିକୁ ଦେଖି ଆସିଛି ଯାହା ଇତିହାସର ପୃଷ୍ଠାକୁ ବଦଳେଇ ପାରିଛି। ପୁରୀରେ ଲାଗିଥିବା ଅରୁଣ ସ୍ତମ୍ଭ ପ୍ରଥମେ କୋଣାର୍କ ମନ୍ଦିରରେ ଥିଲା। ଯାହାକୁ ସେଠାରୁ ନେଇ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସ୍ଥାପିତ କରାଯାଇଛି।

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.