Breaking News

ଖୋର୍ଦ୍ଧା ଢାବାରେ ଖାଉଥିବା ବେଳେ ଟ୍ରକ Driver ଦେଖିଲା ଏମିତି ଏକ ଘଟଣା, ଯାହା ଆପଣ ଏହାକୁ ଦେଖିଲା ପରେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବା….

ନମସ୍କାର ଦର୍ଶକବଂଧୁ ଆସନ୍ତୁ ଆଜି ଜାଣିବା ଏକ ସତ ଭୁତ କାହାଣୀ ବିଷୟରେ ଯାହାକୁ ଜାଣିଲା ପରେ ଆପଣଙ୍କର ଲୋମ ଟାଙ୍କୁରୀ ଉଠିବା | ତେବେ ଆସନ୍ତୁ ଜାଣିବା ସେହି କାହାଣୀ ବିଷୟରେ | ମୁଁ କିଛିଦିନ ପୂର୍ବରୁ ଜାଣିବାକୁ ପାଇଥିଲି ମୁଁ ଯେତେବେଳେ ଭଞ୍ଜନଗର ମୋର ଏକ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲି | ସେଠାରେ ଜଣେ ଲୋକଙ୍କ ସହ ଭେଟ ହୋଇଥିଲା ସେ କହିଥିଲେ ତାଙ୍କ ସହ ଘଟିଥିବା ଏହି କାହାଣୀ ବିଷୟରେ | ବହୁତ ବର୍ଷ ପୂର୍ବେ ତାଙ୍କ ସହିତ ଏକ ଭୌତିକ ଘଟଣା ଘଟିଛି |

ଘଟଣାଟି ହେଉଛି 1993 ମସିହାର ମୁ ଜଣେ ଟ୍ରକ ଡ୍ରାଇଭର ଥିଲି | ଜଣେ ପଂଜାବୀ ମାଲିକଙ୍କ ପାଖରେ ମୁ ପାଖାପାଖି ବାରବର୍ଷ ହେବ ଟ୍ରକ ଚଳାଇ ଆସୁଥିଲି | ମୁ ସେଠାରେ ଥିବା ଡ୍ରାଇଭରମାନଙ୍କ ଭିତରେ ସବୁଠୁ ଏକ୍ସପେରିଏନ୍ସ ଡ୍ରାଇଭର ଥିଲି କାରଣ ମୋ ପାଖରେ ଟ୍ରକ ଚଳାଇବାର ଅଭିଜ୍ଞତା ବେଶୀ ଥିଲା | ସେ ପଂଜାବୀ ଟ୍ରକ ମାଲିକର ମୁଁ ବହୁତ କ୍ଲୋଜ ଥିଲି କାରଣ ସେ ବିଜିନେସ ଆରମ୍ଭରୁ ହିଁ ମୁ ସେ ମାଲିକ ପାଖରେ କାମ କରି ଆସୁଥିଲି | ଆମେ ପାଖାପାଖି ଦଶ ବାର ଜଣ ଡ୍ରାଇଭର ତା ଅଣ୍ଡରରେ କାମ କରୁଥିଲୁ | ଆମର ରହିବ ଖାଇବା ର କିଛି ଠିକ ଠିକଣା ନଥିଲା | ଗାଡି ମାଲ ଯେଉଁଟି ଅଣଲାଡ଼ ହୁଏ ସେଠି ଆମେ ରାତିରେ ରହୁ |

