ଆମ ସୌରଜଗତରେ ଥିବା ଆଠଟି ଗ୍ରହ ମଧ୍ୟରେ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠାରେ ଜୀବଜଗତର ସୃଷ୍ଟି ସମ୍ଭବ ହୋଇପାରିଛି। ଆସନ୍ତୁ ଜାଣିବା ସେହି ପୃଥିବୀ ର ସୃଷ୍ଟି କିପରି ହୋଇଥିଲା ଏବଂ ତା ପଛରେ ଥିବା କିଛି ରୋଚକ ତଥ୍ୟ।ପୃଥିବୀ ସୃଷ୍ଟି ର କାହାଣି ଆଜିବି ରହସ୍ୟମୟ । ଏହା ର ସୃଷ୍ଟି ସମ୍ବନ୍ଧରେ ଭିନ୍ନ ଭିନ୍ନ ବିଦ୍ୱାନ ଏବଂ ବୈଜ୍ଞାନିକ ବିଭିନ୍ନ ମତ ଦେଇଛନ୍ତି। ଆମ ଦେଶର ପୁରାଣ ଗୁଡିକରେ ମଧ୍ୟ ଏହାର ସୃଷ୍ଟିକି ନେଇ ଅନେକ ତଥ୍ୟ ରହିଛି।
ପ୍ରକୃତରେ କହିବାକୁ ଗଲେ ପୃଥିବୀ ର ସୃଷ୍ଟି କି ନେଇ କିଛି ନର୍ଦ୍ଧିଷ୍ଟ ତଥ୍ୟ ନାହିଁ। ତଥାପି ଯେଉଁ ତଥ୍ୟଟି ବିଜ୍ଞାନିକ ମାନଙ୍କ ଦ୍ଵାରା ଆଦୃତ ହୋଇଛି ତାହାହେଲା ଆଜକୁ ପ୍ରାୟ 450 କୋଟି ବର୍ଷ ପୂର୍ବେ ଏକ ବଡ଼ ଧରଣର ଉଲ୍ଲକା ପିଣ୍ଡ ସୂର୍ଯ୍ୟ ସହ ଧକ୍କା ଲାଗିବା ଫଳରେ ସୂର୍ଯ୍ୟଙ୍କର ଖ -ଣ୍ଡ ବିଖ- ଣ୍ଡି- ତ ଅଂଶ ଏହାଠାରୁ ଅଲଗା ହୋଇ ତା ଚାରିପଟେ ଘୁରିବାକୁ ଲାଗିଲେ ଏବଂ ଏଗୁଡିକ ଥଣ୍ଡା ହେଲାପରେ ଗ୍ରହ ଉପଗ୍ରହ ର ରୂପନେଲେ। ସେହି କେତୋଟି ଗ୍ରହଙ୍କ ମଧ୍ୟରୁ ଆମ ପୃଥିବୀ ହେଉଛି ଗୋଟିଏ। ଅନ୍ୟ କେତେକ ବିଜ୍ଞାନିକ ଙ୍କ ମତରେ ମଧ୍ୟକର୍ଷଣ ଶକ୍ତି ଯୋଗୁଁ ବାୟୁ ଓ ଧୂଳିକଣା ଯାହାକି ବାଦଲ ରୂପରେଥିଲା ସେଗୁଡିକ ମହାକାଶରେ ଏକତ୍ରିତ ହୋଇ ଘୁରିବାକୁ ଲାଗିଲା।
ଏହାର ଗତି ବଢିବା ସହ ତାପମାତ୍ରା ବି ବଢିବାକୁ ଲାଗିଲା। ୟାର ତାପମାତ୍ରା ଏତେ ବଢ଼ିଗଲାଯେ ଏହା ଏକ ନକ୍ଷତ୍ର ର ରୂପନେଲା। ସେହି ନକ୍ଷତ୍ର ଟି ହେଲା ସୂର୍ଯ୍ୟ।ମହାକାଶରେ ଆଜି ସୂର୍ଯ୍ୟ ପରି ଅନେକ ନକ୍ଷତ୍ର ରହିଛି। ଏହି ସୂର୍ଯ୍ୟ ବାଦଲରେ ଥିବା ଶତକଡା 99.9ଭାଗ ଧୂଳି ଓ ବାୟୁ କୁ ନିଜ ମଧ୍ୟରେ ସାମିଲ କରିନେଲା।ଏବଂ ଅନ୍ୟ ଯେଉଁ ଧୂଳି ଓ ବାୟୁ ବଳକା ରହିଗଲେ ତାହା ସୂର୍ଯ୍ୟ ଚାରିପଟେ ଘୁରିବାକୁ ଲାଗିଲେ।
ସୂର୍ଯ୍ୟ ର ଗୁରୁତ୍ୱାକର୍ସଣ ଶକ୍ତି ଯୋଗୁଁ ସବୁବେଳେ ବିସ୍ପୋରଣ ଘଟିଲା ଏବଂ ଏସବୁ ବି- ସ୍ପୋ- ର- ଣ ରୁ ଅନେକ ଗ୍ରହ ଓ ଉପଗ୍ରହ ର ସୃଷ୍ଟି ହେଲା ।ସେମାନଙ୍କ ମଧ୍ୟରୁ ଆମ ପୃଥିବୀ ଅନ୍ୟତମ। ପୃଥିବୀ ମଧ୍ୟ ଆରମ୍ଭରୁ ଅତ୍ୟନ୍ତ ଉତ୍ତପ୍ତ ଥିଲା।କିନ୍ତୁ କୋଟି କୋଟି ବର୍ଷ ପରେ ଏହା ଶୀତଳ ହୋଇ ପୃଥିବୀର ଉପର ସ୍ତର ଚଟାଣ ର ରୂପ ନେଲା।କିନ୍ତୁ ପୃଥିବୀର କେନ୍ଦ୍ର ଏବେ ମଧ୍ୟ ଅତ୍ୟନ୍ତ ଗରମ ହୋଇ ରହିଛି।ଯାହା ଲାଭା ମାଧ୍ୟମରେ ତରଳ ଉତ୍ତପ୍ତ ଅବସ୍ଥାରେ ବାହାରକୁ ବାହାରିଥାଏ।ତେବେ ବହୁ ବର୍ଷ ପୂର୍ବରୁ ପୃଥିବୀ ଉପରେ କ୍ଷୁଦ୍ର ଗ୍ରହ ଓ ଉଲ୍କା ର ଧକ୍କା ହେବା ଫଳରେ ପୃଥିବୀରେ ନଦୀ ଓ ସାଗର ସୃଷ୍ଟି ହୋଇପାରିଲା।ତେବେ ପୃଥିବୀର ଅଧିକାଂଶ ଭାଗ ଜଳମୟ ହୋଇ ରହିବା ହେତୁ ପୃଥିବୀରେ ଜନଜୀବନ ସୃଷ୍ଟି ହୋଇ ପାରିଥିଲା।ଏହା ପରେ ଧିରେ ଧିରେ ପୃଥିବୀ ପୃଷ୍ଠରେ ଅନେକ ଜୀବଜନ୍ତୁ ଓ ମାନବ ବିକଶିତ ହେଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