Breaking News

କେନ୍ଦ୍ର ସରକାର ଙ୍କ ବଡ ନିଷ୍ପତି !! ମେ ୧ ‘ ରୁ ସମସ୍ତଙ୍କୁ ଟୀକା କରଣ କରାଯିବ

କରୋନା ର ଦ୍ଵିତୀୟ ଲହରୀ ଏବେ ସାରା ବିଶ୍ଵ ରେ ଚିନ୍ତା ର କାରଣ ହୋଇଥିବା ବେଳେ ସରକାର ଏହାର ବ୍ୟାପିବାକୁ ରୋକିବା ପାଇଁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମୟରେ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମେଁ ୧ ତାରିଖ ରୁ ସମସ୍ତ ଙ୍କୁ ଟୀକା କରଣ ପ୍ରକ୍ରିୟା ରେ ସାମିଲ୍ କରାଯିବ ଏବଂ ଆରମ୍ଭ ହେବ ସମସ୍ତ ଙ୍କୁ ଟୀକା ଦେବାର ଅଭିଯାନ।୧୮ ବର୍ଷ ରୁ ଅଧିକ ସମସ୍ତେ ଏଣିକି ଟୀକା ନେଇପାରିବେ।କେନ୍ଦ୍ର ସରକାରଙ୍କ ତରଫରୁ ଗତକାଲି ଏହି ବଡ଼ ଘୋଷଣା କରାଯାଇଛି।

ଟୀକା ଉତ୍ପାଦନ କାରି ମାନେ ତାଙ୍କର ମାସିକ ୫୦% ଟୀକା କେନ୍ଦ୍ର ସରକାରଙ୍କୁ ଦେବେ ଏଵଂ ବାକି ୫୦% ଟୀକା ସେମାନେ ସିଧସଳଖ ରାଜ୍ୟ ମାନଙ୍କୁ ଦେବା ସହିତ ବଜାରରେ ବିକ୍ରି କରିପାରିବେ।ରାଜ୍ୟ ଓ ଖୋଲା ବଜାର ପାଇଁ ଟୀକା ର ଦର କଣ ରହିବ ତାହା ଉତ୍ପାଦନକାରୀ ଙ୍କୁ ଆଗରୁ ସ୍ପଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ବେସରକରୀ ହସ୍ପିଟାଲ୍ ସରକାର ଙ୍କ ୫୦% କୋଟା ରୁ ଟୀକା ପାଇପାରିବେ।ସେହିପରି ଟୀକା କରଣ ସଂସ୍ଥା ମାନେ କେତେ ଦାମ୍ ରେ ଟୀକା ଦେଲେ ତାହା ସରକାର ଙ୍କୁ ଜଣାଇବା ସହିତ ସେଥିରେ ସ୍ବଚ୍ଛତା ରଖିବେ।

ତେବେ ସୂଚନା ଥାଉ କି ଆଗରୁ କେବଳ ବୟସ୍କ ଲୋକ ଙ୍କୁ ଟୀକା ଦେବାର ଘୋଷଣା କରାଯାଇଥିଲା।କିନ୍ତୁ ଭାରତରେ ୧୮ ବୟସରୁ ଉର୍ଦ୍ଧ୍ଵ ଅନେକ ଲୋକ ଅଛନ୍ତି। ଏବଂ ସେମାନେ ବେଶୀ ଅଧିକ ବାହାରେ ଚଳପ୍ରଚଳ। ଏଭଳି କ୍ଷେତ୍ରରେ ତାଙ୍କ ମଧ୍ୟ ରେ କରୋନା ଦେଖାଯିବା ର ସମ୍ଭାବନା ବେଶ୍ ଅଧିକ ରହିଛି। ଏଭଳି ମଧ୍ୟ ଦେଖାଦେଇଛି ଯେ କରୋନା ର ଦ୍ଵିତୀୟ ଲହରୀ ଯୁବପିଢି ଙ୍କ ଠାରେ ଅଧିକ ପରିଲକ୍ଷିତ ହେଉଛି। ଯାହା ଫଳରେ ଦେଶ ରେ କରୋନା ଅଧିକ ମାତ୍ରା ରେ ବ୍ୟାପିବାର ମଧ୍ୟ ଭୟ ଦେଖାଦେଇଛି। ଏ ସବୁ କୁ ଦୃଷ୍ଟି ରେ ରଖି ସରକାର ଏହି ବଡ଼ ଘୋଷଣା କରିଛନ୍ତି ।

ତେବେ ମେ ମେଁ ୧ ତାରିଖ ରୁ ଦେଶ ର ସମସ୍ତ ୧୮ ବୟସରୁ ଉର୍ଦ୍ଧ୍ବ ଲୋକ ଟୀକା ନେଇପାରିବେ। ଏହା ସହିତ କରୋନା ର କଟକଣା କୁ ସଠିକ୍ ରୂପେ ପାଳନ କଲେ କରୋନା ର ଗତି କୁ ରୋକିହେବ।ସମସ୍ତ ଙ୍କର ମିଳିତ ଭାବରେ ପ୍ରଚେଷ୍ଟା ଓ ସଚେତନ ଦ୍ଵାରା ହିଁ କରୋନା କୁ ହରାଇହେବ ବୋଲି କହିଛନ୍ତି କେନ୍ଦ୍ର ସରକାର।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଜିଓର ଧମାକାଦାର ଦଶହରା ଅଫର, ବହୁତ କମ ପଇସା ରେ ଏବେ ମିଳିବ ଅଧିକ ଡାଟା, ଜାଣନ୍ତୁ କେମିତି ପାଇବେ

ଦର୍ଶକ ବନ୍ଧୁ ଯେଉଁମାନେ ଜିଓ , ଜିଓ ଫୋନ ନେକ୍ସ୍ଟ ର ଆରମ୍ଭ ପୂର୍ବ ରୁ ଜିଓ ଫୋନ ବ୍ୟବହାର …

Leave a Reply

Your email address will not be published. Required fields are marked *