ପୁଣି ସକାଳୁ ନୂଆ ଜାଗାକୁ ଜିନିଷ ନେଇ ବାହାରି ପଡୁ | ପୁରା ମାସ ଏମିତି ଏପଟ ସେପଟ ହୋଇ ଦିନ ପାଳୟେ | ଗୋଟେ ଦିନ ୟେ ଡିସେମ୍ବର ଜାନୁଆରୀ ମାସ ହେବ | ଆମେ ତିନୋଟି ଟ୍ରକ ରେ କୋଇଲା ଲୋଡ କରି ଜବଲପୁର ରୁ ବାହାରୁଥିଲୁ ଆମକୁ ସକାଳ ହେବ ପୂର୍ବରୁ ରାୟପୁର ରେ ପହଂଚିବାର ଥିଲା | ଆମେ ତିନୋଟି ଟ୍ରକ ଆଗ ପଛ ହୋଇ ଯାଉଥିଲୁ ମୁ ସବା ପଛରେ ଥିଲି | ସେଦିନ ମୋ ସହ କେହିବି ହେଲପର ନଥିଲେ | ରାସ୍ତା ବହୁତ ଲମ୍ବା ଥିଲା ପାଖାପାଖି ତିନି ଶହ କିଲୋମିଟର ଥିଲା | ସେଥିପାଇଁ ବାକି ଦିଇଟା ଟ୍ରକ ସ୍ପୀଡ଼ ରେ ଆଗକୁ ବଢିଗଲେ | ସେଦିନ ବହୁତ ସୀତ ସାଙ୍ଗକୁ କୁହୁଡି ଥିଲା | ତେଣୁ ମୁ ସ୍ପୀଡ଼ ଲିମିଟ କ୍ରସ କରିନଥିଲି |

ରାତି ପାଖାପଖି ବାର ତା ଟା ହୋଇସାରିଥିଲା, ମୋତେ ପ୍ରବଳ ଭୋକ ଲାଗିଲା ସେଥିପାଇଁ ମୁ ଗାଡି ଏକ ରାସ୍ତା କଡରେ ଢ଼ାବା ରେ ରଖି ରାତ୍ରି ଭୋଜନ କରିଥିଲି | ଖାଇସାରି ପନ୍ଦର ମିନିଟ ପରେ ମୁ ସେଠୁ ବାହାରିଗଲି | ମୋତେ ଆଉ ବହୁତ ବାଟ ଯିବାର ଥିଲା | ତେଣୁ ଏମିତି ଧୀରେ ଧୀରେ ଗଲେ ସକାଳ ସୁଦ୍ଧା ପହଂଚିବା ଅସମ୍ଭବ ଥିଲା | ତେଣୁ ମୁ ଟ୍ରକ ର ସ୍ପୀଡ଼ କୁ ଧୀରେ ଧୀରେ ବଢାଇବା ଆରମ୍ଭ କଲି | ରାତିର ପ୍ରବଳ କୁହୁଡି ଯୋଗୁ ସେଦିନ ପଚାଶ ମିଟର ଆଗକୁ ଦେଖିବା ବହୁତ କଷ୍ଟ ଥିଲା | ଗାଡି ହେଡ ଲାଇଟ ଅନ କରି ମୁ ଅନୁମାନ କରି ଆଗକୁ ବଢୁଥିଲି | ଅଧା ରାତିରେ ଟ୍ରାଫିକ ନଥିବା ଯୋଗୁ ମୋ ଗାଡି ପୁରା ଫୁଲ ସ୍ପେଇଡ ରେ ଥିଲା |

ହଠାତ ଗାଡି ଆଗରେ କୌଣସି ଜିନିଷ ପିଟି ହେଇଯାଇଥିଲା | ପ୍ରଥମେ ମୁ କିଛି ଜାଣିପାରିନଥିଲି ତାପରେ ସଂଗେସଂଗେ ବ୍ରେକ ମାରିଥିଲି | ତଳକୁ ଓଲେହି ମୁ ଯାହା ଦେଖିଥିଲି ମୋ ଦେହ ଥରି ଉଠିଥିଲା | କିଛି ଦୂରରେ ପଡି ରହିଥିଲେ ଗୋଟେ ବାପା ଆଉ ତା ଛୁଆ | ସାଇକେଲ ରେ ବୋଧହୁଏ କୁଆଡେ ଯାଉଥିଲେ | କୁହୁଡି ଯୋଗୁ ମୋତେ କିଛି ଦେଖା ଯାଇନଥିଲା | ଏବଂ ମୁ ସେମାନଙ୍କ ଉପରେ ଗାଡି ଚଢାଇ ଦେଇଥିଲି | ଦୀର୍ଘ ବାର ବର୍ଷ କ୍ୟାରିଅର ଭିତରେ ମୁ କେବେବି ଆକ୍ସିଡେଣ୍ଟ କରିନଥିଲି | ମୁଁ ସେଦିନ ବହୁତ ଡରିଯାଇଥିଲି | କାରଣ ମୋତେ ଡର ଥିଲା କି ଯଦି ଲୋକମାନେ ମୋତେ ଧରିନେବେ ତାହେଲେ ମୋତେ ଜେଲ ହୋଇଯିବ |

