Breaking News

କୋଟା ପଲିସିକୁ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି , ଏଣିକି ଯୋଗ୍ୟତା କୁ ଅଣଦେଖା କରିପାରିବେନି !!

ଶୁକ୍ରବାର ଜାତିଗତ ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି କୋଟା ପଲିସିର ଅର୍ଥ ଏହା ନୁହେଁ ଯେ ଯୋଗ୍ୟତାକୁ ଅଣଦେଖା କରିବା।


ବିଚାରପତି ଉଦୟ ଲଳିତଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ସଂରକ୍ଷଣର ଫାଇଦାକୁ ନେଇ ଦାଖଲ ଆବେଦନ ଉପରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି।
ନିଜର ନିଷ୍ପତ୍ତିରେ ଅଦାଲତ କହିଛନ୍ତି ଯେ, ପଦ ଭରିବା ସମୟରେ ଆବେଦକଙ୍କ ଜାତି ପରିବର୍ତ୍ତେ ତାର ଯୋଗ୍ୟତା ଉପରେ ଧ୍ୟାନ ଦେବା ଦରକାର। ମେଧାବୀ ଆଶାୟୀଙ୍କୁ ସାହାଯ୍ୟ କରିବା ଉଚିତ୍।

କୌଣସି ବି ପ୍ରତିଯୋଗିତାରେ ଆବେଦକଙ୍କ ଚୟନ ସଂପୂର୍ଣ୍ଣ ଭାବେ ଯୋଗ୍ୟତା ଉପରେ ରହିବା ଉଚିତ୍।
ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ରହି ଆସିଛି। ସଂରକ୍ଷଣକୁ ସାଧାରଣ ଶ୍ରେଣୀର ଯୋଗ୍ୟ ଆଶାୟୀ ପାଇଁ ସୁଯୋଗକୁ ସମାପ୍ତ କରିବାର ନିୟମ ହିସାବରେ ଦେଖିବା ଉଚିତ୍ ନୁହେଁ। ଏହି କଥା ସୁପ୍ରିମକୋର୍ଟର ଆଉ ଏକ ପୀଠର ବିଚାରପତି ଏସ ରବୀନ୍ଦ୍ର ଭଟ୍ଟ ନିଜର ଟିପ୍ପଣୀରେ କହିଥିଲେ।


ସେ ଲେଖିଛନ୍ତି ଏମିତି କଲେ ଫଳାଫଳ ସର୍ବଦା ଜାତିଗତ ଉପରେ ଆସି ଅଟକିବ। ଏଥିସହ ପ୍ରତ୍ୟେକ ସାମାଜିକ ଶ୍ରେଣୀ ସଂରକ୍ଷଣ ପରିଧିରେ ରହିଯିବେ ଏବଂ ଯୋଗ୍ୟତାକୁ ସର୍ବଦା ଅଣଦେଖା କରି ଚାଲିବେ। ସମସ୍ତଙ୍କ ପାଇଁ ଓପନ କାଟାଗୋରୀ ହେବା ଉଚିତ୍। କେବଳ ସେଥିରେ ଗୋଟିଏ ସର୍ତ୍ତ ରହିବ ଯେ ଆବେଦକଙ୍କୁ ନିଜର ଯୋଗ୍ୟତା ଦେଖାଇବାର ସୁଯୋଗ ଦିଆଯାଉ, ତାଙ୍କ ପାଖରେ ଯେ କୌଣସି ସଂରକ୍ଷଣର ଲାଭ ଥାଉନା କାହିଁକି।

ସୂଚନାଯୋଗ୍ୟ, ଅନେକ ହାଇକୋର୍ଟ ନିଜର ନିଷ୍ପତ୍ତିରେ ମାନିଛନ୍ତି ଯେ, ସଂରକ୍ଷଣ ବର୍ଗ ସମ୍ବନ୍ଧିତ କୌଣସି ଆବେଦକ ଯଦି ଯୋଗ୍ୟ ତେବେ ସେ ସାଧାରଣ ବର୍ଗରେ ମଧ୍ୟ ଆବେଦନ କରି ପାରିବେ। ସେ ଅନୁସୂଚିତ ବର୍ଗ, ଅନୁସୂଚିତ ଜନଜାତି କିମ୍ଵା ଅନ୍ୟ ପଛୁଆ ବର୍ଗର ହୋଇ ଥାଆନ୍ତୁ ନା କାହିଁକି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *