Breaking News

ଭବିଷ୍ୟବାଣୀ ହେବ କି ସତ ! ନିକ ଜୋନାସ – ପ୍ରିୟଙ୍କା ଚୋପ୍ରା ହେବ ଛାଡପତ୍ର , ସୋସିଆଲ ମିଡିଆରେ ଏମିତି କହିଲେ ….

ଅଭିନେତା କମଲ୍ ରଶିଦ୍ ଖାନ (କେଆରକେ) ସର୍ବଦା ସୋସିଆଲ ମିଡିଆରେ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଯେ କୌଣସି ବିଷୟ ଉପରେ ହେଉ ସେ ନିଜର ମନ୍ତବ୍ୟ ଦେବାକୁ ଭୁଲନ୍ତି ନାହିଁ।ଯାହା ଫଳରେ ସେ ୟୁଜର ମାନଙ୍କ ଟାର୍ଗେଟରେ ଆସିଥାନ୍ତି। କିଛି ଦିନ ତଳେ ସେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଓ ସିଙ୍ଗର ମିକା ସିଂହଙ୍କ ସମ୍ବନ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରରେ ରହିଥିଲେ। ଏବେ ପୁଣି ଥରେ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ଘେରରେ ଏହି ଅଭିନେତା।

ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଟ୍ୱୀଟ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ସ୍ବାମୀ ନିକ ନିକ ଜୋନାସଙ୍କ ବିବାହକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଏହି ଟ୍ୱୀଟ୍ ପଢିବା ପରେ ପ୍ରିୟଙ୍କା ଓ ନିକ୍ ଙ୍କର ଅଗଣିତ ପ୍ରଶଂସକ ମାନେ କ୍ରୋଧିତ ହୋଇଛନ୍ତି। କେଆରକେ କରିଥିବା ଟ୍ୱୀଟ୍ ରେ ଲେଖାଯାଇଛି, , ‘ ପୂର୍ବାନୁମାନ ୩ :- ନିକ ଜୋନାସ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କୁ ଛାଡପତ୍ର ଦେବେ।’ ତେବେ ଏଭଳି ଟ୍ୱୀଟ୍ ପରେ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ୍ସ ମାନେ କେଆରକେ ଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ୍ କରୁଛନ୍ତି।

କିଛି ଟୁଇଟର ବ୍ୟବହାରକାରୀ କେଆରକେ ଙ୍କୁ କହିଛନ୍ତି, ‘ତୁମର ବି ଝିଅ ଅଛି , ସବୁବେଳେ ଅନ୍ୟ ମାନଙ୍କର ଖରାପ୍ ଚିନ୍ତା କରନି ‘। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ମୁଁ ପୂର୍ବାନୁମାନ କରୁଛି , ଲୋକ ମାନଙ୍କ ଜୀବନକୁ ନେଇ ଏଭଳି ଅପ୍ରିୟ ପୂର୍ବାନୁମାନ କରୁଥିବାରୁ କେଆରକେ ଆଗାମୀ ବର୍ଷେ ଭିତରେ ଜନତା ମାନଙ୍କ ଠାରୁ ମାଡ଼ ଖାଇବେ ‘ । ଅନ୍ୟ କିଛି ୟୁଜର କେଆରକେଙ୍କ ଟୁଇଟର ଆକାଉଣ୍ଟ୍ କୁ ବ୍ୟାନ କରିଦେବା ଦରକାର ବୋଲି ମଧ୍ୟ କହୁଛନ୍ତି।
ତେବେ ଏହା ପ୍ରଥମ ଥର ନୁହେଁ କି ଯେଉଁଠି କେଆରକେ ଏଭଳି ଟ୍ୱୀଟ୍ କରି ବିବାଦ ଘେରକୁ ଆସିଛନ୍ତି।

ପୂର୍ବରୁ ମଧ୍ୟ ସେ ଏଭଳି ଅନେକ ବିବାଦୀୟ ଟ୍ୱୀଟ୍ କରି ଲୋକ ମାନଙ୍କ ଦ୍ଵାରା ଟ୍ରୋଲ ହୋଇଛନ୍ତି। ନିକଟରେ ସେ ଅମୀର ଖାନ ଓ କିରଣ ରାଓଙ୍କ ଛାଡପତ୍ର ବିଷୟରେ ନିଜର ପ୍ରତିକ୍ରିୟା ରଖିବାକୁ ଯାଇ ଟ୍ୱୀଟ୍ କରି ଲେଖିଥିଲେ, ‘ଅମୀର ଖାନ ଭାଇଜାନ ତୁମେ ମହାନ। ତୁମର ସଚ୍ଚୋଟତାକୁ ମୁଁ ସାଲ୍ୟୁଟ କରୁଛି । ଆଜି ଆପଣ ଏହି ଜିନିଷ ବିଷୟରେ ଖରାପ ଅନୁଭବ କରିପାରନ୍ତି କିନ୍ତୁ ଯଦି ଆପଣଙ୍କର ମନେ ଅଛି, ମୁଁ କିଛି ବର୍ଷ ପୂର୍ବେ କହିଥିଲି ଯେ ଆପଣ ଶୀଘ୍ର କିରଣ ରାଓଙ୍କୁ ଛାଡପତ୍ର ଦେବେ । ଆଜି ଏହା ସତ୍ୟ ହୋଇଛି । ଏହା କ’ଣ ଘଟୁଛି? ମୁଁ ଯାହା କହୁଛି ତାହା ସତ୍ୟ ହୋଇଯାଉଛି ।’

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

13 ବର୍ଷର ପୁଅ ସହ 33 ବର୍ଷର ଝିଅର ହେଲା ବାହାଘର, ହେଇଗଲା କାଣ୍ଡ, ତାପରେ ଯାହା ହେଲା ଆପଣ ଜାଣିଲେ କହିବେ ଠିକ ହେଇଚି ଏମାନଙ୍କୁ ଏଇଆ ଦରକାର…

ବନ୍ଧୁଗଣ ବାହାଘର ଏକ ସାମାଜିକ ପରମ୍ପରା ଅଟେ ଯାହା ଦୁଇ ଜଣଙ୍କୁ ଏକ ପବିତ୍ର ବନ୍ଧନ ରେ ବାନ୍ଧିଥାଏ ଆଜି …

Leave a Reply

Your email address will not be published.