ମୁଁ ସେମାନଙ୍କୁ ସାହାର୍ଯ୍ୟ କରିବା ପରିବର୍ତେ ମୁ ସେଠାରୁ ଟ୍ରକ ଧରି ପଳାଇ ଯାଇଥିଲୀ | ପରଦିନ ଖବର କାଗଜର ପ୍ରଥମ ପୃଷ୍ଠା ମୋତେ ଭଲ ଭାବେ ମନେ ଅଛି | ଅଜଣା ଟ୍ରକ ଧକା ରେ ବାପା ପୁଅ ଙ୍କର ମୃ-ତୁ | ଏହି ପରି କିଛି ହେଡ ଲଇଁ ଆସିଥିଲା | ମୁ ମାଳିକକୁ ସବୁ କଥା କହିଥିଲି ଏବଂ ସେ ମୋତେ କିଛି ଦିନ ପାଇଁ ଘରକୁ ଯାଇ ଲୁଚି ରହିବାକୁ କହିଥିଲା | ପୋଲିସ ମେଇଟି କେମିତି କରି ଜାଣି ସାରିଥିଲା କି ଏହି ଟ୍ରକ ଟି ଧକା କରିଛି | କିନ୍ତୁ ଆମ ଟ୍ରକ ମାଲିକ ସେ କେସ ଟିକୁ ଚାପି ଦେଇଥିଲା |

ଦୀର୍ଘ ଛଅ ମାସ ଘରେ ଲୁଚି ରହିବା ପରେ ମୁ ପୁଣି ମାଲିକ ପାଖକୁ କାମ କରିବା ପାଇଁ ଚାଲିଯାଇଥିଲି | କିନ୍ତୁ ସବୁ ବେଳେ ମୋ ମନରେ ଦୁଃଖ ରହିଯାଇଥିଲା କି ହୁଏତ ମୁ ସେ ଲୋକକୁ ବଞ୍ଚାଇପାରିଥାନ୍ତି | ଏମିତି କିଛି ଦିନ ବିତି ସାରିଲା ମୁ ଧୀରେ ଧୀରେ ସେ କଥାକୁ ଭୁଲି ଗଲି | ସେ ଘଟଣାକୁ ପାଖାପାଖି ତିନି ବର୍ଷ ବିତି ଯାଇଥିଲା | ଗୋଟେ ଦିନ ରାତିରେ କୋଇଲା ନେଇ ମୁ ଅନୁଗୁଳରୁ ବାହାରିଥିଲି | ମୋତେ ଅନୁଗୁଳ ରୁ ଖୋର୍ଦ୍ଧା ହେଇ ଗଂଜାମ ଯିବାର ଥିଲା | ସେଦିନ ମୋ ହେଲପର ତା ଗାଁ କୁ ଚାଲିଯାଇଥିଲା | ରାତି ପାଖାପାଖି ଦୁଇ ଟା ମୁ ସେତେବେଳ କ୍ଷୀରଦେ ହାଇ ୱେ ରେ ଗାଡି ନେଇ ଯାଉଥିଲି |

