ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଆ ଯାତ୍ରା ଜଗତର ଖଳନାୟକ ଦୈତାରି ପଣ୍ଡାଙ୍କୁ ଜାଣିଥିବେ।ସେ ଦୀର୍ଘ 20 ବର୍ଷ ଧରି ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଲୋକମାନଙ୍କ ହୃଦୟ ଜିତି ପାରିଥିଲେ।ସେ କୋଣାର୍କ ଗଣନାଟ୍ୟ ରେ ଅଭିନୟ କରିଥିଲେ।ବର୍ତ୍ତମାନ ସମୟରେ ଯାତ୍ରା ଜଗତ କି ଅଲବିଦା କହିଛନ୍ତି ଦୈତାରି ପଣ୍ଡା।ତେବେ ଦୈତାରୀ ପଣ୍ଡା ଏବେ ଯାତ୍ରା ଦୁନିଆ ଛାଡି ଏବେ ମଞ୍ଚ ମଞ୍ଜରୀ ଅଖଡାଶାଳରେ ଯୋଗ ଦେଇଛନ୍ତି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଦୈତାରି ପଣ୍ଡାଙ୍କର ପତ୍ନୀ ତୃପ୍ତି ଓ ତାଙ୍କ ସାନ ଭାଇ ବାବୁଲି ପଣ୍ଡା ମଞ୍ଚ ମଞ୍ଜରୀ ରେ ଯୋଗ ଦେଇଛନ୍ତି।ତେବେ ଏମିତି ବହୁତ କଳାକାର ଆସି ମଞ୍ଚ ମଞ୍ଜରୀ ରେ ଯୋଗ ଦେଇଛନ୍ତି।ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସେହିପରି ଶିବାନୀ ଗଣନାଟ୍ୟର ଭେଟେରାନ ଷ୍ଟାର କାହ୍ନା ଓ ଟିକି ଶିବାନୀକୁ ଛାଡି ମଂଚମଂଜରୀରେ ପାଦ ଦେଇଛନ୍ତି ।
ଏହି ବ୍ୟୟ ବହୁଳର ଯାତ୍ରା ପାର୍ଟି ସମସ୍ତ ନାମୀ ଦାମୀ କଳାକାର ମାନଙ୍କୁ ନିଜ ଆଡକୁ ନେବା ପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛି।ଏହି ଯାତ୍ରା ପାର୍ଟି ରେ ଦୈତାରୀ ପଣ୍ଡାଙ୍କ ସହିତ କାହ୍ନା, ଟିକି, ବାବୁଲି , ତୃପ୍ତି, ସୁରଜ, ମିନୁ, ରାଧା, ଜୟନ୍ତି ଆଦି କଳାକାର ଅଭିନୟ ଜାରି ରଖିଛନ୍ତି ।।ଏହି ଯାତ୍ରା ପାର୍ଟି ର ପ୍ରଥମ ନାଟକ ‘ଜାଦୁଗର’ ର ସବୁ ରିଆଲ ସଲ ସାରିଯାଇଛି।ଏବଂ ଆହୁରି ଗୋଟିଏ ନାଟକ ଲାଂଜିଗଡର ଲାଲ ପାନ ବିବି”ର ପ୍ରସ୍ତୁତି ଚାଲିଛି ।
ତେବେ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି କାରଣ ଦୁଇଟି ବଡ ପାର୍ଟି ର ଖଳନାୟକ ଯଥା ସିବାନୀ ର କାହ୍ନ ଓ କୋଣାର୍କ ର ଦୈତାରି ଏବେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ସେହିପରି ନାୟିକା ଟିକି, ତୃପ୍ତି , ରାଧା ମଧ୍ୟ ମଂଚ ମଞ୍ଜରୀରେ । ନିର୍ଦେଶକମାନେ କାହାକୁ କେଉଁ ଚରିତ୍ର ଦେବେ , ତାହା ଦେଖିବାକୁ ଦର୍ଶକମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