ଖୋର୍ଦ୍ଧା ରେ ଗୋଟେ ଢ଼ାବା ରେ ରହି ସେଠି ଖାଇଥିଲି | ତାପରେ ସେଠୁ ବଢିଗଲି | ସେତେବେଳେ ହୈହାଇ ୱେରେ ଗାଡି ନେଉଥିଲି ଗାଡି ସତୁରି ଅଶୀ ସ୍ପୀଡ଼ ରେ ଚାଲୁଥିଲା | ମୋତେ ନ ଆସିବା ପାଇଁ ମୁ ଏଫମ ରେଡ଼ିଓ ବାଯାଉ ଥିଲି | ମୋତେ ପଛରୁ କୌଣସି ଏକ ଗାଡିର ହର୍ନ ଶୁଭାଗଲା | ଲାଗୁଥିଲା ଯେମିତି ସେ ଗାଡି ଓଭର ଟେକ ଚାହୁଁଚି | ମୁ ଟ୍ରକ କୁ ଟିକେ ବାମକୁ ନେଇ ଆସିଥିଲି | କିନ୍ତୁ ତଥାବି ସେ ହର୍ନ ମାରି ଚାଲିଥିଲା | ଏମିତି ଦୁଇ ତିନି ମିନଟ ହର୍ନ ମାରିବା ପରେ ମୋତେ ଲାଗିଲା ସେ କିଛି ସାହାର୍ଯ୍ୟ ମୋ ଠୁ ଚାହୁଁଚି | ତେଣୁ ମୁ ଟ୍ରକ କୁ ସାଇଡ ରେ ଲଗାଇଦେଲି |

ଆଶ୍ଚର୍ଯ୍ୟର କଥା ଥିଲା କି ମୁ ଓଲାହିବା ମାତ୍ରେକେ ସେ ହର୍ନ ବନ୍ଦ ହୋଇଯାଇଥିଲା ଏବଂ ମୋତେ ପଛରୁ କୌଣସି ବି ଗାଡି ଦେଖିବାକୁ ମିଳିଲାନି | ମୋତେ କଥାଟି ବଡ ଆଶ୍ଚର୍ଯ୍ୟ ଲାଗୁଥିଲା | ସଂଗେ ସଂଗେ ସେଠୁ କୌଣସି ଗାଡି କେମିତି ସେଠାରୁ ଗାୟବ ହେଇଯିବ | ମୁଁ ବୁଝିପାରୁ ନଥିଲି | ମୁ ସେଠୁ ଗାଡି ନେଇ ବାହାରି ଗଲି | କିଛି ସମୟ ଯାଇଛିକି ନାହିଁ ମୋତେ ଏମିତି ଲାଗିଲା ଯେମିତି ମୋ ଦଳ ଉପରେ କିଏ ଅଛି | କୋଇଲା ଉପରେ ଚାଲିବାର ଶବ୍ଦ ମୋତେ ଶୁଭିବାକୁ ଲାଗିଲା ଆଉ ଏମିତି ଶୁଭାଗଲା ସତେ ଯେମିତି ସେ ଲୋକ କୋଇଲା କୁ ଠେଲି ଠେଲି ତଳକୁ ପକାଇଦେଉଛି | ମୁଁ ପୁଣି ଗାଡି ରଖି ଦେଲି ଆଉ ଡାଲା ଉପରେ ଚଢି ଯାଇଥିଲି, କିନ୍ତୁ ମୋତେ ସେମିତି କିଛି ବି ନଜର ଆସିନଥିଲା |

ଗାଡିର ପାଲ ଖୋଲି ନଥିଲା ଆଉ ଡାଲା ରୁ କିଛି ବି କୋଇଲା ଖସି ନଥିଲା | ସେଦିନ କଣ ଏମିତି ହେଉଛି ମୁଁ ଜାଣିପାରୁନଥିଲି | ଲାଗୁଥିଲା ସତେ ଯେମିତି ମୋତେ ଭ୍ରମ ହେଉଛି | ମୁହଁରେ ପାଣି ବାଡେଇ ମୁଁ ସେଠୁ ବାହାରି ଗଲି | ଗାଡି ଷ୍ଟାର୍ଟ କରି ଯେତେବେଳେ ମୁଁ ସେଠାରୁ ବାହାରିଲି କିଛି ବାଟ ଯାଇଛି କି ନାହିଁ ମୋ ଟ୍ରକ କୁ କଣ ହୋଇଗଲା ମୁଁ ଜାଣିପାରୁନଥିଲି | ଗାଡିର ସ୍ପୀଡ଼ ଆପେ ଆପେ ବଢିବାକୁ ଲାଗିଲା | ଲାଇଟ ଧପ ଧପ ହେଲା, ମୋ ଗାଡି ର ଇଂଜିନ କାମ କରିନଥିଲା | ମୁ ସେତେବେଳକୁ ଝାଳ ନାଳ ହେଇସାରିଥିଲି | ହଠାତ ମୋ ସାମ୍ନାରେ କେହି ଜଣେ ଆସିଗଲା, ମୁ ଜୋର ରେ ହ୍ୟାଣ୍ଡଲ ମୋଡି ଦେଲି ଓ ମୋର ଟ୍ରକ ଟି ରାସ୍ତା କଡ଼ରେ ଓଲଟି ପଡିଥିଲା | ମୋ ଉପରେ ସିଟ ମାଡ଼ିବସିଥିଲା |

ସାମ୍ନା କାଚ ଭାଙ୍ଗି ମୋ ଦେହରେ ପଶିଯାଇଥିଲା | ମୋର ହାତ ଭାଙ୍ଗି ଯାଇଥିଲା | ମୁ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲି | ମୋତେ ରୋଡ ଟି ଝାପ୍ସା ଝାପ୍ସା ଦେଖାଯାଉଥିଲା | ମୁଁ ସେତେବେଳେ ଯାହା ଦେଖିଥିଲି ମୋର ଆଜି ଯାଏ ବି ମନରେ ଅଛି | ରୋଡ ଉପରେ ଥିଲେ ସେହି ବାପା ପୁଅ ଯାହାକୁ ମୁଁ ତିନି ବର୍ଷ ପୂର୍ବେ ଆକ୍ସିଡେଣ୍ଟ ରେ ମାରି ଦେଇଥିଲି | ସେମାନେ ମୋ ଆଡକୁ ଚାଲି ଚାଲି ଆସୁଥିଲେ | ମୁ ପରେ ଚେତା ଶୂନ୍ୟ ହୋଇଯାଇଥିଲି | ସେଦିନ ମୋର ବଂଚିବାର ସମ୍ଭାବନା ବହୁତ କମ ଥିଲା |

ମୁଁ ଯେତେବେଳେ ଆଖି ଖୋଲିଲି ମୁ ଗୋଟେ ହସ୍ପିଟାଲ ରେ ଥିଲି | ପରେ ଜଣାପଡିଲା କି ସେଦିନ ଆକ୍ସିଡେଣ୍ଟ ପରେ ମୋତେ କିଛି ଲୋକ ଉଦ୍ଧାର କରିଥିଲେ ଆଉ ହସ୍ପିଟାଲ ଆଣିଥିଲେ | ମୋତେ ଭଲ ହେବାକୁ ତିନି ମାସ ଲାଗିଯାଇଥିଲା | ଏବେ ମୋର ଗୋଟିଏ ପଟ ହାତ ପାରାଲିସିସ ହୋଇଯାଇଛି ଆଉ ମୁଁ ଟ୍ରକ ଡ୍ରାଇଭର କାମ ଛାଡି ଦେଇଛି | କିନ୍ତୁ ସେଦିନ ମୁଁ ଯାହା ଦେଖିଲି ଆଜି ଯାଏ ଭୁଲିପାରୁନି | ମୋର କଥା କେହି ବିଶ୍ୱାସ କରୁଛନ୍ତି ତା ଆଉ କେହି କରୁନାହାନ୍ତି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.